ନୂଆଦିଲ୍ଲୀ ରେଲୱେ ଷ୍ଟେସନର ବଦଳିବ ନାଁ, ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ
ନୂଆଦିଲ୍ଲୀ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନ କରିବା ଦାବି ଏବେ ତୀବ୍ର ହୋଇଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ‘ମହାରାଜା ଅଗ୍ରସେନ ରେଳ ଷ୍ଟେସନ’ କରିବାକୁ ଦାବି କରିଥିଲେ । ଏବେ ଚାନ୍ଦନୀ ଚୌକର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନୂଆଦିଲ୍ଲୀ […] The post ନୂଆଦିଲ୍ଲୀ ରେଲୱେ ଷ୍ଟେସନର ବଦଳିବ ନାଁ, ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ appeared first on KNews Odisha.

ନୂଆଦିଲ୍ଲୀ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନ କରିବା ଦାବି ଏବେ ତୀବ୍ର ହୋଇଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ‘ମହାରାଜା ଅଗ୍ରସେନ ରେଳ ଷ୍ଟେସନ’ କରିବାକୁ ଦାବି କରିଥିଲେ ।
ଏବେ ଚାନ୍ଦନୀ ଚୌକର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନୂଆଦିଲ୍ଲୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବରୁ ମଧ୍ୟ ଦିଲ୍ଲୀ ଜଙ୍କସନକୁ ମହାରାଜା ଅଗ୍ରସେନ ରେଳ ଷ୍ଟେସନ ନାମକରଣ କରିବାକୁ ସମର୍ଥନ କରିଥିଲେ।
ଚାନ୍ଦିନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପତ୍ର ଲେଖି ନୂଆଦିଲ୍ଲୀ ରେଳ ଷ୍ଟେସନର ନାମ ‘‘ଅଟଳ ବିହାରୀ ବାଜପେୟୀ ରେଳ ଷ୍ଟେସନ’’ କରିବା ପାଇଁ ଦାବି କରିଛନ୍ତି । ସେ ଏହାକୁ ଦେଶର ରାଜଧାନୀରେ ଭାରତ ରତ୍ନ ଅଟଳ ଜୀଙ୍କ ସ୍ମୃତିକୁ ଅମର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଭାବପ୍ରବଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ।
ଅନ୍ୟପକ୍ଷରେ, ସେ ଦିଲ୍ଲୀ ଜଙ୍କସନ ରେଳ ଷ୍ଟେସନର ନାମ ମହାରାଜା ଅଗ୍ରସେନ ରେଳ ଷ୍ଟେସନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଖଣ୍ଡେଲୱାଲ କହିଛନ୍ତି ଯେ, ସେ ଏହି ସମ୍ପର୍କରେ ଖୁବ୍ ଶୀଘ୍ର ରେଳମନ୍ତ୍ରୀ ବୈଷ୍ଣବଙ୍କୁ ଭେଟିବେ ଏବଂ ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଇବେ ।
ଖଣ୍ଡେଲୱାଲ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେସନ ଦେଶର ସବୁଠାରୁ ମୁଖ୍ୟ, ବ୍ୟସ୍ତବହୁଳ ଏବଂ ଐତିହାସିକ ରେଳ ଷ୍ଟେସନ, ଯାହା ରାଜଧାନୀର ପ୍ରବେଶ ପଥ ଭାବରେ କାର୍ଯ୍ୟ କରେ । ଏହାକୁ ଅଟଳ ଜୀଙ୍କ ଭଳି ଜଣେ ମହାନ ନେତାଙ୍କ ନାମରେ ନାମିତ କରିବା କେବଳ ଉପଯୁକ୍ତ ହେବ ନାହିଁ ବରଂ ଦିଲ୍ଲୀ ଏବଂ ଦେଶର ନାଗରିକଙ୍କ ଭାବନାକୁ ମଧ୍ୟ ସମ୍ମାନ କରିବ ।
Also read : ଦିଲ୍ଲୀରୁ ଲଣ୍ଡନ ଯାଉଥିଲା ବିମାନ, ମଝି ଆକାଶରେ ଫସିଗଲା ଲୋକଙ୍କ ଜୀବନ
The post ନୂଆଦିଲ୍ଲୀ ରେଲୱେ ଷ୍ଟେସନର ବଦଳିବ ନାଁ, ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ appeared first on KNews Odisha.