ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୧୦ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ଜୀବିକା ମିଶନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌) ଇସି ସଦସ୍ୟାଙ୍କ ପୁନର୍ଗଠନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କୋକସରା ବ୍ଲକ ଜିପିଏଲ୍‌ଏଫ୍‌ ମହାସଂଘ ପକ୍ଷରୁ ବିଡ଼ିଓ ଅନୁପସ୍ଥିତ କାରଣରୁ ମୁଖ୍ୟ କିରାଣୀ ବିନୋଦ ନାଏକଙ୍କୁ ପ୍ରଦାନ କରାଯାଇଛି। ଦାବଗୁଡିକ ମଧ୍ୟରେ ମିଶନ ଶକ୍ତି ଓଡିଶା ଜୀବିକା ମିଶନ ପକ୍ଷରୁ ଜାରି କରାଯାଇଥିବା ଜିପିଏଲ୍‌ଏଫ୍‌ ଇସି ସ୍ତରରେ […] The post ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.

ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୧୦ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ଜୀବିକା ମିଶନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌) ଇସି ସଦସ୍ୟାଙ୍କ ପୁନର୍ଗଠନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କୋକସରା ବ୍ଲକ ଜିପିଏଲ୍‌ଏଫ୍‌ ମହାସଂଘ ପକ୍ଷରୁ ବିଡ଼ିଓ ଅନୁପସ୍ଥିତ କାରଣରୁ ମୁଖ୍ୟ କିରାଣୀ ବିନୋଦ ନାଏକଙ୍କୁ ପ୍ରଦାନ କରାଯାଇଛି।

ଦାବଗୁଡିକ ମଧ୍ୟରେ ମିଶନ ଶକ୍ତି ଓଡିଶା ଜୀବିକା ମିଶନ ପକ୍ଷରୁ ଜାରି କରାଯାଇଥିବା ଜିପିଏଲ୍‌ଏଫ୍‌ ଇସି ସ୍ତରରେ ପୁନର୍ଗଠନ ପ୍ରକ୍ରିୟାକୁ ପ୍ରତ୍ୟାହାର କରିବା, ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଇସି ସଦସ୍ୟାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା, ସ୍କୁଟି ଋଣ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ୪୮ କିସ୍ତି ମଧ୍ୟରୁ ୧୨କିସ୍ତି ଦେୟ ହୋଇଥିବା ବେଳେ ବାକିଥିବା କିସ୍ତି ଉପରେ ସରକାର ବିଚାର କରିବା, ଗ୍ରାମ ପଞ୍ଚାୟତ ସ୍ତରରେ ଜିପିଏଲ୍‌ଏଫ୍‌ରେ କାର୍ଯ୍ୟରତ ଇସି ସଦସ୍ୟାଙ୍କୁ ସାମାଜିକ ନିରାପତ୍ତା ଆଦି ଅନ୍ୟତମ।

ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ଜିପିଏଲ୍‌ଏଫ୍‌ ମହାସଂଘ ସଭାନେତ୍ରୀ ଗୀତାରାଣୀ ସୁନାନୀ, ଯାଜ୍ଞସେନି ହଂସ, ମିଥିଲା ପଟେଲ, ବୈଦେହୀ ମାଝୀ, ରୁକ୍ମଣୀ ମାଝୀ, ଗୀତାଞ୍ଜଳି ଚୌଧୁରୀ, ପଙ୍କଜିନି ମେହେରା, ସୁମତି ନାଏକ, ସରସ୍ବତୀ ଶବର, ଲକ୍ଷ୍ମୀ ବେଶ୍ରା, କ୍ଷୀର ଚଳାନ, କପନୀ ପୂଜାରିଙ୍କ ସମେତ ସଂଘର ଶତାଧିକ ମହିଳା ସଦସ୍ୟା ଉପସ୍ଥିତ ଥିଲେ।
ଫଟୋ: ସଂଘ କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କରୁଛନ୍ତି।

The post ବିଭିନ୍ନ ଦାବି ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News.