ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ରେଲଓ୍ବେ

ନୂଆଦିଲ୍ଲୀ: କୁମ୍ଭମେହଳାକୁ ଯିବା ବେଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ପ୍ଲାଟଫର୍ମ ନମ୍ବର ୧୩ ଓ ୧୪ରେ ଠେଲାପେଲା... The post ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ରେଲଓ୍ବେ appeared first on .

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ରେଲଓ୍ବେ

ନୂଆଦିଲ୍ଲୀ: କୁମ୍ଭମେହଳାକୁ ଯିବା ବେଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ପ୍ଲାଟଫର୍ମ ନମ୍ବର ୧୩ ଓ ୧୪ରେ ଠେଲାପେଲା ହେବାରୁ ୧୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା କହିଛି ପୋଲିସ। ଦଳାଚକଟାରେ ବିହାରରୁ ୯ ଜଣ, ଦିଲ୍ଲୀରୁ ୮ ଓ ହରିୟାଣାରୁ ଜଣଙ୍କର ମୃତ୍ୟୁ ହୋଇଛି। କୁମ୍ଭମେଳା ଯିବା ଲାଗି ହଜାର ହଜାର ଯାତ୍ରୀଙ୍କ ସମାଗମ ଯୋଗୁ ଅଘଟଣ ଘଟିଥିଲା। ଅଘଟଣ ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରାଯାଇଥିଲା। ସୂଚନା ଅନୁସାରେ, ପ୍ରୟାଗରାଜ ଏକ୍ସପ୍ରେସ୍ ଯେତେବେଳେ ୧୪ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିଲା ସେତେବେଳେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ଥିଲା । ସେହିପରି ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ୍ ଓ ରାଜଧାନୀ ଏକ୍ସପ୍ରେସ୍ ମଧ୍ୟ ବିଳମ୍ବିତ ହୋଇଥିବା ବେଳେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ରହିଥିଲା । ଏହି ସମୟରେ ପ୍ରାୟ ଶତାଧିକ ଜେନେରାଲ ଟିକେଟ୍ ବିକ୍ରି ହୋଇ ଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ଚଢ଼ିଯାଇଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଅତି ସାଂଘାତିକ ରୂପ ନେଇଥିଲା। ଘଟଣାସ୍ଥଳରେ NDRF ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ଅନ୍ୟପକ୍ଷରେ ଦଳାଚକଟାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଥିବା ବେଳେ, ଗୁରୁତରଙ୍କ ପାଇଁ ଅଢ଼େଇ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ତେବେ କିଭଳି ସ୍ଥିତିରେ ଏଭଳି ଅଘଟଣ ଘଟିଥିଲା, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛି ରେଲଓ୍ବେ। ଷ୍ଟେସନରେ ଥିବା ଯାତ୍ରୀଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଦରକାର ପଡ଼ିଲେ ଆହୁରି ଅଧିକ ଟ୍ରେନ ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ରେଲଓ୍ବେ appeared first on .