ନୂଆପଡ଼ାରେ ଭାଲୁ ଆତଙ୍କ... ରାଜ ମହଲରେ ପଶିଲା...ଡାଇନିଂ ରୁମ୍ରେ ଥିବା ଖାଦ୍ୟ ଖାଇଲା
ରାଜ ମହଲ ଭିତରକୁ ଯାଇ ରାଜ ପରିବାରର ଡାଇନିଂ ରୁମରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଭାଲୁ ଆତଙ୍କ । ୨ ଦିନ ହେବ ସହରରେ ଆତଙ୍କ ଖେଳାଇଛି ଜଙ୍ଗଲୀ ଭାଲୁ । ସହର ଭିତରେ ଭାଲୁ ବୁଲୁଥିବାରୁ ସାଧାରଣ ଲୋକ ବେଶ୍ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗତ ରାତିରେ ଭାଲୁଟି ଖଡ଼ିଆଳ ରାଜ ମହଲକୁ ପଶି ଆସିଥିଲା। ରାଜ ମହଲ ଭିତରକୁ ଯାଇ ରାଜ ପରିବାରର ଡାଇନିଂ ରୁମରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ପ୍ରାୟ ଦେଢ ଘଣ୍ଟା କାଳ ରାଜ ପ୍ରାସାଦରେ ଆତଙ୍କ ଖେଳାଇଥିଲା ଭାଲୁ । ତେବେ ରାଜ ମହଲରେ ଭାଲୁ ପଶି ଥିବାର ଖବର ପାଇ ରାତିରେ ବନ ବିଭାଗ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶେଷରେ ଭାଲୁକୁ କାବୁ କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଥିଲା ବନ ବିଭାଗ । ଭାଲୁ ଖଡ଼ିଆଳ ସହରରେ ଆତଙ୍କ ଖେଳାଇଥିବାରୁ ଲୋକେ ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ।