ନୂଆବର୍ଷ ଭିତରେ ‘ଗେମ୍ ଚେଞ୍ଜର’ର ଟ୍ରେଲର ରିଲିଜ କର, ନଚେତ୍…
ମୁମ୍ବାଇ ୨୮/୧୨: ଜାନୁଆରୀ ୧୦ରେ ହଲ୍କୁ ଆସିବ ରାମଚରଣ ଓ କିଆରା ଷ୍ଟାରର ମୁଭି 'ଗେମ୍ ଚେଞ୍ଜର' । ଫିଲ୍ମ ରିଲିଜକୁ ମାତ୍ର ୧୨ ଦିନ ଥିବାବେଳେ ଏଯାଏ ଟ୍ରେଲର ଆଉଟ ହୋଇନି । ଯାହାକୁ ନେଇ ଅଭିମାନ କରିଛନ୍ତି ଫ୍ୟାନ । କେବଳ ଅଭିମାନ ନୁହେଁ ପାଗଳାମି କରିଛନ୍ତି । ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଏତେ ଏକ୍ସାଇଟେଡ ଅଛନ୍ତି ଯେ ଟ୍ରେଲର ଆସିବାକୁ ଡେରି ହେଉଥିବାରୁ ଚିଠି ଲେଖି ଜୀବନ ହାରିବାର ଧମକ ଦେଉଛନ୍ତି ।ଫ୍ୟାନଙ୍କ ନାଁ ଇଶ୍ବର । ସେ ଲେଖିଛନ୍ତି ଆପଣ ଫ୍ୟାନ୍ସଙ୍କ ମନର ଭାବନାକୁ ସମ୍ମାନ ଦେଉନାହାନ୍ତି । ଫିଲ୍ମ ରିଲିଜ ଟାଇମ ଆସିଗଲାଣି ହେଲେ ଟ୍ରେଲରର ଦେଖା ନାହିଁ । ନଭେମ୍ବରରେ ଫିଲ୍ମର ଟିଜର ଆସିଥିଲା ଯାହା ଆମକୁ ବହୁତ ଭଲ ଲାଗିଥିଲା । ହେଲେ ଟ୍ରେଲର ଆସିବାକୁ ଏତେ ବିଳମ୍ବ ଆମକୁ ଭଲ ଲାଗୁନି । ଯଦି ଏ ବର୍ଷ ଶେଷ ପର୍ଯ୍ୟନ୍ତ ଫିଲ୍ମର କୌଣସି ଅପଡେଟ ନ ଆସିଲା ମୋତେ ଦୁଃଖର ସହ କହିବାକୁ ପଡୁଛି ମୁଁ କିଛି ଚରମ ପଦକ୍ଷେପ ଉଠାଇନେବି । ହୋଇପାରେ ମୁଁ ଜୀବନ ହାରିଦେବି । ଆଉ ଚିଠି ଉପରେ ଲେଖିଛନ୍ତି RIP Letter । ଚିଠିଟି ସୋସିଆଲ ମିଡିଆରେ ପୋଷ୍ଟ ହେଉ ହେଉ ଭାଇରାଲ ହେବାରେ ଲାଗିଛି । ଫିଲ୍ମ 'ଗେମ ଚେଞ୍ଜର' ନିର୍ମାଣ ଦିନଠାରୁ ବେଶ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଡ୍ୟାନ୍ସିଂ ଷ୍ଟାର ରାମଚରଣଙ୍କ ଡବଲ ରୋଲ୍ ରହିଛି । ରାମଚରଣ,କିଆରାଙ୍କ ସହ ଅଞ୍ଜଳି, ଏସ୍.ଜେ ସୂର୍ଯ୍ୟାଙ୍କ ପରି କଳାକାର ନଜର ଆସିବେ । ଫିଲ୍ମଟି ତେଲଗୁ,ତ
ମୁମ୍ବାଇ ୨୮/୧୨: ଜାନୁଆରୀ ୧୦ରେ ହଲ୍କୁ ଆସିବ ରାମଚରଣ ଓ କିଆରା ଷ୍ଟାରର ମୁଭି 'ଗେମ୍ ଚେଞ୍ଜର' । ଫିଲ୍ମ ରିଲିଜକୁ ମାତ୍ର ୧୨ ଦିନ ଥିବାବେଳେ ଏଯାଏ ଟ୍ରେଲର ଆଉଟ ହୋଇନି । ଯାହାକୁ ନେଇ ଅଭିମାନ କରିଛନ୍ତି ଫ୍ୟାନ । କେବଳ ଅଭିମାନ ନୁହେଁ ପାଗଳାମି କରିଛନ୍ତି । ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଏତେ ଏକ୍ସାଇଟେଡ ଅଛନ୍ତି ଯେ ଟ୍ରେଲର ଆସିବାକୁ ଡେରି ହେଉଥିବାରୁ ଚିଠି ଲେଖି ଜୀବନ ହାରିବାର ଧମକ ଦେଉଛନ୍ତି ।
ଫ୍ୟାନଙ୍କ ନାଁ ଇଶ୍ବର । ସେ ଲେଖିଛନ୍ତି ଆପଣ ଫ୍ୟାନ୍ସଙ୍କ ମନର ଭାବନାକୁ ସମ୍ମାନ ଦେଉନାହାନ୍ତି । ଫିଲ୍ମ ରିଲିଜ ଟାଇମ ଆସିଗଲାଣି ହେଲେ ଟ୍ରେଲରର ଦେଖା ନାହିଁ । ନଭେମ୍ବରରେ ଫିଲ୍ମର ଟିଜର ଆସିଥିଲା ଯାହା ଆମକୁ ବହୁତ ଭଲ ଲାଗିଥିଲା । ହେଲେ ଟ୍ରେଲର ଆସିବାକୁ ଏତେ ବିଳମ୍ବ ଆମକୁ ଭଲ ଲାଗୁନି । ଯଦି ଏ ବର୍ଷ ଶେଷ ପର୍ଯ୍ୟନ୍ତ ଫିଲ୍ମର କୌଣସି ଅପଡେଟ ନ ଆସିଲା ମୋତେ ଦୁଃଖର ସହ କହିବାକୁ ପଡୁଛି ମୁଁ କିଛି ଚରମ ପଦକ୍ଷେପ ଉଠାଇନେବି । ହୋଇପାରେ ମୁଁ ଜୀବନ ହାରିଦେବି । ଆଉ ଚିଠି ଉପରେ ଲେଖିଛନ୍ତି RIP Letter । ଚିଠିଟି ସୋସିଆଲ ମିଡିଆରେ ପୋଷ୍ଟ ହେଉ ହେଉ ଭାଇରାଲ ହେବାରେ ଲାଗିଛି ।
ଫିଲ୍ମ 'ଗେମ ଚେଞ୍ଜର' ନିର୍ମାଣ ଦିନଠାରୁ ବେଶ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଡ୍ୟାନ୍ସିଂ ଷ୍ଟାର ରାମଚରଣଙ୍କ ଡବଲ ରୋଲ୍ ରହିଛି । ରାମଚରଣ,କିଆରାଙ୍କ ସହ ଅଞ୍ଜଳି, ଏସ୍.ଜେ ସୂର୍ଯ୍ୟାଙ୍କ ପରି କଳାକାର ନଜର ଆସିବେ । ଫିଲ୍ମଟି ତେଲଗୁ,ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେଉଥିବାବେଳେ ଏଥିପାଇଁ ଆଡଭାନ୍ସ ବୁକିଂ ସରିଲାଣି ।