ନୂଆବର୍ଷରେ ନୂଆ କଂଗ୍ରେସ ପ୍ରଭାରୀଙ୍କ ରଣନୀତି

ନୂଆବର୍ଷରେ କଂଗ୍ରେସକୁ ମିଳିଲା ନୂଆ ପ୍ରଭାରୀ। ଆଉ ନୂଆ ପ୍ରଭାରୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଏବେ ପୁରା ଉତ୍ସାହିତ।

ନୂଆବର୍ଷରେ ନୂଆ କଂଗ୍ରେସ ପ୍ରଭାରୀଙ୍କ ରଣନୀତି

ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି। ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଏ ବିଶାଳ ରାଲିରେ ପ୍ରଭାରୀଙ୍କୁ ଅଣାଯାଇଥିଲା। ଆଉ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। ଯେଉଁଥିରେ ନେତାଙ୍କୁ ପ୍ରଥମ ଦିନରୁ ଟାସ୍କ ଦେଇଛନ୍ତି ଅଜୟ କୁମାର। ବରିଷ୍ଠ ନେତାଙ୍କୁ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କାହା ନାଁ ରେ ଅଭିଯୋଗ ବଦଳରେ ଗଠନ ମୂଳକ ଯୋଜନା ପାଇଁ ଦେଇଛନ୍ତି ଆହ୍ୱାନ। କହିଛନ୍ତି ୨୪ ନିର୍ବାଚନ ପାଇଁ ଟିକେଟ ବଣ୍ଟନର ମୂଳ ଆଧାର ହେବ ୱିନାବିଲିଟି । AICC ଫୋକସରେ ଓଡ଼ିଶା ଥିବାରୁ ମତଭେଦ ଛାଡ଼ି ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଣ ଓଡ଼ିଆ ଶାସନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଅଜୟ କୁମାର।