ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନ ଧରି ଚାଲିଥିବା ଭଞ୍ଜନଗର ସଙ୍କୁଳର ସାମୁହିକ କାର୍ଯ୍ୟଶାଳା (ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର) ସୋମବାର ଉଦ୍‌ଯାପିତ ହୋଇଛି। ଶିବିରରେ ନୂତନ ଶିକ୍ଷାନୀତି ୨୦୨୦ ସରସତୀ ଶିଶୁ ମନ୍ଦିର ଗୁଡ଼ିକରେ କିଭଳି ସଠିକ ଭାବେ ଲାଗୁ ହୋଇପାରିବ ଏବଂ ଶିକ୍ଷାନୀତି ଅନୁସାରେ ଶିକ୍ଷାଦାନ କିଭଳି ହେବ ସେନେଇ ଆଲୋଚନା ହୋଇଥିଲା। ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି […] The post ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା appeared first on Dharitri Odia News.

ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନ ଧରି ଚାଲିଥିବା ଭଞ୍ଜନଗର ସଙ୍କୁଳର ସାମୁହିକ କାର୍ଯ୍ୟଶାଳା (ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର) ସୋମବାର ଉଦ୍‌ଯାପିତ ହୋଇଛି। ଶିବିରରେ ନୂତନ ଶିକ୍ଷାନୀତି ୨୦୨୦ ସରସତୀ ଶିଶୁ ମନ୍ଦିର ଗୁଡ଼ିକରେ କିଭଳି ସଠିକ ଭାବେ ଲାଗୁ ହୋଇପାରିବ ଏବଂ ଶିକ୍ଷାନୀତି ଅନୁସାରେ ଶିକ୍ଷାଦାନ କିଭଳି ହେବ ସେନେଇ ଆଲୋଚନା ହୋଇଥିଲା। ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅତିଥିମାନେ ଆହ୍ବାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ଶିଶୁ ମନ୍ଦିରର ସଭାପତି ଡ. କମ୍ବୁପାଣି ସାମନ୍ତ ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ପୂର୍ବ ସମ୍ଭାଗର ସଭାପତି ତାରା ପ୍ରସାଦ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଫୁଲବାଣୀ ସହ ଜିଲା ପ୍ରମୁଖ ତ୍ରିନାଥ ଗୌଡ଼, ଭଞ୍ଜନଗର ସଙ୍କୁଳର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ, ସ୍ଥାନୀୟ ଶିଶୁ ମନ୍ଦିରର ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍କୁଳ ସଂଯୋଜକ ତଥା ଭଞ୍ଜନଗର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସଙ୍କୁଳ ବୃତ୍ତ ପଠନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ତିନି ଦିନିଆ କାର୍ଯ୍ୟକ୍ରମରେ ଭଞ୍ଜନଗର ସଙ୍କୁଳର ୧୧ ଟି ବିଦ୍ୟାଳୟରୁ ପ୍ରଧାନ ଆଚାର୍ଯ୍ୟ ସମେତ ସର୍ବମୋଟ ୧୪୯ ଜଣ ଗୁରୁଜୀ ଓ ଗରୁମା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ।

The post ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା appeared first on Dharitri Odia News.