ନୂତନ ସଦସ୍ୟତାରେ ଇପିଏଫ୍ଓର ରେକର୍ଡ
ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ ଇପିଏଫ୍ଓର ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦୨୪ ମାସରେ ଇପିଏଫଓ ୧୯.୯୪ ଲକ୍ଷ ନେଟ ସଦସ୍ୟଙ୍କୁ ଯୋଡିଛି, ଯାହାକି ଏପ୍ରିଲ ୨୦୧୮ରେ ବେତନ ତଥ୍ୟର ଟ୍ରାକିଂ ପରଠାରୁ ରେକର୍ଡ ହୋଇଥିବା ସର୍ବାଧିକ ଅଭିବୃଦ୍ଧି ଅଟେ। ସୂଚନା ଥାଉକି, ୨୦୨୪ ଜୁଲାଇ […] The post ନୂତନ ସଦସ୍ୟତାରେ ଇପିଏଫ୍ଓର ରେକର୍ଡ appeared first on Dharitri Odia News.
ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ ଇପିଏଫ୍ଓର ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦୨୪ ମାସରେ ଇପିଏଫଓ ୧୯.୯୪ ଲକ୍ଷ ନେଟ ସଦସ୍ୟଙ୍କୁ ଯୋଡିଛି, ଯାହାକି ଏପ୍ରିଲ ୨୦୧୮ରେ ବେତନ ତଥ୍ୟର ଟ୍ରାକିଂ ପରଠାରୁ ରେକର୍ଡ ହୋଇଥିବା ସର୍ବାଧିକ ଅଭିବୃଦ୍ଧି ଅଟେ। ସୂଚନା ଥାଉକି, ୨୦୨୪ ଜୁଲାଇ ତୁଳନାରେ ଇପିଏଫଓ ୧୦.୫୨ ଲକ୍ଷ ନୂତନ ସଦସ୍ୟ ଯୋଡିଛି, ଯାହା ଜୁନ ୨୦୨୪ ତୁଳନାରେ ୨.୬୬ ପ୍ରତିଶତ ଏବଂ ଜୁଲାଇ ୨୦୨୩ ତୁଳନାରେ ୨.୪୩ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରାୟ ୧୪.୬୫ ଲକ୍ଷ ସଦସ୍ୟ ଯେଉଁମାନେ ସିଷ୍ଟମରୁ ବାହାରିଥିଲେ ସେମାନେ ଜୁଲାଇରେ ଇପିଏଫଓରେ ଯୋଗଦାନ କରିଥିଲେ। ଏହି ସଂଖ୍ୟା ବର୍ଷକୁ ବର୍ଷ ୧୫.୨୫% ବୃଦ୍ଧି ହେଉଥିବା ଆକଳକ କରାଯାଇଛି। ସେହିପରି ୨୦୨୪ ଜୁଲାଇରେ ୮.୭୭ ଲକ୍ଷ ନେଟ ସଦସ୍ୟଙ୍କ ଯୋଗଦାନ ସହିତ ୧୮-୨୫ ବର୍ଷ ବୟସ ଶ୍ରେଣୀରେ ସର୍ବାଧିକ ଅଭିବୃଦ୍ଧି ହୋଇଛି। ଜୁଲାଇ ୨୦୨୪ ରେ ପ୍ରାୟ ୩.୦୫ ଲକ୍ଷ ନୂତନ ମହିଳା ସଦ୍ଯଯ ଋଚଋ଼ଙ ରେ ଯୋଗ ଦେଇଥିଲେ, ଯାହାକି ବର୍ଷ ତୁଳନାରେ ୧୦.୯୪ ପ୍ରତିଶତ ଅଭିବୃଦ୍ଧି ଦର୍ଶାଇଥିଲା ମୋଟ ଉପରେ, ୪.୪୧ ଲକ୍ଷ ଶୁଦ୍ଧ ମହିଳା ସଦ୍ଯଯ ଯୋଗ କରାଯାଇଥିଲା, ଯାହାକି ଜୁଲାଇ ୨୦୨୩ ତୁଳନାରେ ବେତନ ଟ୍ରାକିଂ ୧୪.୪୧ ପ୍ରତିଶତ ବୃଦ୍ଧି ସହିତ ମହିଳାଙ୍କ ସର୍ବାଧିକ ମାସିକ ବୃଦ୍ଧି ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା ଏବଂ ଗୁଜୁରାଟ ରାଜ୍ୟଗୁଡିକ ଜୁଲାଇ ୨୦୨୪ରେ ମୋଟ ନେଟ ସଦସ୍ୟଙ୍କ ୫୯.୨୭ ପ୍ରତିଶତ ଅଂଶ ଗ୍ରହଣ କରିଥିଲେ। ଯାହାକି ୧୧.୮୨ ଲକ୍ଷ ସଦସ୍ୟଙ୍କୁ ଯୋଡିଥିଲା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମହାରାଷ୍ଟ୍ର ଏହି ମାର୍ଗରେ ନେତୃତ୍ୱ ନେଇଛି। ଯେଉଁଥିରେ ମୋଟ ନୂତନ ସଦସ୍ୟଙ୍କ ୨୦.୨୧% ଯୋଗଦାନ ରହିଛି।
The post ନୂତନ ସଦସ୍ୟତାରେ ଇପିଏଫ୍ଓର ରେକର୍ଡ appeared first on Dharitri Odia News.