ନେତୃତ୍ବ ନୁହେଁ ସମ୍ମାନ ଦରକାର; ମୁମ୍ବାଇ ଇଣ୍ଡିଆନ୍ସର ଅଫରକୁ ଠୋକର ମାରିଲେ ରୋହିତ୍
ନୂଆଦିଲ୍ଲୀ: ନେତୃତ୍ବ ନୁହେଁ ଆତ୍ମସମ୍ମାନ ଆବଶ୍ୟକ। ଅଧିନାୟକ ଅଫର୍କୁ ଅଣଦେଖା । ହାର୍ଦ୍ଦିକଙ୍କ ଉପରେ ଅସନ୍ତୁଷ୍ଟ ହିଟ୍ ମ୍ୟାନ୍ । ମୁମ୍ବାଇଠୁ ସମ୍ପର୍କ ତୁଟାଇବେ ରୋହିତ୍ । ଏମଆଇ ଡ୍ରେସିଂ ରୁମ୍ ଦୁଇ ଫାଳ । ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟର ଗୋଟିଏ ନିଷ୍ପତ୍ତି ଦଳ ଓ ଖେଳାଳିଙ୍କ ମଧ୍ୟରେ ଝଡ଼ ସୃଷ୍ଟି କରିଛି । ପୂରା ଚେଞ୍ଚିଂ ରୁମ୍ ଦୁଇଟି ଭାଗରେ ବିଭାଜିତ ହୋଇଛି । ରୋହିତ୍ ଶର୍ମାଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଅବସ୍ଥାପିତ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଥିମିବାର ନାଁ ଧରୁନାହିଁ । ଅସନ୍ତୁଷ୍ଟ ଗୋଷ୍ଠୀ ରୋହିତଙ୍କୁ ସମର୍ଥନ କରୁଥିବା ବେଳେ ହାର୍ଦ୍ଦିକଙ୍କ ସପକ୍ଷରେ ଇଶାନ୍ କିଷାନଙ୍କ ଭଳି କିଛି ଖେଳାଳି ରହିଛନ୍ତି । ଫଳରେ ପାଞ୍ଚ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଟିମର ଚଳିତ ଖେଳ ଚୁଲିକୁ ଚାଲିଯାଇଛି । ଲଗାତାର ୩ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ଲପ୍ ଶୋ’ ଜାରି ରହିଛି । ଏପଟେ ମାଲିକଙ୍କୁ ଏସବୁ ହଜମ ହେଉନଥିବା ବେଳେ ପୁଣି ହିଟ୍ ମ୍ୟାନଙ୍କ ହାତରେ ଦାୟିତ୍ବ ଦେବାକୁ ଯୋଜନା କରୁଛି ଟିମ୍ ମ୍ୟାନେଜମେଣ୍ଟ । ମାତ୍ର ଏଭଳି ଅଫରକୁ ରୋହିତ୍ ଶର୍ମା ଠୋକର ମାରିବା ସହିତ ଆଉ ଅଧିନାୟକତ୍ବ ନୁହେଁ ଆତ୍ମସମ୍ମାନ ଦରକାର ବୋଲି କହିଛନ୍ତି । ଏମଆଇଠୁ ୧୩ ବର୍ଷର ସମ୍ପର୍କ କଟିବ । ବଡ଼ ଅକ୍ସନକୁ ଯିବେ ହିଟ୍ ମ୍ୟାନ୍ । ଚଳିତ ଆଇପିଏଲ୍ ମୁମ୍ବାଇ ଚେଞ୍ଚିଂ ରୁମ୍ରେ ଶେଷ ଲିଗ୍ । ହର୍ଦ୍ଦିକ୍
ନୂଆଦିଲ୍ଲୀ: ନେତୃତ୍ବ ନୁହେଁ ଆତ୍ମସମ୍ମାନ ଆବଶ୍ୟକ। ଅଧିନାୟକ ଅଫର୍କୁ ଅଣଦେଖା । ହାର୍ଦ୍ଦିକଙ୍କ ଉପରେ ଅସନ୍ତୁଷ୍ଟ ହିଟ୍ ମ୍ୟାନ୍ । ମୁମ୍ବାଇଠୁ ସମ୍ପର୍କ ତୁଟାଇବେ ରୋହିତ୍ । ଏମଆଇ ଡ୍ରେସିଂ ରୁମ୍ ଦୁଇ ଫାଳ । ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟର ଗୋଟିଏ ନିଷ୍ପତ୍ତି ଦଳ ଓ ଖେଳାଳିଙ୍କ ମଧ୍ୟରେ ଝଡ଼ ସୃଷ୍ଟି କରିଛି । ପୂରା ଚେଞ୍ଚିଂ ରୁମ୍ ଦୁଇଟି ଭାଗରେ ବିଭାଜିତ ହୋଇଛି । ରୋହିତ୍ ଶର୍ମାଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଅବସ୍ଥାପିତ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଥିମିବାର ନାଁ ଧରୁନାହିଁ । ଅସନ୍ତୁଷ୍ଟ ଗୋଷ୍ଠୀ ରୋହିତଙ୍କୁ ସମର୍ଥନ କରୁଥିବା ବେଳେ ହାର୍ଦ୍ଦିକଙ୍କ ସପକ୍ଷରେ ଇଶାନ୍ କିଷାନଙ୍କ ଭଳି କିଛି ଖେଳାଳି ରହିଛନ୍ତି । ଫଳରେ ପାଞ୍ଚ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଟିମର ଚଳିତ ଖେଳ ଚୁଲିକୁ ଚାଲିଯାଇଛି । ଲଗାତାର ୩ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ଲପ୍ ଶୋ’ ଜାରି ରହିଛି । ଏପଟେ ମାଲିକଙ୍କୁ ଏସବୁ ହଜମ ହେଉନଥିବା ବେଳେ ପୁଣି ହିଟ୍ ମ୍ୟାନଙ୍କ ହାତରେ ଦାୟିତ୍ବ ଦେବାକୁ ଯୋଜନା କରୁଛି ଟିମ୍ ମ୍ୟାନେଜମେଣ୍ଟ । ମାତ୍ର ଏଭଳି ଅଫରକୁ ରୋହିତ୍ ଶର୍ମା ଠୋକର ମାରିବା ସହିତ ଆଉ ଅଧିନାୟକତ୍ବ ନୁହେଁ ଆତ୍ମସମ୍ମାନ ଦରକାର ବୋଲି କହିଛନ୍ତି ।
ଏମଆଇଠୁ ୧୩ ବର୍ଷର ସମ୍ପର୍କ କଟିବ । ବଡ଼ ଅକ୍ସନକୁ ଯିବେ ହିଟ୍ ମ୍ୟାନ୍ । ଚଳିତ ଆଇପିଏଲ୍ ମୁମ୍ବାଇ ଚେଞ୍ଚିଂ ରୁମ୍ରେ ଶେଷ ଲିଗ୍ । ହର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ରୋହିତ୍ ଶର୍ମାଙ୍କୁ ନେଇ ଫଟାଫଟ୍ କ୍ରିକେଟରେ ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଛି । ଡ୍ରେସିଂ ରୁମ୍ ସୂତ୍ରରୁ ମିଳିଥିବା ସୂଚନା, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସଂକଟ ସୃଷ୍ଟି କରିବ । ହିଟ୍ ମ୍ୟାନଙ୍କ ପାଇଁ ଏମଆଇ, ଏବର୍ଷ ଶେଷ ବର୍ଷ ହେବାକୁ ଯାଉଛି । କାରଣ ମୁମ୍ବାଇ ଇଣ୍ଡିଆନ୍ସକୁ ଆଲବିଦା କରିବାକୁ ଯାଉଛନ୍ତି ରୋହିତ୍ ଶର୍ମା। ପରବର୍ତ୍ତୀ ଆଇପିଏଲ୍ ସିଜିନରେ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ଜର୍ସିରେ ତାଙ୍କୁ ଦେଥିବାକୁ ମିଳିବ । କେବଳ ରୋହିତ୍ ନୁହେଁ ତାଙ୍କ ସହିତ ୨ରୁ ୩ଜଣ ଖେଳାଳି ମୁମ୍ବାଇଠୁ ସମ୍ପର୍କ ତୁଟାଇବାକୁ ଯାଉଛନ୍ତି ବୋଲି ସୂଚନା ରହିଛି ।
୨୦୧୧ରୁ ରୋହିତ୍ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସରେ ଖେଳି ଆସୁଛନ୍ତି । ଏମଆଇ ଫ୍ରାଞ୍ଚାଇଜ୍ ତାଙ୍କୁ ୯.୨ କୋଟି ଟଙ୍କାରେ ସାମିଲ୍ କରିଥିଲା । ଦଳ ପକ୍ଷରୁ ହିଟ୍ ମ୍ୟାନ୍ ୨୦୧ ମ୍ୟାଚ୍ ଖେଳି ୫୧୧୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ଭାବେ ୫ ଥର ମୁମ୍ବାଇକୁ ଚାମ୍ପିଅନ କରାଇଛନ୍ତି । ଏହା ପରେ ବି ମ୍ୟାନେଜମେଣ୍ଟର ତାଙ୍କୁ ଯେଉଁ ଭଳି ଭାବେ ପଦରୁ ହଟାଇ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ ଦାୟିତ୍ବ ଦେଲା ତାହା ଫ୍ୟାନ୍ସଙ୍କୁ ହଜମ ହେଉନାହିଁ । ପଡ଼ିଆଠୁ ଆରମ୍ଭ କରି ଡ୍ରେସିଂ ରୁମ୍ ପର୍ଯ୍ୟନ୍ତ ସବୁଠି ବିରୋଧ ହେଉଛି ।
ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏଯାଏଁ ୩ଟି ମ୍ୟାଚ୍ ଖେଳିଛି । ମାତ୍ର ପ୍ରତି ଥର ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି । ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଦଳ ଗୋଟିଏ ବି ମ୍ୟାଚ୍ ଜିତି ବିଜୟ ଖାତା ଖୋଲିନାହିଁ । ଯାହା ଟିମ୍ ମ୍ୟାନେଜମେଣ୍ଟର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ରୋହିତଙ୍କୁ ପୁଣି ଥରେ ନେତୃତ୍ବ ଅଫର ଦେଇଛି ଦଳ । ମାତ୍ର ହିଟମ୍ୟାନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।