ନୋ ର’ ଡାଏଟ୍ କ’ଣ ? ହେଉଛି ଖୁବ୍ ଚର୍ଚ୍ଚା
ମୁମ୍ଵାଇ ୨୮।୦୬: ଏବେ ଫିଟ୍ ଓ ହେଲ୍ଦୀ ରହିବା ପାଇଁ ପ୍ରାୟ ଲୋକ ଅନେକ ପ୍ରକାରର ଡାଏଟ୍କୁ ଅନୁକରଣ କରୁଛନ୍ତି । ଏବେ କିଛିଦିନ ହେବ ସୋସିଆଲ୍ ମିଡିଆରେ ନୋ ର’ ଡାଏଟ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ନିକଟରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ଏକ ସାକ୍ଷାତକାରରେ କହିଥିଲେ, ଯେ ସେ ନୋ ର’ଡାଏଟ୍ ଅନୁକରଣ କରନ୍ତି । ତେବେ ଚାଲନ୍ତୁ ଜାଣିବା ନୋ ର’ ଡାଏଟ୍ କ’ଣ? ନୋ ର’ ଡାଏଟ୍ କ'ଣ? ନାଁ ’ ରୁ ଯ । ହ । ଜଣାପଡୁଛି, ନୋ ର’ ଡାଏଟ୍ ଅର୍ଥ ଯେଉଁଥିରେ କଞ୍ଚା ଖାଦ୍ୟ ସାମିଲ୍ ହୋଇ ନଥିବ । ବିଶେଷକରି ଏହି ଡାଏଟ୍ରେ ସ । ମ ି ଲ ୍ ଥ ô ବ । ସମସ୍ତ ଖାଦ୍ୟ ଭଲ ଭାବେ ରୋଷେଇ ହୋଇଥିବ କିମ୍ବା ଭଲ ଭାବେ ପ୍ରୋସେସ୍ଡ କରାଯାଇଥିବ । କେବେ କେବେ କେତେକ ପ୍ରକାରର କଞ୍ଚା ଖାଦ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ, ଗର୍ଭବତୀ ମହିଳା, ଆଲର୍ଜି ହେଉଥିବା ବ୍ୟକ୍ତି ଆଦି ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ପୋଷକ ତତ୍ତ୍ୱ ଅବଶୋଷଣ କରେ ପରିବାକୁ ରୋଷେଇ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱର ଜୈବ ଉପଲବ୍ଧତା ବଢିଯାଇଥାଏ, ଯାହା ଶରୀରରେ ସହଜରେ ଅବଶୋଷିତ ହୋଇଯାଇଥାଏ । ଏହା ସେହି ଭିଟାମିନ୍ ଓ ମିନେରାଲ୍ସ ପାଇଁ ଭଲ, ଯାହାକୁ ରୋଷେଇ କରିବା ପରେ ସହଜରେ ଅବଶୋଷିତ ହୋଇଯାଇଥାଏ । ଫୁଡ୍ ବର୍ଣ୍ଣ ରୋଗର ଆଶଙ୍କା କମ୍ ରୁହେ ଖାଦ୍ୟକୁ ଉଚିତ୍ ତାପମାତ୍ରାରେ ରୋଷେଇ କରିବା ଦ୍ୱାରା କଞ୍ଚା ଖା
ମୁମ୍ଵାଇ ୨୮।୦୬: ଏବେ ଫିଟ୍ ଓ ହେଲ୍ଦୀ ରହିବା ପାଇଁ ପ୍ରାୟ ଲୋକ ଅନେକ ପ୍ରକାରର ଡାଏଟ୍କୁ ଅନୁକରଣ କରୁଛନ୍ତି । ଏବେ କିଛିଦିନ ହେବ ସୋସିଆଲ୍ ମିଡିଆରେ ନୋ ର’ ଡାଏଟ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ନିକଟରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ଏକ ସାକ୍ଷାତକାରରେ କହିଥିଲେ, ଯେ ସେ ନୋ ର’ଡାଏଟ୍ ଅନୁକରଣ କରନ୍ତି । ତେବେ ଚାଲନ୍ତୁ ଜାଣିବା ନୋ ର’ ଡାଏଟ୍ କ’ଣ?
ନୋ ର’ ଡାଏଟ୍ କ'ଣ?
ନାଁ ’ ରୁ ଯ । ହ । ଜଣାପଡୁଛି, ନୋ ର’ ଡାଏଟ୍ ଅର୍ଥ ଯେଉଁଥିରେ କଞ୍ଚା ଖାଦ୍ୟ ସାମିଲ୍ ହୋଇ ନଥିବ । ବିଶେଷକରି ଏହି ଡାଏଟ୍ରେ ସ । ମ ି ଲ ୍ ଥ ô ବ । ସମସ୍ତ ଖାଦ୍ୟ ଭଲ ଭାବେ ରୋଷେଇ ହୋଇଥିବ କିମ୍ବା ଭଲ ଭାବେ ପ୍ରୋସେସ୍ଡ କରାଯାଇଥିବ । କେବେ କେବେ କେତେକ ପ୍ରକାରର କଞ୍ଚା ଖାଦ୍ୟ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ, ଗର୍ଭବତୀ ମହିଳା, ଆଲର୍ଜି ହେଉଥିବା ବ୍ୟକ୍ତି ଆଦି ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।
ପୋଷକ ତତ୍ତ୍ୱ ଅବଶୋଷଣ କରେ
ପରିବାକୁ ରୋଷେଇ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱର ଜୈବ ଉପଲବ୍ଧତା ବଢିଯାଇଥାଏ, ଯାହା ଶରୀରରେ ସହଜରେ ଅବଶୋଷିତ ହୋଇଯାଇଥାଏ । ଏହା ସେହି ଭିଟାମିନ୍ ଓ ମିନେରାଲ୍ସ ପାଇଁ ଭଲ, ଯାହାକୁ ରୋଷେଇ କରିବା ପରେ ସହଜରେ ଅବଶୋଷିତ ହୋଇଯାଇଥାଏ ।
ଫୁଡ୍ ବର୍ଣ୍ଣ ରୋଗର ଆଶଙ୍କା କମ୍ ରୁହେ
ଖାଦ୍ୟକୁ ଉଚିତ୍ ତାପମାତ୍ରାରେ ରୋଷେଇ କରିବା ଦ୍ୱାରା କଞ୍ଚା ଖାଦ୍ୟରେ ଥିବା ବ୍ୟାକ୍ଟେରିଆ, ଭାଇରସ୍ ଓ ପାରାସାଇଟ୍ସ ମରିଯାଇଥାନ୍ତି । ଏହାଦ୍ୱାରା ଫୁଡ୍ ବର୍ଣ୍ଣ ରୋଗକୁ ରୋକିବାରେ ସହଯୋଗ ମିଳିଥାଏ, ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନଙ୍କ ପାଇଁ ଲାଭଦାୟକ । ବିଶେଷକରି ଗରମ ଦିନେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି, କାରଣ ଏହି ସମୟରେ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ଅଧିକ ।
ପାଚନତନ୍ତ୍ରକୁ ସୁସ୍ଥ ରଖେ
ଖାଦ୍ୟ ରୋଷେଇ କରିବା ସମୟରେ କିଛି ଖାଦ୍ୟରେ ଥିବା ଟକସେଲ୍ ବଲ୍ସ ଏବଂ ଫାଇବର ତନ୍ତୁକୁ ଭାଙ୍ଗି ଦେଇଥାଏ, ଯାହାଦ୍ୱାରା ଶରୀର ପାଇଁ ଏହାକୁ ହଜମ କରିବା ସହଜ ହୋଇଥାଏ । ଏହା ପାଚନଜନିତ ସମସ୍ୟା ଥିବା ବା ସମ୍ବେଦନଶୀଳ ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ।