ନ୍ୟୁୟର୍କରେ ୨୭ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନ୍ୟୁୟର୍କର ହରଲେମରେ ଆଜି ଅଗ୍ନିକାଣ୍ଡ ଯୋଗୁଁ ଜଣେ ୨୭ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ହରଲେମ ଆପାର୍ଟମେଣ୍ଟ ବିଲ୍ଡିଂରେ ଏକ ଇ-ବାଇକର ଲିଥିୟମ ଆୟନ ବ୍ୟାଟେରି ଯୋଗୁଁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଫଜିଲ ଖାନ। ନ୍ୟୁୟର୍କ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଦୂତାବାସ ପକ୍ଷରୁ ଫଜିଲ ଖାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଛି […]

ନ୍ୟୁୟର୍କରେ ୨୭ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନ୍ୟୁୟର୍କର ହରଲେମରେ ଆଜି ଅଗ୍ନିକାଣ୍ଡ ଯୋଗୁଁ ଜଣେ ୨୭ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ହରଲେମ ଆପାର୍ଟମେଣ୍ଟ ବିଲ୍ଡିଂରେ ଏକ ଇ-ବାଇକର ଲିଥିୟମ ଆୟନ ବ୍ୟାଟେରି ଯୋଗୁଁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଫଜିଲ ଖାନ। ନ୍ୟୁୟର୍କ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଦୂତାବାସ ପକ୍ଷରୁ ଫଜିଲ ଖାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି କୁହାଯାଇଛି। ନ୍ୟୁୟର୍କ ସ୍ଥିତ ଭାରତୀୟ କନସଲେଟ ଜେନେରାଲ ପକ୍ଷରୁ ଉକ୍ତ ଘଟଣାରେ ଶୋକ ପ୍ରକାଶ କରାଯାଇଛି ଏବଂ କୁହାଯାଇଛି ଯେ ସେମାନେ ଖାନଙ୍କ ପାର୍ଥୀବ ଶରୀରକୁ ଭାରତ ନେବାପାଇଁ ଖାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ଖାନ ହେଉଛନ୍ତି କଲମ୍ବିଆ ଜର୍ଣ୍ଣାଲିଜମ ସ୍କୁଲ ଗ୍ରାଜୁଏଟ। ଆପାର୍ଟମେଣ୍ଟର ଏକ ବିଲ୍ଡିଂରୁ ଉଦ୍ଧାର କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ଆହୁରି ୧୭ ଜଣ ଆହତ ହୋଇଛନ୍ତି।