ନୟାଗଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ : ବୋମାମାଡରେ ବ୍ୟବସାୟୀ ଗୁରୁତର

କନକବ୍ୟୁରୋ : ନୟାଗଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼। ରାଜସୁନାଖଳା ପେଟ୍ରୋଲ ପମ୍ପ ନିକଟରେ ଯୁବ ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ଏହି ଆକ୍ରମଣ ହୋଇଛି। ଗୁରୁତର ଭାବେ ଆହତ ହୋଇଥିବା  ବ୍ୟବସାୟୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ରାଜସୁନାଖଳା ପୁଲିସ ଆକ୍ରମଣ ଘଟଣାର ତନାଘନା ଆରମ୍ଭ କରିଛି।  