ପଞ୍ଜାବ କିଙ୍ଗ୍ସର ହେଡ୍ କୋଚ୍ ହେଲେ ରିକି ପଣ୍ଟିଂ, ୧୭ ବର୍ଷ ପରେ ଦଳକୁ କରାଇବେ ଚାମ୍ପିଅନ ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ୨୦୨୫ ପୂର୍ବରୁ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ପଣ୍ଟିଂ ଏବେ ଟ୍ରେଭର ବେଲିସଙ୍କ  ଜାଗା ନେବେ। ଯିଏ ଗତ କିଛି ବର୍ଷ ଧରି ପଞ୍ଜାବର ମୁଖ୍ୟ କୋଚ୍ ଥିଲେ। ପଣ୍ଟିଂ ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ପାଇଁ ଦୀର୍ଘ ସମୟ କୋଚ୍ ରହିବା ପରେ ବି ଦଳ କୁ ସଫଳତା ନ ମିଳିବାରୁ ସେ ଡିସି ପାଇଁ ନିଜର କାର୍ଯ୍ୟକାଳ ଆଗକୁ ବଢାଇକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ ସହ ପଣ୍ଟିଂ ୪ ବର୍ଷର ଚୁକ୍ତିନାମା କରିଛନ୍ତି, ଯାହା ୨୦୨୮ରେ ସମାପ୍ତ ହେବ। ପଞ୍ଜାବ କିଙ୍ଗ୍ସର କୋଚିଂ ଏବଂ ସପୋର୍ଟ ଷ୍ଟାପର ପୁରା ନିୟନ୍ତ୍ରଣ ପଣ୍ଟିଂଙ୍କ ହାତକୁ ଦିଆଯିବ ବୋଲି କୁହାଯାଉଛି। କିନ୍ତୁ ଏ ବିଷୟରେ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ଯେ, ପୁରୁଣା କୋଚିଂ ଷ୍ଟାଫଙ୍କୁ ନେଇ କଣ ନିଷ୍ପତ୍ତି ନିଆଯିବ। ପଞ୍ଜାବର ପୁରୁଣା କୋଚିଂ ଷ୍ଟାଫରେ ଟ୍ରେଭର ବେଲିସ(ମୁଖ୍ୟ କୋଚ୍), ସଞ୍ଜୟ ବାଙ୍ଗର(ହେଡ ଅଫ କ୍ରିକେଟ୍ ଡେଭଲପମେଣ୍ଟ), ଚାର୍ଲ ଲାଙ୍ଗଭେଲ୍ଟ(ଦ୍ରୁତ ବୋଲିଂ କୋଚ୍) ଓ ସୁନୀଲ ଯୋଶୀ(ସ୍ପିନ ବୋଲିଂ କୋଚ୍) ସାମିଲ ଥିଲେ। ଉଲ୍ଲେଖନୀୟ ପଞ୍ଜାବ ଗତ ୭ ସିଜିନରେ ୬ କୋଚ୍ ବଦଳାଇ ସାରିଛି।Also read: ବାଂଲାଦେଶର ଏହି ପ୍ଲେୟର; ରୋହିତ ଶର୍ମାଙ୍କ ଠାରୁ ବହ

ପଞ୍ଜାବ କିଙ୍ଗ୍ସର ହେଡ୍ କୋଚ୍ ହେଲେ ରିକି ପଣ୍ଟିଂ, ୧୭ ବର୍ଷ ପରେ ଦଳକୁ କରାଇବେ ଚାମ୍ପିଅନ ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ୨୦୨୫ ପୂର୍ବରୁ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ପଣ୍ଟିଂ ଏବେ ଟ୍ରେଭର ବେଲିସଙ୍କ  ଜାଗା ନେବେ। ଯିଏ ଗତ କିଛି ବର୍ଷ ଧରି ପଞ୍ଜାବର ମୁଖ୍ୟ କୋଚ୍ ଥିଲେ। ପଣ୍ଟିଂ ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ପାଇଁ ଦୀର୍ଘ ସମୟ କୋଚ୍ ରହିବା ପରେ ବି ଦଳ କୁ ସଫଳତା ନ ମିଳିବାରୁ ସେ ଡିସି ପାଇଁ ନିଜର କାର୍ଯ୍ୟକାଳ ଆଗକୁ ବଢାଇକୁ ଆଗ୍ରହ ପ୍ରକାଶ କରି ନ ଥିଲେ। 

ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ ସହ ପଣ୍ଟିଂ ୪ ବର୍ଷର ଚୁକ୍ତିନାମା କରିଛନ୍ତି, ଯାହା ୨୦୨୮ରେ ସମାପ୍ତ ହେବ। ପଞ୍ଜାବ କିଙ୍ଗ୍ସର କୋଚିଂ ଏବଂ ସପୋର୍ଟ ଷ୍ଟାପର ପୁରା ନିୟନ୍ତ୍ରଣ ପଣ୍ଟିଂଙ୍କ ହାତକୁ ଦିଆଯିବ ବୋଲି କୁହାଯାଉଛି। କିନ୍ତୁ ଏ ବିଷୟରେ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ଯେ, ପୁରୁଣା କୋଚିଂ ଷ୍ଟାଫଙ୍କୁ ନେଇ କଣ ନିଷ୍ପତ୍ତି ନିଆଯିବ। ପଞ୍ଜାବର ପୁରୁଣା କୋଚିଂ ଷ୍ଟାଫରେ ଟ୍ରେଭର ବେଲିସ(ମୁଖ୍ୟ କୋଚ୍), ସଞ୍ଜୟ ବାଙ୍ଗର(ହେଡ ଅଫ କ୍ରିକେଟ୍ ଡେଭଲପମେଣ୍ଟ), ଚାର୍ଲ ଲାଙ୍ଗଭେଲ୍ଟ(ଦ୍ରୁତ ବୋଲିଂ କୋଚ୍) ଓ ସୁନୀଲ ଯୋଶୀ(ସ୍ପିନ ବୋଲିଂ କୋଚ୍) ସାମିଲ ଥିଲେ। ଉଲ୍ଲେଖନୀୟ ପଞ୍ଜାବ ଗତ ୭ ସିଜିନରେ ୬ କୋଚ୍ ବଦଳାଇ ସାରିଛି।

Also read: ବାଂଲାଦେଶର ଏହି ପ୍ଲେୟର; ରୋହିତ ଶର୍ମାଙ୍କ ଠାରୁ ବହୁତ ଧନୀ, କିଙ୍ଗ୍ କୋହଲିଙ୍କ ଠାରୁ ଗୋଟିଏ ପାଦ ଅଛନ୍ତି ପଛରେ…

ପଞ୍ଜାବ କିଙ୍ଗ୍ସର ଗତ ସିଜିନ ଉପରେ ନିଜର ପକାଇଲେ ଦଳ  ୧୪ଟି ମ୍ୟାଚ୍‌ରୁ ୫ଟି ଜିତିବାରେ ସଫଳ ହୋଇଥିଲା। ଅଙ୍କ ତାଲିକାରେ ଦଳ ତଳ ଆଡୁ ଦ୍ଵିତୀୟ ସ୍ଥାନରେ ରହିଥିଲା। ପଞ୍ଜାବର ପ୍ଲେ ଅଫ୍‌ର ନିକଟତର ହୋଇ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିବାର ପୁରୁଣା ଇତିହାସ ରଚିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ସିଜିନ ପରେ ବି ଏହି ଦଳ ଥରୁଟିଏ ବି ଟାଇଟଲ୍ ଜିତି ପାରିନି। ଏବେ ରିକି ପଣ୍ଟିଂଙ୍କ ଉପରେ ପଞ୍ଜାବକୁ ଆଇପିଏଲ୍ ଚାମ୍ପିଅନ କରାଇବାର ଦାୟିତ୍ଵ ରହିବ।