ପଠାନକୋଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପଂଜାବର ପଠାନକୋଟ ଜିଲ୍ଲା ଅଧୀନସ୍ଥ ଏକ ଗାଁରେ ୨ ଜଣ ଆତଙ୍କବାଦୀ ବୁଲୁଥିବା ରିପୋର୍ଟ ମିଳିଛି। ବର୍ଡର ରେଂଜ ଡିଆଇଜି ରାକେଶ କୌଶଳ କହିଛନ୍ତି, ଗତ ରାତିରୁ ୨ ଜଣ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଜଣା ପଡ଼ିବାପରେ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏଠାରେ ହାଇ ଆଲର୍ଟ ଜାରି ହୋଇଛି। ପଠାନକୋଟ ଏସ୍‌ଏସ୍‌ପି ସୁହେଲ କସିମ ମୀର କହିଛନ୍ତି, ୨ ଜଣ ସଶସ୍ତ୍ର ସନ୍ଦିଗ୍ଧ ଆଜି ପଠାନକୋଟର କୋଟ […]

ପଠାନକୋଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପଂଜାବର ପଠାନକୋଟ ଜିଲ୍ଲା ଅଧୀନସ୍ଥ ଏକ ଗାଁରେ ୨ ଜଣ ଆତଙ୍କବାଦୀ ବୁଲୁଥିବା ରିପୋର୍ଟ ମିଳିଛି। ବର୍ଡର ରେଂଜ ଡିଆଇଜି ରାକେଶ କୌଶଳ କହିଛନ୍ତି, ଗତ ରାତିରୁ ୨ ଜଣ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଜଣା ପଡ଼ିବାପରେ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏଠାରେ ହାଇ ଆଲର୍ଟ ଜାରି ହୋଇଛି। ପଠାନକୋଟ ଏସ୍‌ଏସ୍‌ପି ସୁହେଲ କସିମ ମୀର କହିଛନ୍ତି, ୨ ଜଣ ସଶସ୍ତ୍ର ସନ୍ଦିଗ୍ଧ ଆଜି ପଠାନକୋଟର କୋଟ ଭଟ୍ଟିଆନ ଗ୍ରାମ ପାଖରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଗ୍ରାମଟି ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟରେ ଉପସ୍ଥିତ। ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ହାଇ ଆଲର୍ଟରେ ଅଛନ୍ତି।