ପତ୍ନୀଙ୍କ ଠାରୁ ଅଲଗା ହେଲେ ତାମିଲ ଅଭିନେତା ଜୟମ ରବି, ଭାଙ୍ଗିଗଲା ୧୫ ବର୍ଷର ବିବାହ
ମୁମ୍ଵାଇ ୦୯।୦୯: ଜଣାଶୁଣା ତାମିଲ ଅଭିନେତା ଜୟମ ରବି । କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଅଭିନେତା ତାଙ୍କ ପତ୍ନୀ ଆରତୀଙ୍କ ଠାରୁ ଅଲଗା ହେବା ନେଇ ଦୀର୍ଘ ସମୟ ଧରି ଅନୁମାନ କରାଯାଉଥିଲା। ହେଲେ ତାଙ୍କ ପ୍ରଶଂସକମାନେ ଏହାକୁ କେବଳ ଗୁଜବ ବୋଲି ବିବେଚନା କରିଥିଲେ। କିନ୍ତୁ ଅଭିନେତା ଶେଷରେ ଖୁଲାସା କରିଛନ୍ତି । ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହେବା ଘୋଷଣା କରିଛନ୍ତି।View this post on InstagramA post shared by Jayam Ravi (@jayamravi_official)ପତ୍ନୀ ଆରତୀଙ୍କଠାରୁ ଛାଡପତ୍ର ଘୋଷଣା କରିଛନ୍ତି ଜୟମ ରବିଜୟମ ରବି ତାଙ୍କ ବିବୃତ୍ତିର ଦୁଇଟି ଫଟୋ ଇଂରାଜୀ ଏବଂ ତାମିଲରେ ପୋଷ୍ଟ କରିଛନ୍ତି । ସେ ଏହାକୁ ଏକ ପାରସ୍ପରିକ ନିଷ୍ପତ୍ତି ବୋଲି କହିଛନ୍ତି। ସେ ତାଙ୍କ ବିବୃତ୍ତିରେ ଲେଖିଛନ୍ତି, “ “ବହୁ ଚିନ୍ତା, ବିଚାର-ଆଲୋଚନା ପରେ ମୁଁ ଆରତୀଙ୍କ ସହ ମୋର ବିବାହ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇ ନାହିଁ ଏବଂ ବ୍ୟକ୍ତିଗତ କାରଣରୁ ନିଆଯାଇଛି । Grateful for your love and understanding.Jayam Ravi pic.twitter.com/FNRGf6OOo8— Jayam Ravi (@actor_jayamravi) September 9, 2024ଅଭିନେତାଙ୍କ ଛାଡପତ୍ର ଘୋଷଣା ପରେ ପ୍ରଶଂସକଙ୍କୁ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ କରିବାକୁ ନିବେଦନ କରିଥିଲେ। କାରଣ ଏହା ସେମାନଙ୍କ ପାଇଁ ଏକ କଷ୍ଟକର ସମୟ, ଜ
ମୁମ୍ଵାଇ ୦୯।୦୯: ଜଣାଶୁଣା ତାମିଲ ଅଭିନେତା ଜୟମ ରବି । କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଅଭିନେତା ତାଙ୍କ ପତ୍ନୀ ଆରତୀଙ୍କ ଠାରୁ ଅଲଗା ହେବା ନେଇ ଦୀର୍ଘ ସମୟ ଧରି ଅନୁମାନ କରାଯାଉଥିଲା। ହେଲେ ତାଙ୍କ ପ୍ରଶଂସକମାନେ ଏହାକୁ କେବଳ ଗୁଜବ ବୋଲି ବିବେଚନା କରିଥିଲେ। କିନ୍ତୁ ଅଭିନେତା ଶେଷରେ ଖୁଲାସା କରିଛନ୍ତି । ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହେବା ଘୋଷଣା କରିଛନ୍ତି।
ପତ୍ନୀ ଆରତୀଙ୍କଠାରୁ ଛାଡପତ୍ର ଘୋଷଣା କରିଛନ୍ତି ଜୟମ ରବି
ଜୟମ ରବି ତାଙ୍କ ବିବୃତ୍ତିର ଦୁଇଟି ଫଟୋ ଇଂରାଜୀ ଏବଂ ତାମିଲରେ ପୋଷ୍ଟ କରିଛନ୍ତି । ସେ ଏହାକୁ ଏକ ପାରସ୍ପରିକ ନିଷ୍ପତ୍ତି ବୋଲି କହିଛନ୍ତି। ସେ ତାଙ୍କ ବିବୃତ୍ତିରେ ଲେଖିଛନ୍ତି, “ “ବହୁ ଚିନ୍ତା, ବିଚାର-ଆଲୋଚନା ପରେ ମୁଁ ଆରତୀଙ୍କ ସହ ମୋର ବିବାହ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇ ନାହିଁ ଏବଂ ବ୍ୟକ୍ତିଗତ କାରଣରୁ ନିଆଯାଇଛି ।
Grateful for your love and understanding.
Jayam Ravi pic.twitter.com/FNRGf6OOo8— Jayam Ravi (@actor_jayamravi) September 9, 2024
ଅଭିନେତାଙ୍କ ଛାଡପତ୍ର ଘୋଷଣା ପରେ ପ୍ରଶଂସକଙ୍କୁ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ କରିବାକୁ ନିବେଦନ କରିଥିଲେ। କାରଣ ଏହା ସେମାନଙ୍କ ପାଇଁ ଏକ କଷ୍ଟକର ସମୟ, ଜୟମ ରବି ଲେଖିଛନ୍ତି, “ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି କଷ୍ଟ ସମୟରେ ଦୟାକରି ଆମର ଗୋପନୀୟତାକୁ ସମ୍ମାନ ଦିଅ ଏବଂ ଆମର ପରିବାର ସଦସ୍ୟ ଏବଂ ଏହି ବିଷୟରେ କୌଣସି ପ୍ରକାରର ଧାରଣା, ଗୁଜବ କିମ୍ବା ଅଭିଯୋଗ ନକରିବାକୁ ଆପଣ ସମସ୍ତଙ୍କୁ ନିବେଦନ ।ମାମଲାଟି ବ୍ୟକ୍ତିଗତ ରହିବାକୁ ଦିଅନ୍ତୁ। ”
ଜୟମ ରବି ୨୦୦୯ ରେ ଆରତୀଙ୍କୁ ବିବାହ କରିଥିଲେ
କହିବାକୁ ଗଲେ ଯେ ଜୟମ ରବି ୨୦୦୯ରେ ଟେଲିଭିଜନ ନିର୍ମାତା ସୁଜତା ବିଜୟ କୁମାରଙ୍କ ଝିଅ ଆରତୀ ରବିଙ୍କୁ ବିବାହ କରିଥିଲେ। ଆରତୀ ସ୍କଟଲ୍ୟାଣ୍ଡରେ ପାଠ ପଢୁଥିବା ବେଳେ ପ୍ରେମରେ ପଡିଥିଲେ । ପରେ ସେମାନେ ବିବାହ କଲେ । ଏହି ଦମ୍ପତିଙ୍କର ଦୁଇ ପୁଅ ଅଛି। ଯାହାଙ୍କ ଆରବ ଏବଂ ଅୟାନ୍ ଅଛନ୍ତି