ବକ୍ସ ଅଫିସ୍‌ରେ ଧମାଲା କରୁଛି ‘ସ୍ତ୍ରୀ-୨’, ୩ ଦିନରେ ପାର୍ କଲା ୧୦୦ କୋଟି

ମୁମ୍ଵାଇ ୧୮।୦୮; ରିଲିଜ୍‌ର ପ୍ରଥମ ଦିନ ଧମାଲ୍‌ କରିଛି ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଷ୍ଟାରର୍‌ ହରର୍‌ କମେଡି ‘ସ୍ତ୍ରୀ-୨’ । ୩ ଦିନରେ ବ୍ଲକ୍‌ବଷ୍ଟର ହିଟ୍‌ । ମାତ୍ର ୬୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି । ଆଗଧାଡ଼ିର ଷ୍ଟାର୍‌ ନ ଥାଇ ବକ୍ସ ଅଫିସ୍‌ରେ ବାଜି ମାରିଛି । ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଥିଲେ । ରିଲିଜ୍‌ ଦିନ ହିଁ ଏହା ଆଶାଠୁ ଅଧିକ ସଫଳତା ହାସଲ କଲା । ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖେଲ୍‌ ଖେଲ୍‌ ମେଁ’ ଓ ଜନ୍‌ ଆବ୍ରାହମ୍‌ଙ୍କ ‘ବେଦା’ ସହ ‘ସ୍ତ୍ରୀ-୨’ର ଟକ୍କର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ସମସ୍ତଙ୍କୁ ପଛରେ ପକାଇଛି । ରିଲିଜ୍‌ର ପ୍ରଥମ ଦିନ ଭାରତରେ ଏହା ୭୬.୫୦ କୋଟି ବ୍ୟବସାୟ କରି ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କଲା । ୨ୟ ଦିନ ୪୧ କୋଟିରୁ ଅଧିକ ଆୟ କଲା । ୩ୟ ଦିନ ଅର୍ଥାତ୍‌ ଶନିବାର ଫିଲ୍ମର କଲେକ୍ସନ୍‌ ୪୬ କୋଟି ଟପିଲା । ମୋଟାମୋଟି ତିନି ଦିନରେ ଫିଲ୍ମର କଲେକ୍ସନ୍‌ ୧୬୩ କୋଟି ଟପିଛି । ରବିବାର ଓ ରକ୍ଷାବନ୍ଧନକୁ ଦୃଷ୍ଟିରେ ରଖି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ୍‌ ଆହୁରି ବଢ଼ିଯିବ ବୋଲି ଆଶା କରାଯାଉଛି । ଫିଲ୍ମର ସଫଳତାକୁ ଏବେ ଷ୍ଟାର୍‌ ଓ ନିର୍ମାତା ସେଲିବ୍ରେଟ୍‌ କରୁଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର୍‌ ଶେୟାର କରିଛନ୍ତି, ଯେ

ବକ୍ସ ଅଫିସ୍‌ରେ ଧମାଲା କରୁଛି ‘ସ୍ତ୍ରୀ-୨’, ୩ ଦିନରେ ପାର୍ କଲା ୧୦୦ କୋଟି

ମୁମ୍ଵାଇ ୧୮।୦୮; ରିଲିଜ୍‌ର ପ୍ରଥମ ଦିନ ଧମାଲ୍‌ କରିଛି ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଷ୍ଟାରର୍‌ ହରର୍‌ କମେଡି ‘ସ୍ତ୍ରୀ-୨’ । ୩ ଦିନରେ ବ୍ଲକ୍‌ବଷ୍ଟର ହିଟ୍‌ । ମାତ୍ର ୬୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି । ଆଗଧାଡ଼ିର ଷ୍ଟାର୍‌ ନ ଥାଇ ବକ୍ସ ଅଫିସ୍‌ରେ ବାଜି ମାରିଛି । ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଥିଲେ । ରିଲିଜ୍‌ ଦିନ ହିଁ ଏହା ଆଶାଠୁ ଅଧିକ ସଫଳତା ହାସଲ କଲା । 

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖେଲ୍‌ ଖେଲ୍‌ ମେଁ’ ଓ ଜନ୍‌ ଆବ୍ରାହମ୍‌ଙ୍କ ‘ବେଦା’ ସହ ‘ସ୍ତ୍ରୀ-୨’ର ଟକ୍କର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ସମସ୍ତଙ୍କୁ ପଛରେ ପକାଇଛି । ରିଲିଜ୍‌ର ପ୍ରଥମ ଦିନ ଭାରତରେ ଏହା ୭୬.୫୦ କୋଟି ବ୍ୟବସାୟ କରି ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କଲା । ୨ୟ ଦିନ ୪୧ କୋଟିରୁ ଅଧିକ ଆୟ କଲା । ୩ୟ ଦିନ ଅର୍ଥାତ୍‌ ଶନିବାର ଫିଲ୍ମର କଲେକ୍ସନ୍‌ ୪୬ କୋଟି ଟପିଲା । ମୋଟାମୋଟି ତିନି ଦିନରେ ଫିଲ୍ମର କଲେକ୍ସନ୍‌ ୧୬୩ କୋଟି ଟପିଛି । ରବିବାର ଓ ରକ୍ଷାବନ୍ଧନକୁ ଦୃଷ୍ଟିରେ ରଖି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ୍‌ ଆହୁରି ବଢ଼ିଯିବ ବୋଲି ଆଶା କରାଯାଉଛି । 

ଫିଲ୍ମର ସଫଳତାକୁ ଏବେ ଷ୍ଟାର୍‌ ଓ ନିର୍ମାତା ସେଲିବ୍ରେଟ୍‌ କରୁଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର୍‌ ଶେୟାର କରିଛନ୍ତି, ଯେଉଁଥିରେ ‘ଅନ୍‌ବିଟେବଲ୍‌ ଓ ଅନ୍‌ଷ୍ଟପେବଲ୍‌’ ଉଲ୍ଲେଖ କରିଛନ୍ତି । ଶ୍ରଦ୍ଧା ଓ ରାଜକୁମାରଙ୍କ ସମେତ ଫିଲ୍ମରେ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ଓ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ହିଟ୍‌ ଫିଲ୍ମ ‘ସ୍ତ୍ରୀ’ର ସିକ୍ୱେଲ ।