ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର ଅଭିନୟ ଯାଦୁରେ ବାନ୍ଧି ରଖୁଥିବା ଲୋକପ୍ରିୟ ଅଭିନେତା ଅମନ ବର୍ମା। ବିବାହର ନଅ ବର୍ଷ ପରେ ପତ୍ନୀ ବନ୍ଦନା ଲାଲାଓ୍ବାନୀଙ୍କଠାରୁ ସେ ଅଲଗା ହେବେ। ଦୁହିଁଙ୍କ ସମ୍ପର୍କରେ ଏତେ ମତଭେଦ ଉପୁଜିଛି ଯେ ସେ […] The post ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା appeared first on Dharitri Odia News.

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର ଅଭିନୟ ଯାଦୁରେ ବାନ୍ଧି ରଖୁଥିବା ଲୋକପ୍ରିୟ ଅଭିନେତା ଅମନ ବର୍ମା। ବିବାହର ନଅ ବର୍ଷ ପରେ ପତ୍ନୀ ବନ୍ଦନା ଲାଲାଓ୍ବାନୀଙ୍କଠାରୁ ସେ ଅଲଗା ହେବେ। ଦୁହିଁଙ୍କ ସମ୍ପର୍କରେ ଏତେ ମତଭେଦ ଉପୁଜିଛି ଯେ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ବମ୍ବେ ଟାଇମ୍ସର ରିପୋର୍ଟ ମୁତାବକ, ଅମନ ଏବଂ ବନ୍ଦନା ଶୀଘ୍ର ପରିବାର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଏତେ ବଢ଼ି ଯାଇଥିଲା ଯେ ସେମାନେ ଏକାଠି ରହିବା କଷ୍ଟକର ହୋଇପଡ଼ିଛି। ଏହାପୂର୍ବରୁ ଅମନ କହିଥିଲେ ଯେ ବିବାହ କରିବା ତାଙ୍କ ପାଇଁ ବହୁତ ବଡ଼ ପଦକ୍ଷେପ ଥିଲା। କାରଣ ସେ ଦୀର୍ଘଦିନ ଧରି ଏକୁଟିଆ ରହି ଆସୁଥିଲେ। ଉପଯୁକ୍ତ ସାଥୀ ମିଳିଲେ ବିବାହ କରିବେ ବୋଲି ସେ ନିଶ୍ଚିତ କରିଥିଲେ।

ଛାଡ଼ପତ୍ର ନେଇ ଅମନ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ସେ କୋର୍ଟରେ ଯାଚିକା ଦାୟର କରିଥିଲେ। ଖୁବ୍‌ଶୀଘ୍ର ଦୁହେଁ ଆଧିକାରୀକ ଭାବେ ଏନେଇ ଘୋଷଣା କରିପାରନ୍ତି। ତେବେ ବନ୍ଦନାଙ୍କ ପୂର୍ବରୁ ଅମନ କରନ୍‌ ପଟେଲଙ୍କ ପତ୍ନୀ ଅଙ୍କିତା ଭାର୍ଗବଙ୍କୁ ଡେଟ୍‌ କରୁଥିଲେ। ଦୁହିଁଙ୍କ ବ୍ରେକ୍‌ଅପ୍‌ ହେବା ପରେ ଅମନ ଏକାକି ରହି ଆସୁଥିଲେ। ୨୦୧୬ରେ ସେ ବନ୍ଦନାଙ୍କୁ ବିବାହ କରିଥିଲେ।

The post ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା appeared first on Dharitri Odia News.