ପଥର ବ୍ଲାଷ୍ଟିଙ୍ଗ ବେଳେ ଅଘଟଣ : ଜଣେ ଶ୍ରମିକ ମୃତ, ଦୁଇ ଆହତ

ଆସ୍କା ୩।୮: ପଥର ବ୍ଲାଷ୍ଟିଂ ବେଳେ ଅଘଟଣ । ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ଏକ ପଥର କୁଆଁରୀରେ ବ୍ଲାଷ୍ଟିଂ କରି ଗ୍ରାନାଇଟ୍ କାଟୁଥିବା ବେଳେ ଅଘଟଣ । କାର୍ଯ୍ୟରତ ଶ୍ରମିକ ୪୮ ବର୍ଷ ବୟସ୍କ ଗୋବିନ୍ଦ ଆଇଲୁଙ୍କ ମୃତ୍ୟୁ ହୋଇଛି । ପଥର ଛିଟା ମାଡରେ ଅନ୍ୟ ଜଣେ ଶ୍ରମିକ ଏ.କୁମାର ଓ ଏ.ଜୟ ପ୍ରକାଶ ଉଭୟ ଆହତ ହୋଇଥିବା ଜଣାପଡିଛି । ମୃତ ଆଇଲୁ ୩୦ ଫୁଟ ଉଚ୍ଚରେ କାର୍ଯ୍ୟ କରୁଥିବା ବେଳେ ପ୍ରୋକ୍ଲିନ ସାହାଯ୍ୟରେ ପଥର ଖଣ୍ଡ କାଢିବା ବେଳେ ସେ ତଳକୁ ଖସିଯାଇଥିଲେ । ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିକା ହସ୍ପିଟାଲକୁ ମୃତଦେହ ଅଣାଯାଇଛି । ତାମିଲନାଡୁର କାଲାକୁଚି ଜିଲ୍ଲା ପାଶାର ଗାଁର ମୃତ ଗୋବିନ୍ଦ ଓ ତାଙ୍କ ଦୁଇ ପୁତୁରା ଏ. କୁମାର, ଏ. ଜୟ ପ୍ରକାଶ ତିନି ଜଣ ମିଶି ବର୍ଷେ ହେଲା ଏହି ପଥର କୁଆଁରୀରେ କାମ କରୁଥିଲେ । ବର୍ତ୍ତମାନ କୋଟିନଡା ଥାନା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରୁଛି । ଏହି ପଥର କୁଆଁରୀ ବେଆଇନ ଭାବେ ଚାଲୁଥିଲା ବୋଲି ଅଭିଯୋଗ ଆସିଛି । ଏଠାରେ ଏକ ଘରୋଇ ଠିକା ସଂସ୍ଥା ଆରସିଏନ ନାମକ ସଂସ୍ଥା କାର୍ଯ୍ୟ କର

ପଥର ବ୍ଲାଷ୍ଟିଙ୍ଗ ବେଳେ ଅଘଟଣ : ଜଣେ ଶ୍ରମିକ ମୃତ, ଦୁଇ ଆହତ

ଆସ୍କା ୩।୮: ପଥର ବ୍ଲାଷ୍ଟିଂ ବେଳେ ଅଘଟଣ । ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗାଁରେ ଏକ ପଥର କୁଆଁରୀରେ ବ୍ଲାଷ୍ଟିଂ କରି ଗ୍ରାନାଇଟ୍ କାଟୁଥିବା ବେଳେ ଅଘଟଣ । କାର୍ଯ୍ୟରତ ଶ୍ରମିକ ୪୮ ବର୍ଷ ବୟସ୍କ ଗୋବିନ୍ଦ ଆଇଲୁଙ୍କ ମୃତ୍ୟୁ ହୋଇଛି । ପଥର ଛିଟା ମାଡରେ ଅନ୍ୟ ଜଣେ ଶ୍ରମିକ ଏ.କୁମାର ଓ ଏ.ଜୟ ପ୍ରକାଶ ଉଭୟ ଆହତ ହୋଇଥିବା ଜଣାପଡିଛି । ମୃତ ଆଇଲୁ ୩୦ ଫୁଟ ଉଚ୍ଚରେ କାର୍ଯ୍ୟ କରୁଥିବା ବେଳେ ପ୍ରୋକ୍ଲିନ ସାହାଯ୍ୟରେ ପଥର ଖଣ୍ଡ କାଢିବା ବେଳେ ସେ ତଳକୁ ଖସିଯାଇଥିଲେ । ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆସିକା ହସ୍ପିଟାଲକୁ ମୃତଦେହ ଅଣାଯାଇଛି । ତାମିଲନାଡୁର କାଲାକୁଚି ଜିଲ୍ଲା ପାଶାର ଗାଁର ମୃତ ଗୋବିନ୍ଦ ଓ ତାଙ୍କ ଦୁଇ ପୁତୁରା ଏ. କୁମାର, ଏ. ଜୟ ପ୍ରକାଶ ତିନି ଜଣ ମିଶି ବର୍ଷେ ହେଲା ଏହି ପଥର କୁଆଁରୀରେ କାମ କରୁଥିଲେ । ବର୍ତ୍ତମାନ କୋଟିନଡା ଥାନା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରୁଛି । ଏହି ପଥର କୁଆଁରୀ ବେଆଇନ ଭାବେ ଚାଲୁଥିଲା ବୋଲି ଅଭିଯୋଗ ଆସିଛି । ଏଠାରେ ଏକ ଘରୋଇ ଠିକା ସଂସ୍ଥା ଆରସିଏନ ନାମକ ସଂସ୍ଥା କାର୍ଯ୍ୟ କରୁଥିଲା ।

You Can Read:

କେରଳ ଓ୍ବାୟନାଡ଼ରେ ନିଖୋଜ ସ୍ବାଧିନ ପଣ୍ଡା ସୁସ୍ଥ ଭାବେ ଉଦ୍ଧାର ହୁଅନ୍ତୁ : ରାଜସ୍ବ ମନ୍ତ୍ରୀ