ପଦାରେ ପଡ଼ିଲା ଭାଜପା କନ୍ଦଳ
ବାଲିପାଟଣା,୨ା୪(ଅଭିମନ୍ୟୁ ନାୟକ):ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜୟଦେବ ନିର୍ବାଚନ ମଣ୍ଡଳୀରୁ ଡ.ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଉକ୍ତ ବିଧାନସଭା ପାଇଁ ଥିବା ଆଶାୟୀ ପ୍ରାର୍ଥୀ ଟିକେଟ ନ ପାଇବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ବାଲିପାଟଣାଛକଠାରେ ଢାଲିଙ୍କ ବିରୋଧରେ ନାରାବାଜି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଅନ୍ୟପଟେ ଢାଲିଙ୍କୁ ସମର୍ଥନ ଜଣାଇ କେତେଜଣ ବାଲିପାଟଣା ଛକରେ ବାଣ […] The post ପଦାରେ ପଡ଼ିଲା ଭାଜପା କନ୍ଦଳ appeared first on Dharitri Odia News.
ବାଲିପାଟଣା,୨ା୪(ଅଭିମନ୍ୟୁ ନାୟକ):ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜୟଦେବ ନିର୍ବାଚନ ମଣ୍ଡଳୀରୁ ଡ.ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଉକ୍ତ ବିଧାନସଭା ପାଇଁ ଥିବା ଆଶାୟୀ ପ୍ରାର୍ଥୀ ଟିକେଟ ନ ପାଇବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ବାଲିପାଟଣାଛକଠାରେ ଢାଲିଙ୍କ ବିରୋଧରେ ନାରାବାଜି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଅନ୍ୟପଟେ ଢାଲିଙ୍କୁ ସମର୍ଥନ ଜଣାଇ କେତେଜଣ ବାଲିପାଟଣା ଛକରେ ବାଣ ଫୁଟାଇଥିଲେ। ଏନେଇ ବିଧାୟକ ଢାଲି କହିଛନ୍ତି, ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ପାଇଲି। ଏଭଳି କରିବା ଶୁଭ ସୂଚନା ନୁହେଁ। ସେମାନେ ଶାନ୍ତ ହୁଅନ୍ତୁ ବୋଲି ସେ କହିଛନ୍ତି।
The post ପଦାରେ ପଡ଼ିଲା ଭାଜପା କନ୍ଦଳ appeared first on Dharitri Odia News.