ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍ସିର ଚଢ଼ାଉ
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ):ସରକାର ସହରରେ ରହୁଥିବା ଭୂମିହୀନ, ଗୃହହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଘର ନ ପାଇ ସେମିତି ଦୟନୀୟ ଜୀବନ ବିତାଉଥିବାବେଳେ ବହୁ ଅଯୋଗ୍ୟ ବା ଜାଲ୍ ହିତାଧିକାରୀ ଆବାସ ଘର ହାତେଇ ନେଉଛନ୍ତି। ନିଜେ ନ ରହି ବେଆଇନ ଭାବେ ଭଡ଼ା ଲଗାଉଛନ୍ତି। ପୁଣି ଅନ୍ୟ ସ୍ଥାନରେ ସରକାରୀ ଜାଗା କବ୍ଜା କରି ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ […] The post ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍ସିର ଚଢ଼ାଉ appeared first on Dharitri Odia News.
ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ):ସରକାର ସହରରେ ରହୁଥିବା ଭୂମିହୀନ, ଗୃହହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଘର ନ ପାଇ ସେମିତି ଦୟନୀୟ ଜୀବନ ବିତାଉଥିବାବେଳେ ବହୁ ଅଯୋଗ୍ୟ ବା ଜାଲ୍ ହିତାଧିକାରୀ ଆବାସ ଘର ହାତେଇ ନେଉଛନ୍ତି। ନିଜେ ନ ରହି ବେଆଇନ ଭାବେ ଭଡ଼ା ଲଗାଉଛନ୍ତି। ପୁଣି ଅନ୍ୟ ସ୍ଥାନରେ ସରକାରୀ ଜାଗା କବ୍ଜା କରି ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଏଭଳି ଚଞ୍ଚକତା ନେଇ ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ତେବେ ନିକଟରେ ମୈତ୍ରିବିହାର ଥାନା ଅଞ୍ଚଳରେ ରାଜୀବ ଆବାସ ଘରେ ଭଡ଼ାରେ ରହୁଥିବା ମହିଳାଙ୍କୁ ଗଣବଳାତ୍କାର ଘଟଣା ପରେ କର୍ତ୍ତୃପକ୍ଷ କେଳେଙ୍କାରୀ କଳଙ୍କର ଦୋଷ ଛଡ଼ାଇବା ଲାଗି ଚଢ଼ାଉ ଆରମ୍ଭ କରିଛି। ବୁଧବାର ଏକାଧିକ ଟିମ୍ ୮ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରିଛି। ଅଧିକ ତଦନ୍ତ ହେଲେ ଆହୁରି ବହୁ ଜାଲ ହିତାଧିକାରୀ ସାମ୍ନାକୁ ଆସିବେ ବୋଲି ଆଶଙ୍କା କରାଯାଉଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ଏତେ ସଂଖ୍ୟକ ଜାଲ୍ ହିତାଧିକାରୀ ଚିହ୍ନଟ ହେବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଚଢ଼ାଉକୁ ଲୋକଦେଖାଣିଆ ବୋଲି ଲୋକେ କହୁଥିବାବେଳେ ଏଥିରେ ବି ପ୍ରିୟାପ୍ରୀତି ତୋଷଣ ଓ ଟଙ୍କା କାରବାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ବେଆଇନ ଭାବେ ରାଜୀବ ଆବାସ ହାତେଇଥିବା ହିତାଧିକାରୀଙ୍କୁ ଧରିବା ପାଇଁ ବିଏମ୍ସି ଟିମ୍ ସକାଳୁ ଅପରେଶନ ଆରମ୍ଭ କରିଥିଲା। ରଙ୍ଗମାଟିଆ, ମଣ୍ଡପ ବସ୍ତି, ନିଳମାଧବ ବସ୍ତି, ବୁଦ୍ଧବିହାର, ପଥରବନ୍ଧ, ମହିଁଷିଆଖାଲ, ଶାନ୍ତିନଗର ଏବଂ ସୁବୁଧିପୁର ଅଞ୍ଚଳରେ ଥିବା ୮ ଆବାସ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲା। ବିଏମ୍ସି ଟିମ୍ ପ୍ରତି ଘରକୁ ଯାଇ ମାଲିକଙ୍କ ପରିଚୟପତ୍ର ମାଗିଥିଲେ। ସେହି ଅନୁଯାୟୀ ଘର ମାଲିକଙ୍କ ନାମ ସହ ହିତାଧିକାରୀ ତାଲିକାକୁ ମିଳାଇଥିଲେ। କିଛି ହିତାଧିକାରୀ ଉକ୍ତ ଘରେ ରହୁଥିବାବେଳେ ଆଉ କିଛି ଘର ଭଡା ଲଗାଇ ବାହାରେ ପୁଣି ସରକାରୀ ଜାଗା ମାଡିବସି ରହୁଥିବା ନଜରକୁ ଆସିଥିଲା। ଆଉ କିଛି ହିତାଧିକାରୀ ଏଠାରେ ପାଇଥିବା ଘରକୁ ବିକ୍ରିକରି କରି ଗାଁକୁ ଚାଲିଯାଇଥିବା ଜଣାପଡିଥିଲା। ଭଡା ଲଗାଉଥିବା ମାଲିକମାନେ କେବଳ ମାସିକିଆ ଟଙ୍କା ଆଦାୟ କରିବାକୁ ଏଠାକୁ ଆସୁଛନ୍ତି ସ୍ଥାନୀୟ ଲୋକେ କହିଥିଲେ।
ଚଢ଼ାଉ ପୂର୍ବରୁ ଅଯୋଗ୍ୟ ପାଇଗଲେ ଖବର…
ଚଢ଼ାଉ ଅତି ଗୋପନୀୟତାର ସହ ହେବ ବୋଲି ଯୋଜନା ହୋଇଥିଲା। ଯେଉଁଥିପାଇଁ ଜୋନ୍ସ୍ତରର ଜୋନାଲ ଡେପୁଟି କମିଶନର (ଜେଡିସି) ଏହାର ଦାୟିତ୍ୱ ନେଇଥିଲେ। ହେଲେ ଚଢ଼ାଉ ପୂର୍ବରୁ ଏହି ଖବର ଭିତିରି ସମ୍ପର୍କ ରଖିଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ଯାଇଥିଲା। ତେଣୁ ଘର ଭଡ଼ା ଲଗାଇ ବାହାରେ ରହୁଥିବା ହିତାଧିକାରୀଙ୍କ ମଧ୍ୟରୁ କିଛି ରାତି ଓ ଆଉ କିଛି ସକାଳେ ଆସି ସେଠାରେ ଡେରା ପକାଇ ରହିଥିଲେ। ପୁଣି ସେମାନେ ଆଧାର କାର୍ଡକୁ ହାତରେ ଧରି ଅପେକ୍ଷା କରି ରହିଥିଲେ। ଫଳରେ ବିଏମ୍ସି ଟିମ୍ ଏମାନଙ୍କୁ ଧରିପାରି ନ ଥିଲେ।
The post ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍ସିର ଚଢ଼ାଉ appeared first on Dharitri Odia News.