ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଉଠିଲା ଦାବି

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁସମ୍ବଲପୁର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ସମ୍ବଲପୁରୀ ଗାୟକ ସମ୍ରାଟ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଙ୍କୁ ରାଜ୍ୟସଭା କୁ ମନୋନୀତ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ଦଳମତ ନିର୍ବିଶେଷରେ ଡକ୍ଟର ହରିପାଲ ଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ଆସନ୍ତା ୧୨ ତାରିଖ ଯାଏ ସମୟ ଦିଆଯାଇଛି। ତେବେ ଯଦି […] The post ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଉଠିଲା ଦାବି appeared first on Odisha.News.

ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଉଠିଲା ଦାବି

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁସମ୍ବଲପୁର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ସମ୍ବଲପୁରୀ ଗାୟକ ସମ୍ରାଟ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଙ୍କୁ ରାଜ୍ୟସଭା କୁ ମନୋନୀତ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ଦଳମତ ନିର୍ବିଶେଷରେ ଡକ୍ଟର ହରିପାଲ ଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ଆସନ୍ତା ୧୨ ତାରିଖ ଯାଏ ସମୟ ଦିଆଯାଇଛି। ତେବେ ଯଦି ୧୨ ତାରିଖ ମଧ୍ୟରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାନଯାଏ ତେବେ ୧୩ ତାରିଖ ଦିନ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ପକ୍ଷରୁ ସବୁ କଳାକାର ଓ କଳାପ୍ରେମୀଙ୍କୁ ନେଇ ଆରଡିସି କାର୍ଯ୍ୟାଳୟ ଆଗରେ ଧାରଣା ସହ ଘେରାଉ କରାଯିବ ବୋଳି ଆଜି ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ଉପ ମହାସଚିବ ଶେଖ୍ ଇନ୍ତେଖାପ୍, ଜିଲ୍ଲା ସହ ସଂଯୋଜକ ପ୍ରଦିପ କୁମ୍ଭାର ପ୍ରମୁଖ ମଞ୍ଚାସିନ ଥିଲେ।

The post ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଉଠିଲା ଦାବି appeared first on Odisha.News.