ପପ୍ପୁ ଯାଦବଙ୍କ କାର୍ଯ୍ୟାଳୟରେ ପୋଲିସ ରେଡ୍, ପୋଷ୍ଟ ସେୟାର କରି କହିଲେ- ଜବାବ ଦେବେ ଜନତା
ପାଟନା: ବିହାର ପୂର୍ଣ୍ଣିଆ ଲୋକସଭା ସିଟ୍ରୁ ନିର୍ଦ୍ଦଳୀୟ ଆଶାୟୀ ଭାବରେ ନିର୍ବାଚନ ଲଢ଼ୁଥିବା ପପ୍ପୁ ଯାଦବଙ୍କ କାର୍ଯ୍ୟାଳୟରେ ପୋଲିସ ରେଡ୍ କରିଛି। ଗୁରୁବାର ସନ୍ଧ୍ୟାରେ ପପ୍ପୁ ଯାଦବଙ୍କ କାର୍ଯ୍ୟାଳୟ ଅର୍ଜୁନ ଭବନ ଉପରେ ସଦର ଏସଡିପିଓ ପୁଷ୍କର କୁମାରଙ୍କ ନେତୃତ୍ବରେ ଅନେକ ଥାନାର ପୋଲିସ ପହଞ୍ଚିଥିଲେ।ଏହାସହ କାର୍ଯ୍ୟାଳୟରେ ଥିବା ପ୍ରଚାର ଗାଡ଼ିର କାଗଜପତ୍ରର ଯାଞ୍ଚ କରିଥିଲା।ଏକ ପ୍ରଚାର ବାହାନରେ କଟ-ଆଉଟ ସମେତ ଡିଜେ ଲାଗିଥିବାରୁ ଏସଡିପିଓ ସେସବୁର କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ। ଏହା ବ୍ୟତୀତ ପ୍ରଚାର ପାଇଁ ପ୍ରସ୍ତୁତ କରାଯାଇଥିବା ଅନେକ ବାହାନକୁ ଅନୁମତି ପତ୍ର ଦେଖାଇବାକୁ କହିଥିଲା। ଏହି ସମୟରେ କର୍ମୀମାନେ ମଧ୍ୟ ଏଥିପାଇଁ ଅନୁମତି ଥିବା ନେଇ କହିଥିଲେ। ସେପଟେ, ପୋଲିସର କାର୍ଯ୍ୟାନୁଷ୍ଠାନରେ ପପ୍ପୁ ଯାଦବଙ୍କ ତରଫରୁ ମଧ୍ୟ ପ୍ରତିକ୍ରିୟା ଆସିଛି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ‘‘ସରକାର କେତେ ତଳକୁ ଖସିବେ, ପୂର୍ଣ୍ଣିଆଙ୍କ ପୁଅକୁ ଆଉ କେତେ ହଇରାଣ କରିବେ ? ଜନତା ଜବାବ ଦେବେ। ନିଜ ପୋଷ୍ଟରେ ସେ ଆହୁରି କହିଛନ୍ତି ବିଜେପି-ଜେଡିୟୁ ସରକାରଙ୍କ ହାରିବା ଡର ଭଲ ଲାଗିଲା। ମତେ ଓ୍ବାଇ ସୁରକ୍ଷା ଦେବାକୁ ଏମାନଙ୍କ ପାଖରେ ପୋଲିସ ବଳ ନାହିଁ କିନ୍ତୁ ରେଡ୍ ପାଇଁ ଶତାଧିକ ପୋଲିସ୍ ପଠାଇଦେଲେ।’’ ଏହି ସମ୍ବନ୍ଧରେ ସଦର ଏସଡିପିଓ କହିଛନ୍ତି ଏହା ଏକ ସାମାନ୍ୟ ଯାଞ୍ଚ ପ୍ରକ୍ରିୟା। ସ
ପାଟନା: ବିହାର ପୂର୍ଣ୍ଣିଆ ଲୋକସଭା ସିଟ୍ରୁ ନିର୍ଦ୍ଦଳୀୟ ଆଶାୟୀ ଭାବରେ ନିର୍ବାଚନ ଲଢ଼ୁଥିବା ପପ୍ପୁ ଯାଦବଙ୍କ କାର୍ଯ୍ୟାଳୟରେ ପୋଲିସ ରେଡ୍ କରିଛି। ଗୁରୁବାର ସନ୍ଧ୍ୟାରେ ପପ୍ପୁ ଯାଦବଙ୍କ କାର୍ଯ୍ୟାଳୟ ଅର୍ଜୁନ ଭବନ ଉପରେ ସଦର ଏସଡିପିଓ ପୁଷ୍କର କୁମାରଙ୍କ ନେତୃତ୍ବରେ ଅନେକ ଥାନାର ପୋଲିସ ପହଞ୍ଚିଥିଲେ।
ଏହାସହ କାର୍ଯ୍ୟାଳୟରେ ଥିବା ପ୍ରଚାର ଗାଡ଼ିର କାଗଜପତ୍ରର ଯାଞ୍ଚ କରିଥିଲା।ଏକ ପ୍ରଚାର ବାହାନରେ କଟ-ଆଉଟ ସମେତ ଡିଜେ ଲାଗିଥିବାରୁ ଏସଡିପିଓ ସେସବୁର କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ। ଏହା ବ୍ୟତୀତ ପ୍ରଚାର ପାଇଁ ପ୍ରସ୍ତୁତ କରାଯାଇଥିବା ଅନେକ ବାହାନକୁ ଅନୁମତି ପତ୍ର ଦେଖାଇବାକୁ କହିଥିଲା। ଏହି ସମୟରେ କର୍ମୀମାନେ ମଧ୍ୟ ଏଥିପାଇଁ ଅନୁମତି ଥିବା ନେଇ କହିଥିଲେ।
ସେପଟେ, ପୋଲିସର କାର୍ଯ୍ୟାନୁଷ୍ଠାନରେ ପପ୍ପୁ ଯାଦବଙ୍କ ତରଫରୁ ମଧ୍ୟ ପ୍ରତିକ୍ରିୟା ଆସିଛି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ‘‘ସରକାର କେତେ ତଳକୁ ଖସିବେ, ପୂର୍ଣ୍ଣିଆଙ୍କ ପୁଅକୁ ଆଉ କେତେ ହଇରାଣ କରିବେ ? ଜନତା ଜବାବ ଦେବେ। ନିଜ ପୋଷ୍ଟରେ ସେ ଆହୁରି କହିଛନ୍ତି ବିଜେପି-ଜେଡିୟୁ ସରକାରଙ୍କ ହାରିବା ଡର ଭଲ ଲାଗିଲା। ମତେ ଓ୍ବାଇ ସୁରକ୍ଷା ଦେବାକୁ ଏମାନଙ୍କ ପାଖରେ ପୋଲିସ ବଳ ନାହିଁ କିନ୍ତୁ ରେଡ୍ ପାଇଁ ଶତାଧିକ ପୋଲିସ୍ ପଠାଇଦେଲେ।’’
ଏହି ସମ୍ବନ୍ଧରେ ସଦର ଏସଡିପିଓ କହିଛନ୍ତି ଏହା ଏକ ସାମାନ୍ୟ ଯାଞ୍ଚ ପ୍ରକ୍ରିୟା। ସବୁ ଗାଡ଼ିର କାଗଜପତ୍ର ନିଆଯାଇଛି। ସିଙ୍ଗଲ ଓ୍ବିଣ୍ଡୋରେ ଅନୁମତି ସହ ଜଡ଼ିତ ଆବେଦନ ରହିଛିକି ନାହିଁ ତାହାର ଯାଞ୍ଚ ହେବ। ସେ କହିଛନ୍ତି ଗୋଟିଏ ଡିଜେ ଗାଡ଼ି ଜବତ କରାଯାଇଛି।