ପରିତ୍ୟକ୍ତ ଜାଗିଲିି ବନ୍ଧରେ ଫସିଥିଲା ଗାଈ, ପରେ…
ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୮ ଥାନା ରୋଡରେ ଥିବା ପରିତ୍ୟକ୍ତ ଜାଗିଲି ବନ୍ଧ ପଙ୍କ କାଦୁଅରେ ଫସିରହିଥିବା ଏକ ଗାଈକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ଗାଈଟି ପଙ୍କରେ ଫସିରହିଥିବା କିଛି ବାସିନ୍ଦା ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ପହଞ୍ଚି ଗାଈକୁ ଉଦ୍ଧାର କରିଥିଲେ। ସହରର ଅନତି ଦୂରରେ ଥିବା ନିମପଲ୍ଲୀ ଗାଁ ନିକଟରେ ଏନଏସି ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ଡମ୍ପିଂୟାର୍ଡ ପ୍ରତିଷ୍ଠା […] The post ପରିତ୍ୟକ୍ତ ଜାଗିଲିି ବନ୍ଧରେ ଫସିଥିଲା ଗାଈ, ପରେ… appeared first on Dharitri Odia News.
ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୮ ଥାନା ରୋଡରେ ଥିବା ପରିତ୍ୟକ୍ତ ଜାଗିଲି ବନ୍ଧ ପଙ୍କ କାଦୁଅରେ ଫସିରହିଥିବା ଏକ ଗାଈକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ଗାଈଟି ପଙ୍କରେ ଫସିରହିଥିବା କିଛି ବାସିନ୍ଦା ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ପହଞ୍ଚି ଗାଈକୁ ଉଦ୍ଧାର କରିଥିଲେ। ସହରର ଅନତି ଦୂରରେ ଥିବା ନିମପଲ୍ଲୀ ଗାଁ ନିକଟରେ ଏନଏସି ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ଡମ୍ପିଂୟାର୍ଡ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ସହର ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ସେଠାରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଆବର୍ଜନା ଢ଼ାଳୁଛି। ପୁତିଗନ୍ଧମୟ ପରିବେଶରେ ସେଠାକାର ବାସିନ୍ଦା ରହିପାରୁନାହାନ୍ତି।ସକାଳୁ ସନ୍ଧ୍ୟା ଯାଏଁ ମଶା ମାଛିଙ୍କ ପ୍ରବଳ ଦୌରାତ୍ମ୍ୟରେ ଲୋକେ ଛଟପଟ ହେଉଛନ୍ତି ବୋଲି ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ.କୁନା ଅଭିଯୋଗ କରିଛନ୍ତି। ମଶା କାମୁଡିବା ଯୋଗୁଁ ବହୁସଂଖ୍ୟକ ବାସିନ୍ଦା ମାଲେରିଆ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାକୁ ତାଗିଦ କରାଯିବ।ସେଠାରେ ଅଳିଆ ଆବର୍ଜନା ନଢାଳିବା ପାଇଁ ସଫେଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। ଉକ୍ତ ବନ୍ କୁ ପୋତାଯାଇ ସେଠାରେ ନୂତନ ଏନଏସି କାର୍ଯ୍ୟାଳୟ କୋଠା ନିର୍ମାଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ଖସଡ଼ା ଡିପିଆର ପ୍ରସ୍ତୁତ କରାଯାଇଛି। କୋଠା ନିମନ୍ତେ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବା ନିମନ୍ତେ ଏନଏସି କାଉନସିଲ ବୈଠକରେ ପ୍ରସ୍ତାବ ଗୃହୀତ କରାଯାଇଥିବା ସେ ଜଣାଇଛନ୍ତି।
The post ପରିତ୍ୟକ୍ତ ଜାଗିଲିି ବନ୍ଧରେ ଫସିଥିଲା ଗାଈ, ପରେ… appeared first on Dharitri Odia News.