ପରିବହନ ଗାଡିରେ କେବେ ଲାଗିବ ଜିପିଏସ, ଟାଳଟୁଳ ନୀତିକୁ କଣ୍ଟ୍ରୋଲ ଡିଲର ସଂଘର ନାପସନ୍ଦ

କନକ ବ୍ୟୁରୋ :  ରାସନ ପରିବହନ ଗାଡ଼ିରେ ଜିପିଏସ୍ ଲଗାଅ , ନହେଲେ ଆମେ ଠିକାଦାରଠୁ ରାସନ ସାମଗ୍ରୀ ଗ୍ରହଣ କରିବୁନାହିଁ । ରାଜ୍ୟ କଂଣ୍ଟ୍ରୋଲର ଡିଲର ସଂଘ ଏଭଳି ନିଷ୍ପତି ନେଇଛି । କଣ୍ଟ୍ରୋଲ ଚାଉଳ ଚୋରି ଅଭିଯୋଗ ଆସିବା ପରେ, କଣ୍ଟ୍ରୋଲ ଦୋକାନୀ ନୂଆ ଓଜନ ମେସିନ ଓ ଚାଉଳ ଚୋରି ରୋକିବାକୁ ପରିବହନ ଠିକାଦାର ବ୍ୟବହାର କରୁଥିବା ଗାଡିରେ ଜିପିଏସ ଲଗାଇବେ ବୋଲି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।  କଣ୍ଟ୍ରୋଲ ଦୋକାନୀ ନୂଆ ଓଜନ ମେସିନ୍ ବ୍ୟବହାର କରିବା ଆରମ୍ଭ କରିସାରିଥିବା ବେଳେ, ରାସନ ଚାଉଳ ପରିବହନରେ ବ୍ୟବହାର ହେଉଥିବା ଗାଡିରେ ଜିପିଏସ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ତେଣୁ ଆସନ୍ତା ମାସରେ ବଣ୍ଟନ ହେବାକୁ ଥିବା ରାସନ ଚାଉଳ ଆଉ ପରିବହନ ଠିକାଦାର ଠାରୁ କଣ୍ଟ୍ରୋଲ ଡିଲର୍ ମାନେ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।   ରାଜ୍ୟ କଣ୍ଟ୍ରୋଲ ଡିଲର୍ ସଂଘର ଅଭିଯୋଗ ସେମାନେ ୨୨ ମାସର ବକେୟା ଏଯାଏଁ ପାଇନାହାଁନ୍ତି । ତେଣୁ ଜିପିଏସ୍ ବ୍ୟବସ୍ଥା ଲାଗୁ ସହ,ବକେୟା ଅର୍ଥ ଦେବାକୁ ସେମାନେ ଦାବି କରିଛନ୍ତି । ସେପଟେ କଟକ ଜିଲ୍ଲାପାଳ କହିଛନ୍ତି ଏହି ମାସରେ ବଣ୍ଟନ ଚାଲିଛି କିଛି ଅସୁବିଧା ହେବନି । ସେମାନଙ୍କର ୟେଉଁ ଦାବି ରହୁଛି ଏନେଇ ସେ ବିଭାଗକୁ ଜଣାଇଦେବେ ବୋଲି କହିଛନ୍ତି ।  ଅଗଷ୍ଟ ମାସରୁ ଜିପିଏସ ବ୍ୟବସ୍ଥା ଲାଗୁ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନାହିଁ । ସେପଟେ ପ

ପରିବହନ ଗାଡିରେ କେବେ ଲାଗିବ ଜିପିଏସ, ଟାଳଟୁଳ ନୀତିକୁ କଣ୍ଟ୍ରୋଲ ଡିଲର ସଂଘର ନାପସନ୍ଦ

କନକ ବ୍ୟୁରୋ :  ରାସନ ପରିବହନ ଗାଡ଼ିରେ ଜିପିଏସ୍ ଲଗାଅ , ନହେଲେ ଆମେ ଠିକାଦାରଠୁ ରାସନ ସାମଗ୍ରୀ ଗ୍ରହଣ କରିବୁନାହିଁ । ରାଜ୍ୟ କଂଣ୍ଟ୍ରୋଲର ଡିଲର ସଂଘ ଏଭଳି ନିଷ୍ପତି ନେଇଛି । କଣ୍ଟ୍ରୋଲ ଚାଉଳ ଚୋରି ଅଭିଯୋଗ ଆସିବା ପରେ, କଣ୍ଟ୍ରୋଲ ଦୋକାନୀ ନୂଆ ଓଜନ ମେସିନ ଓ ଚାଉଳ ଚୋରି ରୋକିବାକୁ ପରିବହନ ଠିକାଦାର ବ୍ୟବହାର କରୁଥିବା ଗାଡିରେ ଜିପିଏସ ଲଗାଇବେ ବୋଲି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।  କଣ୍ଟ୍ରୋଲ ଦୋକାନୀ ନୂଆ ଓଜନ ମେସିନ୍ ବ୍ୟବହାର କରିବା ଆରମ୍ଭ କରିସାରିଥିବା ବେଳେ, ରାସନ ଚାଉଳ ପରିବହନରେ ବ୍ୟବହାର ହେଉଥିବା ଗାଡିରେ ଜିପିଏସ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ତେଣୁ ଆସନ୍ତା ମାସରେ ବଣ୍ଟନ ହେବାକୁ ଥିବା ରାସନ ଚାଉଳ ଆଉ ପରିବହନ ଠିକାଦାର ଠାରୁ କଣ୍ଟ୍ରୋଲ ଡିଲର୍ ମାନେ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।  

ରାଜ୍ୟ କଣ୍ଟ୍ରୋଲ ଡିଲର୍ ସଂଘର ଅଭିଯୋଗ ସେମାନେ ୨୨ ମାସର ବକେୟା ଏଯାଏଁ ପାଇନାହାଁନ୍ତି । ତେଣୁ ଜିପିଏସ୍ ବ୍ୟବସ୍ଥା ଲାଗୁ ସହ,ବକେୟା ଅର୍ଥ ଦେବାକୁ ସେମାନେ ଦାବି କରିଛନ୍ତି । ସେପଟେ କଟକ ଜିଲ୍ଲାପାଳ କହିଛନ୍ତି ଏହି ମାସରେ ବଣ୍ଟନ ଚାଲିଛି କିଛି ଅସୁବିଧା ହେବନି । ସେମାନଙ୍କର ୟେଉଁ ଦାବି ରହୁଛି ଏନେଇ ସେ ବିଭାଗକୁ ଜଣାଇଦେବେ ବୋଲି କହିଛନ୍ତି ।

 ଅଗଷ୍ଟ ମାସରୁ ଜିପିଏସ ବ୍ୟବସ୍ଥା ଲାଗୁ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନାହିଁ । ସେପଟେ ପରିବହନ ଠିକାଦାର ଠାରୁ ରାସନ୍ ଚାଉଳ ନେଲେ ସେଥିରେ ଧାର୍ଯ୍ୟ ଓଜନଠାରୁ କମ୍ ପରିମାଣର ଜିନିଷ ରହୁଥିବା ନେଇ ଡିଲରମାନେ ଅଭିଯୋଗ କରୁଛନ୍ତି।  ହେଲେ ଏସବୁ ମଧ୍ୟରେ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନରେ କେମିତି ସମସ୍ୟା ନହେବ ସେନେଇ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।