ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ରକ୍ତଚାପ, ଡାଇବେଟିସ୍‌, ଏଚ୍‌ଆଇଭି ହେଉ କି କ୍ୟାନ୍ସର ଭଳି ଭୟଙ୍କର ରୋଗର ଚି଼ହ୍ନଟ ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଭିନ୍ନ ଗ୍ରାମରେ ଏଥିପାଇଁ ଅନୁସନ୍ଧନୀକାରୀ ଦଳ ବୁଲି ଲୋକଙ୍କ ନିକଟକୁ ଯାଇ ରକ୍ତ ନମୁନା ସଂଗ୍ରହ କରୁଛନ୍ତି। ସେମାନଙ୍କ କହିବା କଥା ହେଲା ଜନ […] The post ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ appeared first on Dharitri Odia News.

ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ରକ୍ତଚାପ, ଡାଇବେଟିସ୍‌, ଏଚ୍‌ଆଇଭି ହେଉ କି କ୍ୟାନ୍ସର ଭଳି ଭୟଙ୍କର ରୋଗର ଚି଼ହ୍ନଟ ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଭିନ୍ନ ଗ୍ରାମରେ ଏଥିପାଇଁ ଅନୁସନ୍ଧନୀକାରୀ ଦଳ ବୁଲି ଲୋକଙ୍କ ନିକଟକୁ ଯାଇ ରକ୍ତ ନମୁନା ସଂଗ୍ରହ କରୁଛନ୍ତି। ସେମାନଙ୍କ କହିବା କଥା ହେଲା ଜନ ସଚେତନତା ଅଭାବ ଓ ରୋଗକୁ ଲୁଚାଇବା କିମ୍ବା ଅଣଦେଖା କରିବା ଯୋଗୁ ରୋଗ ବୃଦ୍ଧି ପରେ ଲୋକ ହଇରାଣ ହେଉଛନ୍ତି ଓ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଛାଡ଼ି ଘରୋଇ ଚିକିତ୍ସାକେନ୍ଦ୍ରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ସର୍ଭେରେ ରିପୋର୍ଟ ଆସିବା ପରେ ରୋଗୀମାନଙ୍କ ସହଜରେ ସରକାରୀ ସୁବିଧାରେ ଚିକିତ୍ସା କରାଯାଇପାରିବ ବୋଲି ଅନୁସନ୍ଧନୀକାରୀ ଦଳର ରୋହିତ କୁମାର ଦୀପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗ ଓ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେସନ ସାଇନ୍ସ (ମୁମ୍ବାଇ )ପକ୍ଷରୁ ଏହି ସର୍ଭେ କରାଯାଉଥିବା କୁହାଯାଇଛି। ତେବେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗ୍ରାମରେ ଏଭଳି ଅନୁସନ୍ଧାନକାରୀ ଦଳକୁ ଦେଖି ଲୋକ ଭୟଭୀତ ହେଉଥିବା ବେଳେ ଯେଉଁ ସବୁ ଅଞ୍ଚଳରେ ଏହି ଦଳ ବୁଲୁଛନ୍ତି ସେମାନଙ୍କୁ ସହଯୋଗ କରିବାକୁ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର କୌଣସି ସ୍ବାସ୍ଥ୍ୟକର୍ମୀ କିମ୍ବା ଅଙ୍ଗନଓ୍ବାଡି କର୍ମୀ କି ଆଶାକର୍ମୀ ନ ଥିବାରୁ ସନ୍ଦେହ ବଢ଼ି ଲୋକ ଭୟଭୀତ ହେଉଛନ୍ତି। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି, ଲୋକ ଭୟ କରିବା କିଛି କାରଣ ନାହିଁ ଏହି ସର୍ଭେ ମାଧ୍ୟମରେ ଲୋକଙ୍କୁ ଅଧିକ ଫାଇଦା ମିଳିବ।

The post ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ appeared first on Dharitri Odia News.