ପରୀକ୍ଷାର ଦିନକ ପୂର୍ବରୁ NEET-PG ଏଗଜାମ୍ ସ୍ଥଗିତ, ଖୁବ୍ ଶ୍ରୀଘ ଆସିବ ନୂଆ ତାରିଖ
ନୂଆଦିଲ୍ଲୀ: କାଲି ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ। କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ NTA ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆସନ୍ତାକାଲି ଅର୍ଥାତ୍ ରବିବାର ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷଣର ନୂତନ ତାରିଖ ଶୀଘ୍ର ସୂଚିତ କରାଯିବ। ଛାତ୍ରମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ତଥା ପରୀକ୍ଷା ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି।NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ଜୁନ୍ ୨୩ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଉତ୍ତର ଭାରତରେ ପ୍ରଚଣ୍ଡ ପ୍ରବଳ ଉତ୍ତାପକୁ ମଧ୍ୟ ଉଲ୍ଲେଖ କରି ଛାତ୍ରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବାକୁ ନିବେଦନ କରିଥିଲେ।୧୫୬୩ ପରୀକ୍ଷାର୍ଥୀଙ୍କ ପାଇଁ NEET-UG ପରୀକ୍ଷା ଜୁନ୍ ୨୩ରେ ରବିବାର ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା କ
ନୂଆଦିଲ୍ଲୀ: କାଲି ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ। କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ NTA ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆସନ୍ତାକାଲି ଅର୍ଥାତ୍ ରବିବାର ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷଣର ନୂତନ ତାରିଖ ଶୀଘ୍ର ସୂଚିତ କରାଯିବ। ଛାତ୍ରମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ତଥା ପରୀକ୍ଷା ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି।
NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ଜୁନ୍ ୨୩ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଉତ୍ତର ଭାରତରେ ପ୍ରଚଣ୍ଡ ପ୍ରବଳ ଉତ୍ତାପକୁ ମଧ୍ୟ ଉଲ୍ଲେଖ କରି ଛାତ୍ରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବାକୁ ନିବେଦନ କରିଥିଲେ।
୧୫୬୩ ପରୀକ୍ଷାର୍ଥୀଙ୍କ ପାଇଁ NEET-UG ପରୀକ୍ଷା ଜୁନ୍ ୨୩ରେ ରବିବାର ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା କରୁଥିବା ଏନଟିଏ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ।