ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ
ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ ପଡ଼ୋଶୀ ହୋଇଥିବାରୁ ପାରସ୍ପରିକ ଆଗ୍ରହ ଓ ସମ୍ବେଦନଶୀଳତାକୁ ଭିତ୍ତି କରି ୨ ଦେଶ ମଧ୍ୟରେ ସମ୍ପର୍କର ଅଗ୍ରଗତି କରାଯାଇପାରିବ ବୋଲି ଏହି ଅବସରରେ ଜୟଶଙ୍କର କହିଛନ୍ତି। ମାଳଦ୍ୱୀପକୁ ବିକାଶ ସହାୟତା ଯୋଗାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଆଗରେ ରହିଥିବା ସେ କହିଛନ୍ତି। ଭାରତର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଦ୍ୱାରା ମାଳଦ୍ୱୀପର […] The post ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ ପଡ଼ୋଶୀ ହୋଇଥିବାରୁ ପାରସ୍ପରିକ ଆଗ୍ରହ ଓ ସମ୍ବେଦନଶୀଳତାକୁ ଭିତ୍ତି କରି ୨ ଦେଶ ମଧ୍ୟରେ ସମ୍ପର୍କର ଅଗ୍ରଗତି କରାଯାଇପାରିବ ବୋଲି ଏହି ଅବସରରେ ଜୟଶଙ୍କର କହିଛନ୍ତି। ମାଳଦ୍ୱୀପକୁ ବିକାଶ ସହାୟତା ଯୋଗାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଆଗରେ ରହିଥିବା ସେ କହିଛନ୍ତି। ଭାରତର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଦ୍ୱାରା ମାଳଦ୍ୱୀପର ଜନସାଧାରଣ ଉପକୃତ ହୋଇଛନ୍ତି ଓ ସେମାନଙ୍କ ଜୀବନ ଧାରଣ ମାନରେ ବୃଦ୍ଧି ଘଟିଥିବା ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷରେ, ମାଳଦ୍ୱୀପ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଭାରତ ବିରୋଧୀ ମନ୍ତବ୍ୟର ପୁନରାବୃତ୍ତି ହେବ ନାହିଁ ବୋଲି ଜମିର୍ କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ମାଳଦ୍ୱୀପ କ୍ଷତି ସହୁଥିବା ଏହି ଅବସରରେ ଜମିର୍ ସ୍ବୀକାର କରିବା ସହ ଭାରତୀୟ ପର୍ଯ୍ୟଟକଙ୍କୁ ସେ ମାଳଦ୍ୱୀପ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି।
The post ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ appeared first on Dharitri Odia News.