ପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ମାଛ ବ୍ୟବସାୟୀଙ୍କୁ ଚାପିଦେଲା ହାଇଓ୍ୱା

ଜଗତସିଂହପୁର ୦୧।୧୨ : ଜଗତସିଂହପୁର ଜିଲା ପଲ୍ଲୀ ଛକ ନିକଟରେ ଦୁର୍ଘଟଣା । ମାଛ ବ୍ୟବସାୟୀଙ୍କୁ ଚାପିଦେଲା ହାଇୱା। ମୃତ ମାଛ ବ୍ୟବସାୟୀ ସ୍ଥାନୀୟ କାଂଶ ଗାଁର ରତ୍ନାକର ବେହେରା। ଖବର ଅନୁଯାୟୀ, ରତ୍ନାକର ରବିବାର ସକାଳୁ ମାଛ ନେଇ ବ୍ୟବସାୟ କରିବାକୁ ଯାଉଥିବା ବେଳେ ପଲ୍ଲୀଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କ ଗାଡି ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତଦେହ ପ୍ରାୟ ଦୁଇ ଘଣ୍ଟା କାଳ ରାସ୍ତା ଉପରେ ପଡ଼ିଥିଲେ ମଧ୍ୟ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଛି।

ପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ମାଛ ବ୍ୟବସାୟୀଙ୍କୁ ଚାପିଦେଲା ହାଇଓ୍ୱା

ଜଗତସିଂହପୁର ୦୧।୧୨ : ଜଗତସିଂହପୁର ଜିଲା ପଲ୍ଲୀ ଛକ ନିକଟରେ ଦୁର୍ଘଟଣା । ମାଛ ବ୍ୟବସାୟୀଙ୍କୁ ଚାପିଦେଲା ହାଇୱା। ମୃତ ମାଛ ବ୍ୟବସାୟୀ ସ୍ଥାନୀୟ କାଂଶ ଗାଁର ରତ୍ନାକର ବେହେରା। 

ଖବର ଅନୁଯାୟୀ, ରତ୍ନାକର ରବିବାର ସକାଳୁ ମାଛ ନେଇ ବ୍ୟବସାୟ କରିବାକୁ ଯାଉଥିବା ବେଳେ ପଲ୍ଲୀଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କ ଗାଡି ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତଦେହ ପ୍ରାୟ ଦୁଇ ଘଣ୍ଟା କାଳ ରାସ୍ତା ଉପରେ ପଡ଼ିଥିଲେ ମଧ୍ୟ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଛି।