ପାଇକମାଳକୁ NAC କଲେ, ପଦ୍ମପୁରକୁ ଜିଲ୍ଲା କରାଇବେ ମୁଖ୍ୟମନ୍ତ୍ରୀ : ପାଣ୍ଡିଆନ୍

ପଦ୍ମପୁର ୮।୫: ବରଗଡରେ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର । ପ୍ରଥମେ ବରଗଡ ଜିଲ୍ଲା ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ. ପାଣ୍ଡିଆନ୍ । ଯୋଡି ଶଙ୍ଖରେ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି ପାଣ୍ଡିଆନ୍ । ପଦ୍ମପୁର ସଭାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ୍ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, କେନ୍ଦ୍ରପତ୍ର ତୋଳାଳୀଙ୍କୁ ସମ୍ମାନ ଦେଇ ସଶକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିକାଶ ବିରୋଧୀ ଲୋକଙ୍କୁ ଚିହନ୍ତୁ । ନିର୍ବାଚନ ଆସିଲେ ଆସିବେ, ପରେ ଦେଖାଦେବେନି । କେନ୍ଦ୍ରପତ୍ର ଉପରୁ ଜିଏସଟି ହଟାଇଲେନି । ନବୀନ ବାବୁ ହଟାଇଛନ୍ତି । ସେହିଭଳି ଶ୍ରୀମନ୍ଦିର ଓ ସମଲେଇ କାମ ବନ୍ଦ କରିବାକୁ ଷଡଯନ୍ତ୍ର କରିଥିଲା ବିଜେପି I ସବୁ ଜାଗାରେ ସେମାନେ ହାରିଲେ । ପଦ୍ମପୁରକୁ ଜିଲ୍ଲା ପାଇଁ ନବୀନ ବାବୁ କହିଥିଲେ I ଷଡଯନ୍ତ୍ରକାରୀ ଗୋଷ୍ଠୀ ହାଇକୋର୍ଟ ଯାଇ ଅଟକାଇଲେ I ହେଲେ ନବୀନ ବାବୁ ଜିଲ୍ଲା କରି ଦେଖାଇବେ ବୋଲି ପାଣ୍ଡିଆନ୍ କହିଛନ୍ତି । ପାଇକମାଳକୁ NAC ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ପାଇକମାଳକୁ NAC କରିଛନ୍ତି । ପଦ୍ମପୁରକୁ ଦେଇଥିବା କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କଥାରେ ନୁହେଁ କାମରେ କରି ଦେଖାନ୍ତି ମୁଖ୍ୟମନ୍ତ୍ରୀ ।ଟ୍ରେନ୍ ସୁବିଧା ପାଇଁ କହିଥିଲେ, ରେଲଓ୍ବେ ଷ୍ଟେସନ କେଉଁଠି ଅଛି ପଚାରନ

ପାଇକମାଳକୁ NAC କଲେ, ପଦ୍ମପୁରକୁ ଜିଲ୍ଲା କରାଇବେ ମୁଖ୍ୟମନ୍ତ୍ରୀ : ପାଣ୍ଡିଆନ୍

ପଦ୍ମପୁର ୮।୫: ବରଗଡରେ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର । ପ୍ରଥମେ ବରଗଡ ଜିଲ୍ଲା ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ. ପାଣ୍ଡିଆନ୍ । ଯୋଡି ଶଙ୍ଖରେ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି ପାଣ୍ଡିଆନ୍ । ପଦ୍ମପୁର ସଭାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ୍ । 

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, କେନ୍ଦ୍ରପତ୍ର ତୋଳାଳୀଙ୍କୁ ସମ୍ମାନ ଦେଇ ସଶକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିକାଶ ବିରୋଧୀ ଲୋକଙ୍କୁ ଚିହନ୍ତୁ । ନିର୍ବାଚନ ଆସିଲେ ଆସିବେ, ପରେ ଦେଖାଦେବେନି । କେନ୍ଦ୍ରପତ୍ର ଉପରୁ ଜିଏସଟି ହଟାଇଲେନି । ନବୀନ ବାବୁ ହଟାଇଛନ୍ତି । 

ସେହିଭଳି ଶ୍ରୀମନ୍ଦିର ଓ ସମଲେଇ କାମ ବନ୍ଦ କରିବାକୁ ଷଡଯନ୍ତ୍ର କରିଥିଲା ବିଜେପି I ସବୁ ଜାଗାରେ ସେମାନେ ହାରିଲେ । ପଦ୍ମପୁରକୁ ଜିଲ୍ଲା ପାଇଁ ନବୀନ ବାବୁ କହିଥିଲେ I ଷଡଯନ୍ତ୍ରକାରୀ ଗୋଷ୍ଠୀ ହାଇକୋର୍ଟ ଯାଇ ଅଟକାଇଲେ I ହେଲେ ନବୀନ ବାବୁ ଜିଲ୍ଲା କରି ଦେଖାଇବେ ବୋଲି ପାଣ୍ଡିଆନ୍ କହିଛନ୍ତି । ପାଇକମାଳକୁ NAC ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ପାଇକମାଳକୁ NAC କରିଛନ୍ତି । ପଦ୍ମପୁରକୁ ଦେଇଥିବା କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କଥାରେ ନୁହେଁ କାମରେ କରି ଦେଖାନ୍ତି ମୁଖ୍ୟମନ୍ତ୍ରୀ ।

ଟ୍ରେନ୍ ସୁବିଧା ପାଇଁ କହିଥିଲେ, ରେଲଓ୍ବେ ଷ୍ଟେସନ କେଉଁଠି ଅଛି ପଚାରନ୍ତୁ । ଫସଲ ବୀମା ନେଇ ଅନେକ କଥା କହିଥିଲେ, କିଛି କଲେନି । ସମ୍ବଲପୁରରେ ଫେଭିକଲ ଲାଗିଛି, ସେଇ ନେତା ଅଛନ୍ତି, ସେଠାରୁ ବାହାରି ପାରୁନାହାନ୍ତି I

ନବୀନ ଇଂଜିନ୍ ସରକାର ଫସଲ ବୀମା ପ୍ରିମିୟମ ଚାଷୀଙ୍କ ଉପରେ ଲଦିନାହାନ୍ତି । ବିଜେଡି ସରକାର ସେଇ ଅର୍ଥ ପ୍ରଦାନ କରୁଛି ବୋଲି ପାଣ୍ଡିଆନ୍ କହିଛନ୍ତି ।

 You Can Read :

ଅଧିକ ସିଟ୍‌ରେ ଜିତି ବିଜେଡିକୁ ଭାଙ୍ଗି ସରକାର ଗଢିବାକୁ ଉଦ୍ୟମ କରୁଛି ବିଜେପି : ପାଣ୍ଡିଆନ୍