ପାକିସ୍ତାନ ଆକ୍ରମଣରେ ଭାରତର କୌଣସି କ୍ଷତି ହୋଇ ନାହିଁ: ପ୍ରତିରକ୍ଷା ମନ୍ତ୍ରଣାଳୟ
ଶ୍ରୀନଗର: ଗୁରୁବାର ରାତିରେ ପାକିସ୍ତାନ ଭାରତର ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ବିବିନ୍ନ ସ୍ଥାନରେ ଡ୍ରୋନ୍ ଆଟାକ କରିଛି। ହେଲେ ଭାରତ ସମସ୍ତ ସମସ୍ତ ଆକ୍ରମଣକୁ ପଣ୍ଡନ କରିଦେଇଛି। ଜବାବରେ ଭାରତ ଗୁରୁବାର ବିଳମ୍ବିତ ରାତିରେ ଇସଲାମାବାଦ ସହିତ ଲାହୋର, ସିଆଲକୋଟ ଏବଂ କରାଚୀରେ ଆକ୍ରମଣ କରି ପ୍ରତିଶୋଧ ନେଇଛି। ପାକିସ୍ତାନର ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗର, ଜମ୍ମୁ ଏବଂ ରାଜୌରୀ, ପଞ୍ଜାବର ଅମୃତସର, ପଠାନକୋଟ ଏବଂ ଜଳନ୍ଧର, ରାଜସ୍ଥାନର ଯୋଧପୁର ଏବଂ ଜୟସଲମେର, ଗୁଜରାଟର ଭୁଜ ଏବଂ ଅନ୍ୟାନ୍ୟ ପ୍ରମୁଖ ସୀମାନ୍ତ ସହରରେ ବ୍ଲାକଆଉଟ୍ ଜାରି କରାଯାଇଥିଲା।ପଢ଼ନ୍ତୁ- ୧୯୭୧ ପରେ ପ୍ରଥମ ଥର, କରାଚି ଉପରେ ଭାରତୀୟ ନୌସେନାର ଜୋରଦାର ହମଲାଅନ୍ୟପଟେ ପାକିସ୍ତାନରେ ଆକ୍ରମଣରେ ଭାରତର କୌଣସି କ୍ଷତି ହୋଇ ନାହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, 'ଆଜି ଜମ୍ମୁ ଏବଂ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଷ୍ଟେସନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।' ମାନକ କାର୍ଯ୍ୟ ପ୍ରଣାଳୀ (SOP) ଅନୁଯାୟୀ କାଇନାଟିକ ଏବଂ ନନ୍ କାଇନାଟିକ କ୍ଷମତା ବ୍ୟବହାର କରି ମିସାଇ ଓ ଡ୍ରୋନ୍କୁ ନଷ୍ଟ କରାଯାଇଥିଲା। ଏହି ଆକ୍ରମଣରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନ
ଶ୍ରୀନଗର: ଗୁରୁବାର ରାତିରେ ପାକିସ୍ତାନ ଭାରତର ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ବିବିନ୍ନ ସ୍ଥାନରେ ଡ୍ରୋନ୍ ଆଟାକ କରିଛି। ହେଲେ ଭାରତ ସମସ୍ତ ସମସ୍ତ ଆକ୍ରମଣକୁ ପଣ୍ଡନ କରିଦେଇଛି। ଜବାବରେ ଭାରତ ଗୁରୁବାର ବିଳମ୍ବିତ ରାତିରେ ଇସଲାମାବାଦ ସହିତ ଲାହୋର, ସିଆଲକୋଟ ଏବଂ କରାଚୀରେ ଆକ୍ରମଣ କରି ପ୍ରତିଶୋଧ ନେଇଛି।
ପାକିସ୍ତାନର ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗର, ଜମ୍ମୁ ଏବଂ ରାଜୌରୀ, ପଞ୍ଜାବର ଅମୃତସର, ପଠାନକୋଟ ଏବଂ ଜଳନ୍ଧର, ରାଜସ୍ଥାନର ଯୋଧପୁର ଏବଂ ଜୟସଲମେର, ଗୁଜରାଟର ଭୁଜ ଏବଂ ଅନ୍ୟାନ୍ୟ ପ୍ରମୁଖ ସୀମାନ୍ତ ସହରରେ ବ୍ଲାକଆଉଟ୍ ଜାରି କରାଯାଇଥିଲା।

ପଢ଼ନ୍ତୁ- ୧୯୭୧ ପରେ ପ୍ରଥମ ଥର, କରାଚି ଉପରେ ଭାରତୀୟ ନୌସେନାର ଜୋରଦାର ହମଲା
ଅନ୍ୟପଟେ ପାକିସ୍ତାନରେ ଆକ୍ରମଣରେ ଭାରତର କୌଣସି କ୍ଷତି ହୋଇ ନାହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, 'ଆଜି ଜମ୍ମୁ ଏବଂ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଷ୍ଟେସନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।' ମାନକ କାର୍ଯ୍ୟ ପ୍ରଣାଳୀ (SOP) ଅନୁଯାୟୀ କାଇନାଟିକ ଏବଂ ନନ୍ କାଇନାଟିକ କ୍ଷମତା ବ୍ୟବହାର କରି ମିସାଇ ଓ ଡ୍ରୋନ୍କୁ ନଷ୍ଟ କରାଯାଇଥିଲା। ଏହି ଆକ୍ରମଣରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳଯ କହିଛି। ଭାରତ ନିଜର ସାର୍ବଭୌମତ୍ୱକୁ ରକ୍ଷା କରିବା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରଣାଳୟ କହିଛି।

ଭାରତୀୟ ବାୟୁସେନା ସୀମାନ୍ତ ରାଜ୍ୟଗୁଡ଼ିକରେ ରୁଷରୁ କିଣାଯାଇଥିବା S-400 ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ଫଳରେ ପାକିସ୍ତାନ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନଗୁଡ଼ିକ ଆକାଶରେ ହିଁ ନଷ୍ଟ କରିଦିଆ ଯାଉଚି।
ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଏହି ପରି ଆକ୍ରମଣ କରିବାର ସମ୍ଭାବନା ବିଷୟରେ ପୂର୍ବରୁ ସୂଚନା ରହିଥିଲା। ଏଥିପାଇଁ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ କରାଯାଇଥିଲା। ଏପର୍ଯ୍ୟନ୍ତ, ଆମର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ୮ଟି ପ୍ରୋଜେକ୍ଟାଇଲ, ମୁଖ୍ୟତଃ ପୃଷ୍ଠରୁ ପୃଷ୍ଠ କ୍ଷେପଣାସ୍ତ୍ର, ଖସାଇ ଦିଆଯାଇଛି।" ସୀମା ସୁରକ୍ଷା ବାହିନୀ (BSF) ଭୂମି ପାଟ୍ରୋଲିଂକୁ ତୀବ୍ର କରିଛି ଏବଂ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ମଧ୍ୟ ସକ୍ରିୟ ଅଛି।
ରାଜସ୍ଥାନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପୂର୍ଣ୍ଣ ୧,୦୭୦ କିଲୋମିଟର ଲମ୍ବା ଅନ୍ତର୍ଜାତୀୟ ସୀମାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି। ଏବଂ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି। ବିକାନେର, କିଶନଗଡ଼ (ଆଜମେର) ଏବଂ ଯୋଧପୁର ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ମେ ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଗୁରୁବାର ଜୟପୁର ବିମାନବନ୍ଦର ୪ଟି ବିମାନ ବାତିଲ କରିଥିଲା, ଯେତେବେଳେ ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ସମାନ ତାରିଖ ପର୍ଯ୍ୟନ୍ତ ଏହାର ବିକାନେର ବିମାନ ଚଳାଚଳକୁ ସ୍ଥଗିତ ରଖିଛି।