ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ମନା କଲେ ଭାରତୀୟ ଖେଳାଳି, ଏବେ ସେମି ଫାଇନାଲରେ କ’ଣ ହେବ ?
ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ୱାର୍ଲଡ ଚାମ୍ପିଅନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲୁସିଏଲ୍) ୨୦୨୫ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଲିଗ୍ରେ ୬ ଦେଶର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ପୂର୍ବତନ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି । ଜୁଲାଇ ୩୧ରେ ଏହି ଲିଗ୍ର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଚାମ୍ପିଅନ୍ ଓ ପାକିସ୍ତାନ ଚାମ୍ପିଅନ୍ ଟିମ୍ ମଧ୍ୟରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି । କିନ୍ତୁ ଏହି ମୁକାବିଲା ପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି ।ଇଣ୍ଡିଆ ଚାମ୍ପିଅନ୍ ଗୁରୁବାର ହେବାକୁ ଥିବା ୱାର୍ଲଡ୍ ଚାମ୍ପିଅନଶିପ ଅଫ୍ ଲିଜେଣ୍ଡ୍ସ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି । ଭାରତୀୟ ଖେଳାଳି ନିଜର ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ କୌଣସି କୌଣସି ମ୍ୟାଚ୍ ନଖେଳିବା ନେଇ ନୀତିକୁ ବଜାୟ ରଖିଛି । ଏହି ନିଷ୍ପତ୍ତି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଉପରେ ନିଆଯାଇଛି । ଭାରତୀୟ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରାୟୋଜକ ପାକିସ୍ତାନ ବିପକ୍ଷରେ ଖେଳିବା ଉପରେ ଆପତ୍ତି ଉଠାଇଥିଲେ ।ଏହା ପୂର୍ବରୁ ବି ଲିଗ୍ ପର୍ଯ୍ୟାୟରେ ଇଣ୍ଡିଆ ଚାମ୍ପିଅନ ଓ ପାକିସ୍ତାନ ଚାମ୍ପିଅନ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ସେତେବେଳେ ଭାରତୀୟ ଖେଳାଳି ମ୍ୟାଚ୍ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୁଇ ଟିମ ମଧ୍ୟରେ ପଏଣ୍ଟ ଭାଗ ବଣ୍ଟା ହୋଇଥିଲା । କି
ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ୱାର୍ଲଡ ଚାମ୍ପିଅନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲୁସିଏଲ୍) ୨୦୨୫ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଲିଗ୍ରେ ୬ ଦେଶର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ପୂର୍ବତନ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି । ଜୁଲାଇ ୩୧ରେ ଏହି ଲିଗ୍ର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଚାମ୍ପିଅନ୍ ଓ ପାକିସ୍ତାନ ଚାମ୍ପିଅନ୍ ଟିମ୍ ମଧ୍ୟରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି । କିନ୍ତୁ ଏହି ମୁକାବିଲା ପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି ।
ଇଣ୍ଡିଆ ଚାମ୍ପିଅନ୍ ଗୁରୁବାର ହେବାକୁ ଥିବା ୱାର୍ଲଡ୍ ଚାମ୍ପିଅନଶିପ ଅଫ୍ ଲିଜେଣ୍ଡ୍ସ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଛି । ଭାରତୀୟ ଖେଳାଳି ନିଜର ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ କୌଣସି କୌଣସି ମ୍ୟାଚ୍ ନଖେଳିବା ନେଇ ନୀତିକୁ ବଜାୟ ରଖିଛି । ଏହି ନିଷ୍ପତ୍ତି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଉପରେ ନିଆଯାଇଛି । ଭାରତୀୟ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରାୟୋଜକ ପାକିସ୍ତାନ ବିପକ୍ଷରେ ଖେଳିବା ଉପରେ ଆପତ୍ତି ଉଠାଇଥିଲେ ।
ଏହା ପୂର୍ବରୁ ବି ଲିଗ୍ ପର୍ଯ୍ୟାୟରେ ଇଣ୍ଡିଆ ଚାମ୍ପିଅନ ଓ ପାକିସ୍ତାନ ଚାମ୍ପିଅନ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ସେତେବେଳେ ଭାରତୀୟ ଖେଳାଳି ମ୍ୟାଚ୍ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୁଇ ଟିମ ମଧ୍ୟରେ ପଏଣ୍ଟ ଭାଗ ବଣ୍ଟା ହୋଇଥିଲା । କିନ୍ତୁ ଏଥର ନକଆଉଟ୍ ମ୍ୟାଚ୍ ଓ ବାଜିରେ ଫାଇନାଲକୁ ରାସ୍ତା । ତେଣୁ କେଉଁ ଟିମକୁ ଫାଇନାଲରେ ସ୍ଥାନ ମିଳିବା ତାହା ଏବେ ବଡ଼ ପ୍ରଶ୍ନ । ସେମିଫାଇନାଲରେ ଭାରତର ମ୍ୟାଚ୍ ଅନ୍ୟ କୌଣସି ଟିମ୍ ସହ କରାଯିବ କି ?
ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ୍ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଛି । ଯେଉଁଥି ପାଇଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଖେଳ ସହ ସମସ୍ତ ପ୍ରକାର ସମ୍ପର୍କକୁ ବନ୍ଦ କରାଯାଇଛି ।