ପାକିସ୍ତାନରେ ଭାରତ ନ ଖେଳିବାରୁ ଦୁଃଖ ପ୍ରକାଶ କଲା Pakistan
କରାଚୀ,୨୩ା୨: ଭାରତୀୟ ଦଳ ତା’ର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ପାକିସ୍ତାନରେ ନ ଖେଳି ନିରପେକ୍ଷ ଭେନ୍ୟୁରେ ଖେଳିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭି ନୈରାଶ୍ୟ ବ୍ୟକ୍ତ କରିଛନ୍ତି। ୨୯ ବର୍ଷର ବ୍ୟବଧାନ ପରେ ପାକିସ୍ତାନରେ ହୋଇଥିବା ଆଇସିସି ଇଭେଣ୍ଟର ସଫଳ ଆୟୋଜନକୁ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ଆମେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ସଫଳ ଆୟୋଜନ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। କିନ୍ତୁ ନିର୍ଦ୍ୱନ୍ଦ୍ୱରେ କହିପାରିବୁ ଯେ, ପାକିସ୍ତାନରେ […] The post ପାକିସ୍ତାନରେ ଭାରତ ନ ଖେଳିବାରୁ ଦୁଃଖ ପ୍ରକାଶ କଲା Pakistan appeared first on Dharitri Odia News.
କରାଚୀ,୨୩ା୨: ଭାରତୀୟ ଦଳ ତା’ର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ପାକିସ୍ତାନରେ ନ ଖେଳି ନିରପେକ୍ଷ ଭେନ୍ୟୁରେ ଖେଳିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭି ନୈରାଶ୍ୟ ବ୍ୟକ୍ତ କରିଛନ୍ତି। ୨୯ ବର୍ଷର ବ୍ୟବଧାନ ପରେ ପାକିସ୍ତାନରେ ହୋଇଥିବା ଆଇସିସି ଇଭେଣ୍ଟର ସଫଳ ଆୟୋଜନକୁ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି।
ଆମେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ସଫଳ ଆୟୋଜନ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। କିନ୍ତୁ ନିର୍ଦ୍ୱନ୍ଦ୍ୱରେ କହିପାରିବୁ ଯେ, ପାକିସ୍ତାନରେ ଭାରତ ଖେଳୁ ନ ଥିବାରୁ ଆମେ ଦୁଃଖିତ। ଏଥିଲାଗି କେବଳ ପିସିବି ନୁହେଁ ବରଂ, ପୂରା ବିଶ୍ୱର କ୍ରିକେଟର ପ୍ରଶଂସକ, ଆଇସିସି, ଆର୍ଥିକ ସହଯୋଗୀ ଦୁଃଖିତ ଅଛନ୍ତି। ଆମେ ୨୦୧୧, ୨୦୧୨, ୨୦୧୬ ସମେତ ୨୦୨୩ ଇଭେଣ୍ଟ ପାଇଁ ଦଳ ଅନେକ ଥର ଭାରତ ଟୁର କରିଥିଲା। ଏଥିଯୋଗୁ ଭାରତ, ପାକିସ୍ତାନକୁ ଆସି ଖେଳିବ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଆମ ଆଶା ପୂରଣ ହୋଇ ନ ଥିଲା ବୋଲି ନକଭି କହିଛନ୍ତି।
The post ପାକିସ୍ତାନରେ ଭାରତ ନ ଖେଳିବାରୁ ଦୁଃଖ ପ୍ରକାଶ କଲା Pakistan appeared first on Dharitri Odia News.