ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ
କରାଚୀ,୩ା୩: ପାକିସ୍ତାନ ଚଳିତ ମାସରେ ଆଉ ଏକ ଅନ୍ତଜର୍ର୍ାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଦେଶ ଚଳିତମାସ ପରବର୍ତ୍ତୀ ଭାଗରେ ମହିଳା ୫୦ଓଭର ବିଶ୍ୱକପ୍ କ୍ୱାଲିଫାୟର ଆୟୋଜନ କରିବାକୁ ଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ ଅଫିସିଆଲ ସୋମବାର ଏହି ବିଷୟ ସ୍ପଷ୍ଟ କରିଛନ୍ତି। ପ୍ରତିଯୋଗିତାର ଭେନ୍ୟୁ ଓ ତାରିଖ ଧାର୍ଯ୍ୟ ପାଇଁ ଆଇସିସି ସହିତ ଆଲୋଚନା ଚାଲିଛି। ପ୍ରତିଯୋଗିତାରେ ଭାଗନେବାକୁ ଥିବା ୬ଟି ଦଳ ହେଲେ ପାକିସ୍ତାନ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, […] The post ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ appeared first on Dharitri Odia News.
କରାଚୀ,୩ା୩: ପାକିସ୍ତାନ ଚଳିତ ମାସରେ ଆଉ ଏକ ଅନ୍ତଜର୍ର୍ାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଦେଶ ଚଳିତମାସ ପରବର୍ତ୍ତୀ ଭାଗରେ ମହିଳା ୫୦ଓଭର ବିଶ୍ୱକପ୍ କ୍ୱାଲିଫାୟର ଆୟୋଜନ କରିବାକୁ ଯାଉଛି।
ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ ଅଫିସିଆଲ ସୋମବାର ଏହି ବିଷୟ ସ୍ପଷ୍ଟ କରିଛନ୍ତି। ପ୍ରତିଯୋଗିତାର ଭେନ୍ୟୁ ଓ ତାରିଖ ଧାର୍ଯ୍ୟ ପାଇଁ ଆଇସିସି ସହିତ ଆଲୋଚନା ଚାଲିଛି।
ପ୍ରତିଯୋଗିତାରେ ଭାଗନେବାକୁ ଥିବା ୬ଟି ଦଳ ହେଲେ ପାକିସ୍ତାନ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ଶ୍ରୀଲଙ୍କା, ଥାଇଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ। ଅଫିସିଆଲଙ୍କ ସୂଚନା ଅନୁସାରେ ଟୁର୍ନାମେଣ୍ଟ ପାଇଁ କରାଚୀ, ମୁଲ୍ତାନ ଓ ଫୈସଲାବାଦ ଆଦି ସମ୍ଭାବ୍ୟ ଭେନ୍ୟୁ ରହିଛି, ଯେଉଁଠାରେ ଏପ୍ରିଲ ୧୧ରୁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରୁ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ପାକିସ୍ତାନ ପ୍ରଥମ ଥର ଏକାଧିକ ମହିଳା ଦଳକୁ ନେଇ ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ନିକଟରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ସିରିଜର ସଫଳ ଆୟୋଜନ ପରେ ଏବେ ୮ଟି ଦଳକୁ ନେଇ ଚାମ୍ପିୟନ୍ସ ଟ୍ରଫି ଚାଲିଛି।
The post ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ appeared first on Dharitri Odia News.