ପାକିସ୍ତାନୀ ଆତଙ୍କବାଦୀଙ୍କ ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୩ା୬: ୨୦୦୦ ଡିସେମ୍ବର ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଲାଲକିଲ୍ଲା ପରିସରରେ ଥିବା ୭ ରାଜପୁତନା ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେନାର ୩ ଯବାନଙ୍କ ମୃତ୍ୟୁ ଘଟିଥିଲା। ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଆଶଫାକ୍‌ଙ୍କୁ ଦିଲ୍ଲୀ ପୋଲିସ ଧରିଥିଲା। ଆକ୍ରମଣର ୨୪ ବର୍ଷ ପରେ ଆରିଫ୍‌ଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ୨୦୨୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ ଦ୍ୱିତୀୟ […] The post ପାକିସ୍ତାନୀ ଆତଙ୍କବାଦୀଙ୍କ ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.

ପାକିସ୍ତାନୀ ଆତଙ୍କବାଦୀଙ୍କ ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୩ା୬: ୨୦୦୦ ଡିସେମ୍ବର ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଲାଲକିଲ୍ଲା ପରିସରରେ ଥିବା ୭ ରାଜପୁତନା ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେନାର ୩ ଯବାନଙ୍କ ମୃତ୍ୟୁ ଘଟିଥିଲା। ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଆଶଫାକ୍‌ଙ୍କୁ ଦିଲ୍ଲୀ ପୋଲିସ ଧରିଥିଲା। ଆକ୍ରମଣର ୨୪ ବର୍ଷ ପରେ ଆରିଫ୍‌ଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ୨୦୨୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ ଦ୍ୱିତୀୟ ଥର ପାଇଁ ଏପରି ଆବେଦନକୁ ଖାରଜ କରିଛନ୍ତି। ୨୦୨୨ ନଭେମ୍ବର ୩ରେ ସୁପ୍ରିମକୋର୍ଟ ଆରିଫ୍‌ଙ୍କୁ ଦେଇଥିବା ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା କରିବାକୁ ମନା କରିଦେଇଥିଲେ।

The post ପାକିସ୍ତାନୀ ଆତଙ୍କବାଦୀଙ୍କ ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.