ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ
ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ର ସମ୍ପାଦକ ଜଗଦୀଶ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ରଥଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା […] The post ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ appeared first on Dharitri Odia News.
ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ର ସମ୍ପାଦକ ଜଗଦୀଶ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ରଥଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ପାକ୍ସ ସମ୍ପାଦକ ରଥ ସମିତିର ସରକାରୀ କଗଜପତ୍ର ଏପଟସେପଟ କରି ତଥା ଡେ ବୁକ୍ରେ କ୍ଲୋଜିଂ ବାଲାନ୍ସ କମ୍ ଦର୍ଶାଇ ୫ ଲକ୍ଷ ୨୮ ହଜାର ୦୫୪ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ସମ୍ବଲପୁର ଭିଜିଲାନ୍ସ ପିଏସ୍ କେଶ ନଂ ୧୪/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଭିଜିଲାନ୍ସ ଇନିସପେକ୍ଟର ତପସ୍ବିନୀ ସେଠ୍ ମାମଲାର ତଦନ୍ତ କରିଥିଲେ। ଏହି ମାମଲାଟି ଭିଜିଲାନ୍ସ କୋର୍ଟରେ ବିଚାରଧିନ ଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଦାଖଲ କାଗଜପତ୍ରର ତଦାରଖ ପରେ ସମସ୍ତ ଦିଗକୁ ବିଚାରକୁ ନେଇ ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।
ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପାଦକ ରଥଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଜଗଦୀଶ ରଥ ଏହି ଘଟଣାରେ ପୂର୍ବରୁ ନିଲମ୍ବନ ହୋଇଥିଲେ। ପରେ ପୁଣି ସେହି ସ୍ଥାନରେ ପୁନଃ ଅବସ୍ଥାପିତ ହୋଇ କାର୍ଯ୍ୟରତ ଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ ମାମଲା ପରିଚାଳନା କରୁଥିଲେ।
The post ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ appeared first on Dharitri Odia News.