ପାଗଳ ଶିଆଳ ଆତଙ୍କ, ୧୦ରୁ ଉର୍ଦ୍ଧ୍ଵ ଛେଳି ଶିକାର, ଘାଇଲା ହେଲେଣି ୭ ଜଣ
ଆନନ୍ଦପୁର: ଆତଙ୍କ ମଚାଇଛି ପାଗଳ ଶିଆଳ। ଭୟଭୀତ ଲୋକେ। ଗତ ୨ ଦିନ ମଧ୍ୟରେ ପାଗଳ ଶିଆଳର ଆକ୍ରମଣରେ ଘାଇଲା ହେଲେଣି ୭ ଜଣ। ସେମାନଙ୍କ ମଧ୍ୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସାମିଲ। କେବଳ ମଣିଷଙ୍କୁ ନୁହେଁ ବାହାରେ ଚରୁଥିବା ସ୍ଥାନୀୟ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ ଛେଳି ମଧ୍ୟ ଶିଆଳ ଆକ୍ରମଣର ଶିକାର ହୋଇଛନ୍ତି। ଆନନ୍ଦପୁର ବନବିଭାଗ ଅଧିନ ରାମଚନ୍ଦ୍ରପୁର ସେକ୍ସନର ନାନିକାବାହାଳି, କୀର୍ତ୍ତନପାଟିଆ ଓ ନୂଆମାଳିଆ ଅଞ୍ଚଳରେ ଏହି ପାଗଳ ଶିଆଳ ଏବେ ଉତ୍ପାତ ମଚାଇଛି। ନିକଟସ୍ଥ ବରାଙ୍ଗ ଜଙ୍ଗଲରୁ ଖସିଆସିଥିବା ଶିଆଳଟି ଛକି ରହି ହଠାତ୍ ଲୋକଙ୍କ ପଛପଟୁ ଆସି କାମୁଡି ଦେଇ ଦୌଡ଼ି ପଳାଉଛି। ଦୁଇଦିନ ଧରି ଏହି ତିନୋଟି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବନବିଭାଗ ତରଫରୁ କାହାରି ଦର୍ଶନ ମିଳିନାହିଁ। ଫଳରେ ଆତଙ୍କିତ ଅବସ୍ଥାରେ ଲୋକେ ଦିନ କାଟୁଛନ୍ତି।Also read: ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଭୁଜାଲିରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣଶିଆଳଟିକୁ ଧରି ଅନ୍ୟତ୍ର ଛାଡି ଦେବାକୁ ଦାବି କରିଛନ୍ତି ଲୋକେ। ଅନ୍ୟପଟେ ଏ ନେଇ ଆନନ୍ଦପୁର ରେଞ୍ଜ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ଅବଗତ ଥିବା ସେ କହିଛନ୍ତି। ଆଜି ସନ୍ଧ୍ୟାରେ ବନବିଭାଗ ତରଫରୁ ଜଗି ରହି ଜାଲ ପକାଇ ପାଗଳ ଶିଆଳକୁ ଧରିବାକୁ ଉଦ୍ୟମ ହେବାକୁ ଥିବା କହିଛନ୍ତି ରେଞ୍ଜ ଅଧିକାରୀ।
ଆନନ୍ଦପୁର: ଆତଙ୍କ ମଚାଇଛି ପାଗଳ ଶିଆଳ। ଭୟଭୀତ ଲୋକେ। ଗତ ୨ ଦିନ ମଧ୍ୟରେ ପାଗଳ ଶିଆଳର ଆକ୍ରମଣରେ ଘାଇଲା ହେଲେଣି ୭ ଜଣ। ସେମାନଙ୍କ ମଧ୍ୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସାମିଲ। କେବଳ ମଣିଷଙ୍କୁ ନୁହେଁ ବାହାରେ ଚରୁଥିବା ସ୍ଥାନୀୟ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ ଛେଳି ମଧ୍ୟ ଶିଆଳ ଆକ୍ରମଣର ଶିକାର ହୋଇଛନ୍ତି।
ଆନନ୍ଦପୁର ବନବିଭାଗ ଅଧିନ ରାମଚନ୍ଦ୍ରପୁର ସେକ୍ସନର ନାନିକାବାହାଳି, କୀର୍ତ୍ତନପାଟିଆ ଓ ନୂଆମାଳିଆ ଅଞ୍ଚଳରେ ଏହି ପାଗଳ ଶିଆଳ ଏବେ ଉତ୍ପାତ ମଚାଇଛି। ନିକଟସ୍ଥ ବରାଙ୍ଗ ଜଙ୍ଗଲରୁ ଖସିଆସିଥିବା ଶିଆଳଟି ଛକି ରହି ହଠାତ୍ ଲୋକଙ୍କ ପଛପଟୁ ଆସି କାମୁଡି ଦେଇ ଦୌଡ଼ି ପଳାଉଛି। ଦୁଇଦିନ ଧରି ଏହି ତିନୋଟି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବନବିଭାଗ ତରଫରୁ କାହାରି ଦର୍ଶନ ମିଳିନାହିଁ। ଫଳରେ ଆତଙ୍କିତ ଅବସ୍ଥାରେ ଲୋକେ ଦିନ କାଟୁଛନ୍ତି।
Also read: ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଭୁଜାଲିରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ
ଶିଆଳଟିକୁ ଧରି ଅନ୍ୟତ୍ର ଛାଡି ଦେବାକୁ ଦାବି କରିଛନ୍ତି ଲୋକେ। ଅନ୍ୟପଟେ ଏ ନେଇ ଆନନ୍ଦପୁର ରେଞ୍ଜ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ଅବଗତ ଥିବା ସେ କହିଛନ୍ତି। ଆଜି ସନ୍ଧ୍ୟାରେ ବନବିଭାଗ ତରଫରୁ ଜଗି ରହି ଜାଲ ପକାଇ ପାଗଳ ଶିଆଳକୁ ଧରିବାକୁ ଉଦ୍ୟମ ହେବାକୁ ଥିବା କହିଛନ୍ତି ରେଞ୍ଜ ଅଧିକାରୀ।