ପାଟଣା ବ୍ଲକ ଖୁଣ୍ଟାପଡ଼ା ଗ୍ରାମରେ ମାଣ୍ଡିଆ ଅମଳ ଦିବସ ପାଳିତ 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଅମଳ ଦିବସ ପାଳିତ ହୋଇଛି। ଶ୍ରୀଅନ୍ନ ଅଭିଯାନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ସହ କୃଷି ଅଧିକାରୀ ପରେଶ କୁମାର ଦାଶ , କୃଷି ଅଧିଦର୍ଶକ ଦମୟନ୍ତୀ ମହାନ୍ତ ,ଶ୍ରୀ ଅନ୍ନ ଅଭିଯାନ ଅତିରିକ୍ତ ଜିଲା ପ୍ରକଳ୍ପ ସଂଯୋଜକ ସମୀର ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]

ପାଟଣା ବ୍ଲକ ଖୁଣ୍ଟାପଡ଼ା ଗ୍ରାମରେ ମାଣ୍ଡିଆ ଅମଳ ଦିବସ ପାଳିତ 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଅମଳ ଦିବସ ପାଳିତ ହୋଇଛି। ଶ୍ରୀଅନ୍ନ ଅଭିଯାନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ସହ କୃଷି ଅଧିକାରୀ ପରେଶ କୁମାର ଦାଶ , କୃଷି ଅଧିଦର୍ଶକ ଦମୟନ୍ତୀ ମହାନ୍ତ ,ଶ୍ରୀ ଅନ୍ନ ଅଭିଯାନ ଅତିରିକ୍ତ ଜିଲା ପ୍ରକଳ୍ପ ସଂଯୋଜକ ସମୀର ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ମାଣ୍ଡିଆ ଚାଷର ସରକାରୀ ସହାୟତା ,ଚାଷ କରିବାର ସହାୟତା ଏବଂ ବିକ୍ରିର ମାଧ୍ୟମ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମର ଅଧିକରୁ ଅଧିକ ଚାଷୀଙ୍କୁ ମାଣ୍ଡିଆ ଚାଷ କରି ତାର ଲାଭ ଉଠାଇବା ପାଇଁ ଚାଷୀ ମାନଙ୍କୁ ନିବେଦନ କରିଥିଲେ ।

ଜିଲା ଖଣିଜ ପ୍ରତିଷ୍ଠାନ ଏବଂ କୃଷି ବିଭାଗର ସହାୟତାରେ ଉକ୍ତ କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାରତ ସଂଗଠନର ସ୍ବେଚ୍ଛାସେବୀ ତଥା ଶ୍ରୀ ଅନ୍ନ ଅଭିଯାନର ବ୍ଲକ ସହସଂଯୋଜକ ତ୍ରିଲୋଚନ ମହାନ୍ତ , ସି ଆର ପି ରସ୍ମିରେଖା ମହାନ୍ତ , ଦୀନକୃଷ୍ଣ ମହାନ୍ତ , ଅର୍ଜୁନ ସେଠୀ , ଜଳଧର ନାଏକ ,କେତକୀ ମହାନ୍ତ , ଋଷିନାଥ ମହାନ୍ତ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମାଣ୍ଡିଆ କ୍ଷେତ୍ରରେ ଫସଲ କଟା ପରୀକ୍ଷଣ କରାଯାଇ ହେକ୍ଟର ପ୍ରତି ମାଣ୍ଡିଆ ଉତ୍ପାଦନର ଆକଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଚାକୁଣ୍ଡାପାଳ, କେନ୍ଦେଇପଶି, ଖୁଣ୍ଟାପଡ଼ା, କେନ୍ଦୁଆପଡ଼ା, ଅଅଁଳାଡିହା, ସିଲିଦା ଓ ଡେଣୁଆ ଗ୍ରାମର ଚାଷୀମାନେ ସାମିଲ ଥିଲେ ।