ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକରୁ କଏଦୀ ନଂ. ୫୮୮୨

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଇଁସା କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ତଥା ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଏଡିଜେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଜିଲା କାରାଗାରକୁ ପଠାଇ ଦିଆଯାଇଛି। ସେଠାରେ ସେ ଏବେ କଏଦୀ ନଂ ୫୮୮୨ ହୋଇଛନ୍ତି। ଅଧ୍ୟାପକରୁ ଏବେ କଏଦୀ ସାଜି ମୃତ୍ୟୁ ପର୍ଯ୍ୟନ୍ତ ଜେଲ ହାଜତରେ ରହିବେ। […] The post ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକରୁ କଏଦୀ ନଂ. ୫୮୮୨ appeared first on Dharitri Odia News.

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକରୁ କଏଦୀ ନଂ. ୫୮୮୨

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଇଁସା କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ତଥା ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଏଡିଜେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଜିଲା କାରାଗାରକୁ ପଠାଇ ଦିଆଯାଇଛି। ସେଠାରେ ସେ ଏବେ କଏଦୀ ନଂ ୫୮୮୨ ହୋଇଛନ୍ତି। ଅଧ୍ୟାପକରୁ ଏବେ କଏଦୀ ସାଜି ମୃତ୍ୟୁ ପର୍ଯ୍ୟନ୍ତ ଜେଲ ହାଜତରେ ରହିବେ। ପରପକ୍ଷରେ କୋର୍ଟ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବୋକୁ ଜିଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ପୁଞ୍ଜିଲାଲ ମଣିଷ, ପଶୁ, ରାକ୍ଷସ କି ସଇତାନ କହିପାରିବିନି

ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇବା ପରେ ମୃତ ସୌମ୍ୟଶେଖରଙ୍କ ମା’ ସଞ୍ଜୁକ୍ତା ସାହୁ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଥିଲେ, ପୁଞ୍ଜିଲାଲ ମଣିଷ, ପଶୁ, ରାକ୍ଷସ କି ସଇତାନ ସେ କହିପାରିବେ ନାହିଁ। ଗୋଟିଏ କଲେଜର ଇନ୍‌ଚାର୍ଜ ଅଧ୍ୟକ୍ଷ ଚୌକି ପାଇଁ ଗୋଟେ ଲୋକ ଏଇ ସ୍ତରକୁ ଯାଇପାରେ ଭାବି ହେଉନାହିଁ। ମୃତ ସୌମ୍ୟଙ୍କ ପିତା ଅଧ୍ୟାପକ ରବୀନ୍ଦ୍ର କହିଥିଲେ, ପୁଞ୍ଜିଲାଲକୁ ଫାଶୀ ହେଲେ ମଧ୍ୟ କମ୍‌ ସଜା ହେବ ବୋଲି ପୂର୍ବରୁ ସେ କହୁଥିଲେ। ତେବେ କୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ସେ ସନ୍ତୁଷ୍ଟ ବୋଲି କହିଛନ୍ତି। ଏହି ସଜା ପରେ ମୃତ ପୁଅର ଆତ୍ମା କିଞ୍ଚତ୍ତ ଶାନ୍ତି ଲାଭ କରିଥିବ ବୋଲି ସେ କହିଛନ୍ତି। ଯଦି ଦୋଷୀ ପୁଞ୍ଜିଲାଲ ଉପର କୋର୍ଟକୁ ଯିବେ ତେବେ ସେ ମଧ୍ୟ ଉପର କୋର୍ଟକୁ ଯିବେ ବୋଲି କହିଥିଲେ।

କୋର୍ଟକୁ ଆସି ନ ଥିଲେ ରିମାରାଣୀ:

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ଶୁଣାଣି ବେଳେ ମୃତ ସୌମ୍ୟଶେଖରଙ୍କ ମା ସଞ୍ଜୁକ୍ତା ସାହୁ ଓ ବାପା ରବୀନ୍ଦ୍ର ସାହୁ ଆସିଥିଲେ। ପୁଅକୁ ହରାଇବାର ଦୁଃଖ ସମ୍ପର୍କରେ ଗଣମାଧ୍ୟମକୁ କହିବା ସହ ପୁଞ୍ଜିଲାଲଙ୍କୁ ଆଜୀବନ ଜେଲ ସଜା ଘଟଣାରେ ସନ୍ତୋଷ ବ୍ୟକ୍ତ ବି କରିଥିଲେ। ହେଲେ ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଆଜି କୋର୍ଟକୁ ଆସି ନଥିବା ଦେଖାଯାଇଥିଲା।

କ୍ରାଇମବ୍ରାଞ୍ଚର ସବୁ ପ୍ରମାଣକୁ କୋର୍ଟ ଗ୍ରହଣ କରିଛନ୍ତି: ସରକାରୀ ଓକିଲ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ରେ ଯାହା ସବୁ ପ୍ରମାଣ ଦାଖଲ କରିଥିଲେ ସବୁକୁ କୋର୍ଟ ଗ୍ରହଣ କରିଛନ୍ତି। ପାର୍ସଲ ବୋମା ଅପରାଧକୁ ଘୃଣ୍ୟ ଅପରାଧ ବୋଲି କୋର୍ଟ କହିଛନ୍ତି। ତେବେ ସବୁ ଘୃଣ୍ୟ ଅପରାଧ ବିରଳରୁ ବିରଳତମ ନୁହେଁ ବୋଲି କୋର୍ଟ କହିଥିଲେ। ବିରଳରୁ ବିରଳତମ ଅପରାଧର ଅର୍ଥ ଲୋମଟାଙ୍କୁରା। ତେବେ ଏହା ସେ ଧରଣର ନୁହେଁ ବୋଲି କହିଥିଲେ ମଧ୍ୟ କୋର୍ଟ ଅଭିଯୁକ୍ତଙ୍କୁ ଦୁଇଟି ମାମଲାରେ ଆଜୀବନ ଜେଲ, ଦୁଇଟିରେ ୧୦ ବର୍ଷର ଜେଲଦଣ୍ଡ ହୋଇଛି ଓ ଗୋଟିଏରେ ୭ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହା ସାଙ୍ଗକୁ ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ସହ ଜରିମାନା ଅନାଦାୟେ ସର୍ବାଧିକ ୧ ବର୍ଷ ଏବଂ ସର୍ବନିମ୍ନ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏକା ସାଙ୍ଗରେ ଦୋଷୀ ଏହି ଦଣ୍ଡ ଭୋଗିବେ। କୋର୍ଟ ରାୟରେ ଆମେ ସନ୍ତୁଷ୍ଟ ବୋଲି ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋ କହିଛନ୍ତି। ଅନ୍ୟତମ ସରକାରୀ ଓକିଲ ଆଶିଷ ଚନ୍ଦନ ଅପରାହ୍ଣରେ ଖବରଦାତା ସମ୍ମଳନୀକରି କୋର୍ଟ ରାୟ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

କୋର୍ଟଙ୍କ ରାୟକୁ ସମ୍ମାନ ଦେବାକୁ ପଡ଼ିବ: ପ୍ରତିପକ୍ଷ ଓକିଲ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତକରି ଆଜୀବନ ଜେଲ ଓ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି ା କୋର୍ଟଙ୍କ ଏହି ରାୟକୁ ଆମେ ସମ୍ମାନ ଦେଉଛୁ। ତଳକୋର୍ଟରେ ଏଭଳି ସଜା ଶୁଣାଣି ପରେ ଦୋଷୀ ସାବ୍ୟସ୍ତ ପୁଞ୍ଜିଲାଲ ଉପର କୋର୍ଟକୁ ଯିବେ କି ନାହିଁ ସେନେଇ କିଛି ଆଲୋଚନା ହୋଇନାହିଁ। ପରେ ସେ ଏନେଇ ନିଷ୍ପତ୍ତି ନେବେ ବୋଲି ଅଭିଯୁକ୍ତଙ୍କ ଓକିଲ ଶିବପ୍ରସାଦ ମିଶ୍ର ଗଣମାଧ୍ୟମଙ୍କ ପ୍ରଶ୍ନରେ କହିଛନ୍ତି।

ଭୁବନେଶ୍ୱର,୨୮ା୫(ସତ୍ୟଜିତ ରାଉତ)
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶକୁ ନେଇ ତଦନ୍ତ କରିଥିବା ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ତଥା ବର୍ତ୍ତମାନର ରେଲୱେ ଓ ତଟସୁରକ୍ଷା ଏଡିଜି ଅରୁଣ ବୋଥ୍ରା ପ୍ରତିକ୍ରିୟା ରଖିଛନ୍ତି। ପୁଞ୍ଜିଲାଲଙ୍କୁ ଚିଠି ଧରାଇଥିଲା ଏବଂ କୋର୍ଟଙ୍କ ରାୟ ପୂରା ଟିମକୁ ଖୁସି କରିଛି ବୋଲି ବୋଥ୍ରା କହିଛନ୍ତି। ବୋଥ୍ରାଙ୍କ କହିବା କଥା, ଏହି ମାମଲାରେ କିଛି ପ୍ରମାଣ ନ ଥିଲା। ତଦନ୍ତର ମାସେ ପରେ ପୁଞ୍ଜିଲାଲଙ୍କୁ କେହି ସନ୍ଦେହ କରି ନ ଥିଲେ। ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀ ନ ଥିବାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଯେଉଁ ମାମଲାରେ ପ୍ରତ୍ୟକ୍ଷ ସାକ୍ଷୀ ନ ଥାନ୍ତି, ସେଠାରେ ଫୋରେନସିକ୍‌ ପ୍ରମାଣ ଗୁରୁତ୍ୱ ବହନ କରିଥାଏ। ପୁଞ୍ଜିଲାଲଙ୍କ ମାମଲାରେ ଫୋରେନସିକ୍‌ ପ୍ରମାଣ ତଥ୍ୟ ଦେଇଥିଲା। ଏସ୍‌ପିଙ୍କୁ ପୁଞ୍ଜିଲାଲ ଚିଠି ପଠାଇ ଭୂତାଇଥିଲେ। ଏହି ଚିଠିରେ ହିଁ ସେ ବହୁ ପ୍ରମାଣ ଛାଡିଦେଇଥିଲେ। ପୁଞ୍ଜିଲାଲ ବ୍ୟବହାର କରିଥିବା ଏନ୍‌ଭଲପ୍‌ ଓ ଅଠା ପ୍ରମାଣ ଦେଇଥିଲା। ଚିଠିରେ ବ୍ୟବହୃତ ପ୍ରିଣ୍ଟର, ଲାପଟପ୍‌ ଆଦି ମିଳିଯାଇଥିଲା। ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ପ୍ରମାଣ ଦେଇଥିଲା। ଡଷ୍ଟବିନ୍‌ ମଧ୍ୟ ଲ୍ୟାବ୍‌ରେ ମେଳ ଖାଇଥିଲା। ଚିଠିରେ ଇଂଲିଶ ଭାଷା ଓ ଲେଖିବା ଶୈଳୀ ବହୁ ଉଚ୍ଚକୋଟୀର ଥିଲା। ଜଣେ ଦକ୍ଷ ବ୍ୟକ୍ତି ହିଁ ଏଭଳି ଲେଖିପାରିବେ ବୋଲି ଆମେ ଜାଣିଥିଲୁ। ପୁଞ୍ଜିଲାଲ ଇଂଲିଶ ଅଧ୍ୟାପକ ଥିବାରୁ ତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପୁଞ୍ଜିଲାଲ ବୋମା ପ୍ରସ୍ତୁତିର ଡେମୋ ଦେଖାଇବା ସହ ଜେରାବେଳେ ମଧ୍ୟ ବହୁତ କିଛି କହିଥିଲେ ବୋଲି ବୋଥ୍ରା କହିଛନ୍ତି।

The post ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକରୁ କଏଦୀ ନଂ. ୫୮୮୨ appeared first on Dharitri Odia News.