ପାଟଧରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଠାବ
ନୂଆପଡ଼ା,୨୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଧୀନ ଛତାପାଣି ଗାଁ ନିକଟ ପାଟଧରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ମାଓବାଦୀ କ୍ୟାମ୍ପ୍ ଠାବ ହୋଇଛି। ସୂଚନା ଅନୁସାରେ ପାଟଧରା ଜଙ୍ଗଲରେ ମାଓବାଦୀମାନେ ଏକାଠି ହୋଇଥିବା ନେଇ ନୂଆପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତଦନୁଯାୟୀ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ସିଆର୍ପିଏଫ୍, ଡିଭିଏଫ୍ର ଏକ ମିଳିତ ବାହିନୀ ଗଠନ କରି ପୂର୍ବାହ୍ନ ୧୧ଟା ସମୟରେ ପାଟଧରା ଜଙ୍ଗଲରେ ମିଳିତ ଅପରେଶନ […] The post ପାଟଧରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଠାବ appeared first on Dharitri Odia News.
ନୂଆପଡ଼ା,୨୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଧୀନ ଛତାପାଣି ଗାଁ ନିକଟ ପାଟଧରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ମାଓବାଦୀ କ୍ୟାମ୍ପ୍ ଠାବ ହୋଇଛି। ସୂଚନା ଅନୁସାରେ ପାଟଧରା ଜଙ୍ଗଲରେ ମାଓବାଦୀମାନେ ଏକାଠି ହୋଇଥିବା ନେଇ ନୂଆପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତଦନୁଯାୟୀ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ସିଆର୍ପିଏଫ୍, ଡିଭିଏଫ୍ର ଏକ ମିଳିତ ବାହିନୀ ଗଠନ କରି ପୂର୍ବାହ୍ନ ୧୧ଟା ସମୟରେ ପାଟଧରା ଜଙ୍ଗଲରେ ମିଳିତ ଅପରେଶନ ଆରମ୍ଭ କରିଥିଲେ। ସେ ସମୟରେ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ କ୍ୟାମ୍ପ ତିଆରି କରିବା ପାଇଁ ସାମଗ୍ରୀ ଠୁଳ କରୁଥିଲେ। ହେଲେ ଯବାନ ଆସୁଥିବା ଜାଣିପାରି ମାଓବାଦୀ ସାମଗ୍ରୀ ଛାଡି ଛତ୍ରଭଙ୍ଗ ଦେଇଥିଲେ। ପରେ ସେଠାରୁ ଯବାନମାନେ ଗୋଟିଏ ଦେଶୀ ବନ୍ଧୁକ, ମେନପେକ ବାଓଫିଙ୍ଗ, ଗୋଟିଏ ଚାର୍ଜର, ରକ୍ତଚାପ ମାପିବା ଯନ୍ତ୍ର, ଗୋଟିଏ ଏକ୍ସାଇଡ ବ୍ୟାଟେରି, ପ୍ଲାଟି ସୋଲାର ପ୍ଲେଟ, ଗୋଟିଏ ପ୍ରେସର କୁଲର, ଦୁଇଟି ଟର୍ଚ୍ଚଲାଇଟ, ତେଜରାତି ସାମଗ୍ରୀ, ଜୋତା, ବ୍ୟାଗ୍, ଇଲେକ୍ଟ୍ରିକ ଏକ୍ସଟେନଶନ ବୋର୍ଡ, ୧୨ଟି ପେନସିଲ ବ୍ୟାଟେରି, ରିଫାଇନ ତେଲ ପ୍ୟାକେଟ, ଔଷଧ କିଟ୍ ଆଦି ଜବତ କରିଛନ୍ତି। ଆଗକୁ କୋମ୍ବିଂ ଅପରେଶନ ଜୋରଦାର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।
The post ପାଟଧରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଠାବ appeared first on Dharitri Odia News.