ପାଣି ପାଇଁ ରାସ୍ତା ଅବରୋଧ, ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି

ବିନିକା ୦୭।୦୩ :  ପାଣି ପାଇଁ ରାସ୍ତାରୋକ । ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ କିଛି ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ଅଟକି ରହିଛି । ଖବର ଅନୁଯାୟୀ, ପାଣି ସମସ୍ୟା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅସନ୍ତୋଷ ଥିବା ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାମରେ ଘରକୁ ପାଣି ସଂଯୋଗ କରୁଥିବା ଠିକାଦାର ମନମୁଖୀ କାମ କରୁଥିବା ଆସିଛି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ଶୁଣିଲେନି କେହି, ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡିମୋଟର ଅଟକି ରହିଛି । ସନ୍ୟାସରୁ ଫେରିଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ, ୨୭୩ ଦିନ ପରେ ବଦଳାଇଲେ ନିଷ୍ପତ୍ତି

ପାଣି ପାଇଁ ରାସ୍ତା ଅବରୋଧ, ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି

ବିନିକା ୦୭।୦୩ :  ପାଣି ପାଇଁ ରାସ୍ତାରୋକ । ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ କିଛି ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ଅଟକି ରହିଛି । 

ଖବର ଅନୁଯାୟୀ, ପାଣି ସମସ୍ୟା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅସନ୍ତୋଷ ଥିବା ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ବିନିକା ଡୁଙ୍ଗୁରିପାଲି ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାମରେ ଘରକୁ ପାଣି ସଂଯୋଗ କରୁଥିବା ଠିକାଦାର ମନମୁଖୀ କାମ କରୁଥିବା ଆସିଛି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ଶୁଣିଲେନି କେହି, ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡିମୋଟର ଅଟକି ରହିଛି । 

ସନ୍ୟାସରୁ ଫେରିଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ, ୨୭୩ ଦିନ ପରେ ବଦଳାଇଲେ ନିଷ୍ପତ୍ତି