ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା

ବାଲେଶ୍ୱର,୨୮ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାର ଶୁକ୍ରବାର ପୂର୍ବାହ୍ନରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ […] The post ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା appeared first on Dharitri Odia News.

ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା

ବାଲେଶ୍ୱର,୨୮ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାର ଶୁକ୍ରବାର ପୂର୍ବାହ୍ନରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍‌ ସିମେଣ୍ଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ କିଛି ଅନ୍ତେବାସୀ ସାମାନ୍ୟ ଆହତ ହୋଇଥିବାବେଳେ ନାରାୟଣଙ୍କ ଉପରେ କୁଣ୍ଡ ପଡ଼ିଥିଲା। ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ନାରାୟଣଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ଭୁବନେଶ୍ୱରରୁ ପହଞ୍ଚି ନ ଥିବା ଜଣାପଡ଼ିଛି। ଚାନ୍ଦିପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ନାରାୟଣଙ୍କ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତାର ମୃତ୍ୟୁ ହେଲା ବୋଲି କହିଛନ୍ତି।

The post ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା appeared first on Dharitri Odia News.