ପାଣିପାଗରେ ହେବ ବଡ଼ ପରିବର୍ତ୍ତନ: ୫ ଦିନ ପରେ…

ଭୁବନେଶ୍ୱର,୩ା୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ କିମ୍ବା ଏହାଠାରୁ କମ୍‌ ରହୁଥିବା ରେକର୍ଡ କରାଯାଇଛି। ଏଭଳି ସ୍ଥିତିରେ ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ […] The post ପାଣିପାଗରେ ହେବ ବଡ଼ ପରିବର୍ତ୍ତନ: ୫ ଦିନ ପରେ… appeared first on Dharitri Odia News.

ପାଣିପାଗରେ ହେବ ବଡ଼ ପରିବର୍ତ୍ତନ: ୫ ଦିନ ପରେ…

ଭୁବନେଶ୍ୱର,୩ା୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ କିମ୍ବା ଏହାଠାରୁ କମ୍‌ ରହୁଥିବା ରେକର୍ଡ କରାଯାଇଛି। ଏଭଳି ସ୍ଥିତିରେ ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପ୍ରବାହ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଅନ୍ୟପକ୍ଷରେ ଢ଼େଙ୍କାନାଳ ଓ କନ୍ଧମାଳରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସେହିପରି କଳାହାଣ୍ଡି, କୋରାପୁଟ ଓ ଗଞ୍ଜାମରେ ମଧ୍ୟ ହାଲୁକା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।

The post ପାଣିପାଗରେ ହେବ ବଡ଼ ପରିବର୍ତ୍ତନ: ୫ ଦିନ ପରେ… appeared first on Dharitri Odia News.