ପାଣ୍ଡିଆନ୍‌-ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମନ୍ମଥ, ସତରେ କ’ଣ…

ଭୁବନେଶ୍ୱର,୨୫।୧: ଏବେ ମଧ୍ୟ ନବୀନଙ୍କ ପାଖରେ ଅଛନ୍ତି ପାଣ୍ଡିଆନ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି, ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ତାଙ୍କର ଏଭଳି ତଥ୍ୟ ରାଜ୍ୟ ରାଜନୀତି ସହ ସଧାରଣ ଜନତାଙ୍କୁ ମଧ୍ୟ ହଲଚଲ କରିଦେଇଛି। ଯେଉଁ ତଥ୍ୟ ମଧ୍ୟ ପାଣ୍ଡିଆନଙ୍କୁ ନେଇ ବଡ଼ ସୁରାକ ଦେଇଛି। କାର୍ତ୍ତିକ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା କହିଲେ ମନ୍ମଥ ରାଉତରାୟ । ସେ କହିଛନ୍ତି, ପାଣ୍ଡିଆନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝନ୍ତି । […] The post ପାଣ୍ଡିଆନ୍‌-ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମନ୍ମଥ, ସତରେ କ’ଣ… appeared first on Dharitri Odia News.

ପାଣ୍ଡିଆନ୍‌-ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମନ୍ମଥ, ସତରେ କ’ଣ…

ଭୁବନେଶ୍ୱର,୨୫।୧: ଏବେ ମଧ୍ୟ ନବୀନଙ୍କ ପାଖରେ ଅଛନ୍ତି ପାଣ୍ଡିଆନ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି, ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ତାଙ୍କର ଏଭଳି ତଥ୍ୟ ରାଜ୍ୟ ରାଜନୀତି ସହ ସଧାରଣ ଜନତାଙ୍କୁ ମଧ୍ୟ ହଲଚଲ କରିଦେଇଛି। ଯେଉଁ ତଥ୍ୟ ମଧ୍ୟ ପାଣ୍ଡିଆନଙ୍କୁ ନେଇ ବଡ଼ ସୁରାକ
ଦେଇଛି। କାର୍ତ୍ତିକ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା କହିଲେ ମନ୍ମଥ ରାଉତରାୟ । ସେ କହିଛନ୍ତି, ପାଣ୍ଡିଆନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝନ୍ତି । ସେ ଆଗରୁ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଥିଲେ, ଆଉ ଏବେ ବି ବୁଝୁଛନ୍ତି ବୋଲି ମୁଁ ଜାଣିଛି କହିଲେ ମନ୍ମଥ ।

ସେ ଆହୁରି କହିଛନ୍ତି ଯେ, ବାହାରୁ ଆସୁଥିବା ଡାକ୍ତର ଟିମ୍‌ଙ୍କ ସହ ପାଣ୍ଡିଆନ କଥାହୁଅନ୍ତି । ପାଣ୍ଡିଆନ ତାଙ୍କୁ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି । ଯାହା ଏକ ପୁଣ୍ୟ କାମ ।

ସେହିପରି ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେ କହିଛନ୍ତି, ପୂରା ଟିମର ଭୁଲ ନ ଥିଲା କିଛି ଜଣଙ୍କ ଭୁଲ ଥିଲା । କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ । ତା’ର ରେଜଲ୍ଟ ଆମକୁ ମିଳିଲା । ଆମକୁ ବହୁମତ ଦେଲେନି । ଯେଉଁମାନଙ୍କର ଅଂହକାର ଅଛି, ଥିଲା, ଯେଉଁମାନେ ଭୁଲ କରିଥିଲେ, ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ଚାନ୍ସ ଦେବେ ନ ଦେବେ ଆନାଲିସିସ ହେଉଛି । ଆଗକୁ ଭଲ ଦଳ ହେଇକି ବିଜେଡି ଉଠିବ । ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ପଟ୍ଟନାୟକ ଓହ୍ଲାଇ ଆସିବେ ବୋଲି କହିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ ।

The post ପାଣ୍ଡିଆନ୍‌-ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମନ୍ମଥ, ସତରେ କ’ଣ… appeared first on Dharitri Odia News.