ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଭୁବନେଶ୍ୱରରୁ ଚେନ୍ନାଇ ନକଲ ଫ୍ଲାଇଟ ଟିକେଟ କାଟି କଟାକ୍ଷ କରିଛି ଭାଜପା। ଶନିବାର ଆସାମ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ହିମନ୍ତ ବିଶ୍ବଶର୍ମା ସତ୍ୟବାଦୀ ସଭାରେ ଲୋକମାନଙ୍କୁ ଟଙ୍କାଏ, ଦୁଇଟଙ୍କା ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ତାମିଲନାଡୁକୁ ପ୍ଲେନ ଟିକେଟ କିଣିବାକୁ ଅପିଲ […] The post ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା appeared first on Dharitri Odia News.

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଭୁବନେଶ୍ୱରରୁ ଚେନ୍ନାଇ ନକଲ ଫ୍ଲାଇଟ ଟିକେଟ କାଟି କଟାକ୍ଷ କରିଛି ଭାଜପା।

ଶନିବାର ଆସାମ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ହିମନ୍ତ ବିଶ୍ବଶର୍ମା ସତ୍ୟବାଦୀ ସଭାରେ ଲୋକମାନଙ୍କୁ ଟଙ୍କାଏ, ଦୁଇଟଙ୍କା ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ତାମିଲନାଡୁକୁ ପ୍ଲେନ ଟିକେଟ କିଣିବାକୁ ଅପିଲ କରିଥିଲେ ଏବଂ ଏମିତି କଲେ ରାଜ୍ୟ ବଞ୍ଚିଯିବ ବୋଲି କହିଥିଲେ। ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି କଥା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଭାଜପାର ଏକ ପୋଷ୍ଟ ଏହି କଥାକୁ ଆଉ ଟିକିଏ ଚର୍ଚ୍ଚିତ କରିଛି।

ଓଡ଼ିଶା ଭାଜପା ପକ୍ଷରୁ ଏହା ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ବିମାନ ଟିକେଟ ପରି ଅବିକଳ ଏକ ନକଲ ଟିକେଟ ପୋଷ୍ଟ କରାଯାଇଛି। ଏହି ଟିକେଟରେ ଫ୍ଲାଇଟ୍‌ର ନାମ ‘ବିଜେଡି ଗୋ’ ରହିଥିଲା ବେଳେ ଭି.କେ ପାଣ୍ଡିଆନଙ୍କ ନାମରେ ଟିକେଟ କଟାଯାଇଛି। ଫ୍ଲାଇଟ୍‌ର ରୁଟ୍‌ ଭୁବନେଶ୍ୱରରୁ ସିଧାସଳଖ ଚେନ୍ନାଇ ଅଭିମୁଖେ ରହିଛି। ତେବେ ଏ ପ୍ରସଙ୍ଗରେ ବିଜେଡି ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା appeared first on Dharitri Odia News.