ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର !
ମୁମ୍ବାଇ,୧୯ା୩: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ। କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍ନେସ୍ କ୍ଲିଅରାନ୍ସ ମିଳିନାହିଁ। ମାର୍ଚ୍ଚ ୨୪ରେ ଗୁଜରାଟ ବନାମ ମୁମ୍ବାଇ ମ୍ୟାଚ ଖେଳାଯିବ। ହାର୍ନିଆ ଅସ୍ତ୍ରୋପଚାର ପରେ ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ବେଙ୍ଗାଲୁରୁସ୍ଥିତ ଏନ୍ସିଏରେ ରିହାବିଲିଟେଶନରେ ଅଛନ୍ତି। ସେ ଡିସେମ୍ବର ପରଠାରୁ ଖେଳିନାହାନ୍ତି। […] The post ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର ! appeared first on Dharitri Odia News.
ମୁମ୍ବାଇ,୧୯ା୩: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ। କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍ନେସ୍ କ୍ଲିଅରାନ୍ସ ମିଳିନାହିଁ।
ମାର୍ଚ୍ଚ ୨୪ରେ ଗୁଜରାଟ ବନାମ ମୁମ୍ବାଇ ମ୍ୟାଚ ଖେଳାଯିବ। ହାର୍ନିଆ ଅସ୍ତ୍ରୋପଚାର ପରେ ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ବେଙ୍ଗାଲୁରୁସ୍ଥିତ ଏନ୍ସିଏରେ ରିହାବିଲିଟେଶନରେ ଅଛନ୍ତି। ସେ ଡିସେମ୍ବର ପରଠାରୁ ଖେଳିନାହାନ୍ତି। ମଙ୍ଗଳବାର ତାଙ୍କର ଫିଟ୍ନେସ୍ ଟେଷ୍ଟ ହୋଇଥିଲା। ଏଥିରେ ସେ ଫେଲ ହୋଇଛନ୍ତି। ଏଣୁ ସେ ଆଇପିଏଲ୍ର କିଛି ମୁକାବିଲାରୁ ବାହାର ହେବା ନିଶ୍ଚିତ ବୋଲି କୁହାଯାଉଛି। ଏପରିକି ପୁରା ସିଜନ ମଧ୍ୟ ସେ ଖେଳି ନ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।
The post ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର ! appeared first on Dharitri Odia News.