ପିଏମ୍‌ ମୋଦୀଙ୍କ ଉପରେ ଆକ୍ରମଣ ଯୋଜନା ! G-7 ସମ୍ମିଳନୀ ବେଳେ କାନାଡାରେ ଏକାଠି ହେଲେ ଖଲିସ୍ତାନୀ

ନୂଆଦିଲ୍ଲୀ: G-7 ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ଦଶନ୍ଧି ମଧ୍ୟରେ ଏହା ତାଙ୍କର ପ୍ରଥମ କାନାଡା ଗସ୍ତ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଗସ୍ତ କରିଛନ୍ତି । ସେ କାନାନାସ୍କିସ୍‌ରେ ଚାଲିଥିବା G-7 ସମ୍ମିଳନୀରେ ଯୋଗଦେବେ। କାନାଡାରେ ଉପସ୍ଥିତ ଖଲିସ୍ତାନ ଉଗ୍ରବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଧମକ ଦେଇଛନ୍ତି।ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଖଲିସ୍ତାନ ଉଗ୍ରବାଦୀମାନେ ଏକ ରାଲି ବାହାର କରିଥିଲେ। ଏଥିରେ ସେମାନେ ଖୋଲାଖୋଲି ଭାବରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏପରି ଆମ୍ବୁସ ଲଗାଇବାକୁ ଧମକ ଦେଇଛନ୍ତି। ଖଲିସ୍ତାନ ସମର୍ଥକ ଉଗ୍ରବାଦୀମାନେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଏହି ସମୟରେ ଖଲିସ୍ତାନ ପତାକା ଉଡ଼ାଯାଇଥିଲା। ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା। ଖଲିସ୍ତାନ ଉଗ୍ରବାଦୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ G7 ଗସ୍ତ ସମୟରେ ଆଲବର୍ଟାରେ ଖଲିସ୍ତାନୀ ଉଗ୍ରବାଦୀ "ଆମ୍ବୁସ୍" କହି ପ୍ରତିବାଦ କରିଥିଲେ। ହିଂସାତ୍ମକ ସ୍ଲୋଗାନ ଦେଇଥିଲେ। ଶିଖ ଫର ଜଷ୍ଟିସ ନାମକ ଏକ ଉଗ୍ରବାଦୀ ଗୋଷ୍ଠୀର ସହ-ପ

ପିଏମ୍‌ ମୋଦୀଙ୍କ ଉପରେ ଆକ୍ରମଣ ଯୋଜନା ! G-7 ସମ୍ମିଳନୀ ବେଳେ କାନାଡାରେ ଏକାଠି ହେଲେ ଖଲିସ୍ତାନୀ

ନୂଆଦିଲ୍ଲୀ: G-7 ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ଦଶନ୍ଧି ମଧ୍ୟରେ ଏହା ତାଙ୍କର ପ୍ରଥମ କାନାଡା ଗସ୍ତ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଗସ୍ତ କରିଛନ୍ତି । ସେ କାନାନାସ୍କିସ୍‌ରେ ଚାଲିଥିବା G-7 ସମ୍ମିଳନୀରେ ଯୋଗଦେବେ। କାନାଡାରେ ଉପସ୍ଥିତ ଖଲିସ୍ତାନ ଉଗ୍ରବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଧମକ ଦେଇଛନ୍ତି।

ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଖଲିସ୍ତାନ ଉଗ୍ରବାଦୀମାନେ ଏକ ରାଲି ବାହାର କରିଥିଲେ। ଏଥିରେ ସେମାନେ ଖୋଲାଖୋଲି ଭାବରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏପରି ଆମ୍ବୁସ ଲଗାଇବାକୁ ଧମକ ଦେଇଛନ୍ତି। 

ଖଲିସ୍ତାନ ସମର୍ଥକ ଉଗ୍ରବାଦୀମାନେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଏହି ସମୟରେ ଖଲିସ୍ତାନ ପତାକା ଉଡ଼ାଯାଇଥିଲା। ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା। ଖଲିସ୍ତାନ ଉଗ୍ରବାଦୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଦେଖାଇଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ G7 ଗସ୍ତ ସମୟରେ ଆଲବର୍ଟାରେ ଖଲିସ୍ତାନୀ ଉଗ୍ରବାଦୀ "ଆମ୍ବୁସ୍" କହି ପ୍ରତିବାଦ କରିଥିଲେ। ହିଂସାତ୍ମକ ସ୍ଲୋଗାନ ଦେଇଥିଲେ। ଶିଖ ଫର ଜଷ୍ଟିସ ନାମକ ଏକ ଉଗ୍ରବାଦୀ ଗୋଷ୍ଠୀର ସହ-ପ୍ରତିଷ୍ଠାତା ବକ୍ସିସ ସିଂହ ସାନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନାଡାରେ ଉପସ୍ଥିତିକୁ ଏକ ବଡ଼ ସୁଯୋଗ ବୋଲି କହିଥିଲେ।