ପାରାସିଟାମଲ ସମେତ ୫୦ ଔଷଧ ନିମ୍ନମାନର, ଧାର୍ଯ୍ୟ ମାନକ ପାଳନ କରୁନାହାନ୍ତି କମ୍ପାନି
ନୂଆଦିଲ୍ଲୀ ୨୫/୦୬: ସର୍ବାଧିକ ବ୍ୟବହାର ହେଉଥିବା ପାରାସିଟାମଲ ସହିତ ୫୦ଟି ଔଷଧ ନିମ୍ନମାନର । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍(ସିଡିଏସ୍ସିଓ) । ଏହି ରିପୋର୍ଟ ସମଗ୍ର ମେଡିକାଲ ସମୁଦାୟରେ ଚିନ୍ତାର ଲହରୀ ଖେଳାଇ ଦେଇଛି । ବିଭିନ୍ନ ପ୍ରକାର ଯନ୍ତ୍ରଣା ତଥା ଜ୍ୱର କ୍ଷେତ୍ରରେ ପାରାସିଟାମଲ ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେବେ ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ମାନକକୁ ଏହା ପାଳନ କରୁ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶଯୋଗ୍ୟ, ସିଡିଏସ୍ସିଓ ଭାରତର ପ୍ରମୁଖ ଔଷଧ ନିୟନ୍ତ୍ରକ । ଏହା ଦେଶରେ ବିକ୍ରି ହେଉଥିବା ଔଷଧଗୁଡ଼ିକର ନିରାପତ୍ତା, ପ୍ରଭାବଶୀଳତା ଏବଂ ମାନକୁ ସୁନିଶ୍ଚିତ କରିଥାଏ । ତେବେ ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛି ଯେ, ପାରାସିଟାମଲ ସମେତ ୫୦ଟି ଔଷଧ ବିଭିନ୍ନ ମାପଦଣ୍ଡଗୁଡ଼ିକୁ ପାଳନ କରୁନାହାନ୍ତି । ଅର୍ଥାତ୍ ଏଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରି ନ ପାରେ । ଏପରିକି ରୋଗୀଙ୍କ ପାଇଁ ଏଗୁଡ଼ିକ ହାନିକାରକ ହୋଇପାରେ । ୫୦୦ ଏମ୍ଜି ପାରାସିଟାମଲ ଟାବ୍ଲେଟ୍, ଯାହାକୁ ନିମ୍ନମାନର ଭାବେ ଦର୍ଶାଯାଇଛି ଏହି ଔଷଧ ମଧ୍ୟପ୍ରଦେଶ ଉଜୈନସ୍ଥିତ ଆସ୍କଅନ୍ ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଉଛି । ଔଷଧ ନିୟନ୍ତ୍ରକ ସିଡିଏସ୍ସିଓ ଅନୁସାରେ, ଔଷଧ ନମୂନାଗୁଡ଼ିକୁ ଗୁଜରାଟର ୱାଘୋଡିଆ, ହିମାଚଳ ପ୍ରଦେଶର ସୋଲାନ୍,
ନୂଆଦିଲ୍ଲୀ ୨୫/୦୬: ସର୍ବାଧିକ ବ୍ୟବହାର ହେଉଥିବା ପାରାସିଟାମଲ ସହିତ ୫୦ଟି ଔଷଧ ନିମ୍ନମାନର । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍(ସିଡିଏସ୍ସିଓ) । ଏହି ରିପୋର୍ଟ ସମଗ୍ର ମେଡିକାଲ ସମୁଦାୟରେ ଚିନ୍ତାର ଲହରୀ ଖେଳାଇ ଦେଇଛି ।
ବିଭିନ୍ନ ପ୍ରକାର ଯନ୍ତ୍ରଣା ତଥା ଜ୍ୱର କ୍ଷେତ୍ରରେ ପାରାସିଟାମଲ ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେବେ ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ମାନକକୁ ଏହା ପାଳନ କରୁ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶଯୋଗ୍ୟ, ସିଡିଏସ୍ସିଓ ଭାରତର ପ୍ରମୁଖ ଔଷଧ ନିୟନ୍ତ୍ରକ । ଏହା ଦେଶରେ ବିକ୍ରି ହେଉଥିବା ଔଷଧଗୁଡ଼ିକର ନିରାପତ୍ତା, ପ୍ରଭାବଶୀଳତା
ଏବଂ ମାନକୁ ସୁନିଶ୍ଚିତ କରିଥାଏ ।
ତେବେ ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛି ଯେ, ପାରାସିଟାମଲ ସମେତ ୫୦ଟି ଔଷଧ ବିଭିନ୍ନ ମାପଦଣ୍ଡଗୁଡ଼ିକୁ ପାଳନ କରୁନାହାନ୍ତି । ଅର୍ଥାତ୍ ଏଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରି ନ ପାରେ । ଏପରିକି ରୋଗୀଙ୍କ ପାଇଁ ଏଗୁଡ଼ିକ ହାନିକାରକ ହୋଇପାରେ । ୫୦୦ ଏମ୍ଜି ପାରାସିଟାମଲ ଟାବ୍ଲେଟ୍, ଯାହାକୁ ନିମ୍ନମାନର ଭାବେ ଦର୍ଶାଯାଇଛି ଏହି ଔଷଧ ମଧ୍ୟପ୍ରଦେଶ ଉଜୈନସ୍ଥିତ ଆସ୍କଅନ୍ ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଉଛି ।
ଔଷଧ ନିୟନ୍ତ୍ରକ ସିଡିଏସ୍ସିଓ ଅନୁସାରେ, ଔଷଧ ନମୂନାଗୁଡ଼ିକୁ ଗୁଜରାଟର ୱାଘୋଡିଆ, ହିମାଚଳ ପ୍ରଦେଶର ସୋଲାନ୍, ରାଜସ୍ଥାନର ଜୟପୁର, ଉତ୍ତରାଖଣ୍ଡର ହରିଦ୍ୱାର, ହରିୟାଣାର ଅମ୍ବାଲା, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ହାଇଦ୍ରାବାଦରୁ ସଂଗ୍ରହ କରାଯାଇଥିଲା । ଜଣେ ଷ୍ଟେଟ୍ ଡ୍ରଗ୍ କଣ୍ଟ୍ରୋଲର ମନୀଷ କପୁର କହିଛନ୍ତି ଯେ, ନମୂନାଗୁଡ଼ିକ ବିଫଳ ହୋଇଥିବା ସିଡିଏସ୍ସିଓ ପକ୍ଷରୁ ଏକ ସୂଚନା ଆସିଛି । ନିୟମିତ ବ୍ୟବଧାନରେ ଡ୍ରଗ୍ ଇନ୍ସପେକ୍ଟରମାନେ ଔଷଧ ନମୂନା ଯାଞ୍ଚ କରୁଛନ୍ତି ।
ପ୍ରତି ୩ରେ ଗୋଟିଏ ଔଷଧ ହିମାଚଳରେ ଉତ୍ପାଦିତ ହୋଇଥାଏ । ତେବେ ଔଷଧ ମାନ ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ବୋଲି କପୁର କହିଛନ୍ତି । ତାଲିକାରେ ଥିବା ଅନ୍ୟ ଔଷଧଗୁଡ଼ିକ ହେଲା ଆମ୍ଲୋଡିପାଇନ୍ ଆଇପି ଟାବ୍ଲେଟ୍ ଏବଂ ଟେଲ୍ମିସାର୍ଟନ, ଡେକ୍ସାମେଥାସନ୍ ସୋଡିୟମ୍ ଫସ୍ଫେଟ୍ ଇନ୍ଜେକ୍ସନ ଆଇପି, କ୍ଲୋନାଜେପମ୍ ଟାବ୍ଲେଟ୍, ଆଇପି,୦.୫ଏମ୍ଜି ଇତ୍ୟାଦି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ଲାବୋରେଟୋରିଗୁଡ଼ିକ ନମୂନା ଯାଞ୍ଚ କରୁଥିବା ଜଣାପଡ଼ିଛି ।