ପାର୍ଲାମେଣ୍ଟ ଭଙ୍ଗକଲେ ବାଂଲାଦେଶ ରାଷ୍ଟ୍ରପତି
ଢାକା,୭ା୮(ପି.ଟି.): ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ିବାର ଦିନକ ପରେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଦେଶର ପାର୍ଲାମେଣ୍ଟକୁ ଭଙ୍ଗ କରିଛନ୍ତି। ଫଳରେ ସେଠାରେ ସାନି ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। ସରକାର ବିରୋଧୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ପରେ ହାସିନା ସରକାର ଇସ୍ତଫା ଦେଇଥିଲେ। ୩ ସୈନ୍ୟବାହିନୀର ମୁଖ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା , ସିଭିଲ୍ ସୋସାଇଟିର […] The post ପାର୍ଲାମେଣ୍ଟ ଭଙ୍ଗକଲେ ବାଂଲାଦେଶ ରାଷ୍ଟ୍ରପତି appeared first on Dharitri Odia News.
ଢାକା,୭ା୮(ପି.ଟି.): ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ିବାର ଦିନକ ପରେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଦେଶର ପାର୍ଲାମେଣ୍ଟକୁ ଭଙ୍ଗ କରିଛନ୍ତି। ଫଳରେ ସେଠାରେ ସାନି ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। ସରକାର ବିରୋଧୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ପରେ ହାସିନା ସରକାର ଇସ୍ତଫା ଦେଇଥିଲେ। ୩ ସୈନ୍ୟବାହିନୀର ମୁଖ୍ୟ, ବିଭିନ୍ନ ରାଜନୈତିକ ଦଳର ନେତା , ସିଭିଲ୍ ସୋସାଇଟିର ପ୍ରତିନିଧି ଏବଂ ଆଣ୍ଟି-ଡିସ୍କ୍ରିମିନେଶନ ଷ୍ଟୁଡେଣ୍ଟ ମୁଭ୍ମେଣ୍ଟର ନେତାଙ୍କ ସହ ଆଲୋଚନା କରିବା ପରେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ ପାଇଁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍ପି)ର ଅଧ୍ୟକ୍ଷା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ମଙ୍ଗଳବାର ଜେଲରୁ ମୁକ୍ତ କରିଦିଆଯାଇଛି। ଆନ୍ଦୋଳନ ବେଳେ ଗିରଫ ହୋଇଥିବା ଲୋକମାନଙ୍କୁ ମୁକ୍ତ କରିଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନେକେ ମୁକ୍ତ ହୋଇସାରିଲେଣି।
The post ପାର୍ଲାମେଣ୍ଟ ଭଙ୍ଗକଲେ ବାଂଲାଦେଶ ରାଷ୍ଟ୍ରପତି appeared first on Dharitri Odia News.