ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ କର୍ପୋରେଟ ଏଜେନ୍ସିି ଟାଇ-ଅପ୍‌ ହୋଇଥିବାବେଳେ ପିଏଫ୍‌ପିଡିଏଲ୍‌ ଗ୍ରାହକଙ୍କୁ ଏଚ୍‌ଡିଏଫ୍‌ସି ଲାଇଫ୍‌ ଜୀବନବୀମା ଉପତ୍ାଦ ବଣ୍ଟନ କରିବାକୁ ଉକ୍ତ ସହଭାଗିତା ହୋଇଛି। ଏ ସମ୍ପର୍କରେ ପିଏଫ୍‌ପିଡିଏଲ୍‌ ଏମ୍‌ଡି ତଥା ସିଇଓ ସାତ୍ୟକି ଭଟ୍ଟାଚାର୍ଯ୍ୟ କହିଥିଲେ,ଏଚ୍‌ଡିଏଫ୍‌ସି ଲାଇଫ୍‌ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ୯୨ବର୍ଷ ଧରି […] The post ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା appeared first on Dharitri Odia News.

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ କର୍ପୋରେଟ ଏଜେନ୍ସିି ଟାଇ-ଅପ୍‌ ହୋଇଥିବାବେଳେ ପିଏଫ୍‌ପିଡିଏଲ୍‌ ଗ୍ରାହକଙ୍କୁ ଏଚ୍‌ଡିଏଫ୍‌ସି ଲାଇଫ୍‌ ଜୀବନବୀମା ଉପତ୍ାଦ ବଣ୍ଟନ କରିବାକୁ ଉକ୍ତ ସହଭାଗିତା ହୋଇଛି।
ଏ ସମ୍ପର୍କରେ ପିଏଫ୍‌ପିଡିଏଲ୍‌ ଏମ୍‌ଡି ତଥା ସିଇଓ ସାତ୍ୟକି ଭଟ୍ଟାଚାର୍ଯ୍ୟ କହିଥିଲେ,ଏଚ୍‌ଡିଏଫ୍‌ସି ଲାଇଫ୍‌ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ୯୨ବର୍ଷ ଧରି ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ ପ୍ରତିପାଦନ ଉଦ୍ଦେଶ୍ୟରେ ଆମେ ଏଚ୍‌ଡିଏଫ୍‌ସି ସହିତ ମିଳିତ ହୋଇ ଟାୟାର-୨ ସହରଗୁଡିକରେ ଏକ ଶକ୍ତିଶାଳୀ ନେଟ୍‌ୱର୍କ ସ୍ଥାପନ ଓ ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଏଚ୍‌ଡିଏଫ୍‌ସି ଲାଇଫ୍‌ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ସୁରେଶ ବାଦାମି କହିଛନ୍ତି, ପିଏଫ୍‌ପିଡିଏଲ୍‌ ସହ ସହଭାଗିତା ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ବଣ୍ଟନ ଶକ୍ତି ବୃଦ୍ଧି କରିବା ସହିତ ଆମର ଗ୍ରାହକଙ୍କ ପାଇଁ ବୀମା ସମାଧାନକୁ ଅଗ୍ରାଧିକାର ଦେବା ସହ ସେମାନଙ୍କର ସମସ୍ତ ଆବଶ୍ୟକତାନୁଯାୟୀ ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ।

The post ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା appeared first on Dharitri Odia News.