ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ତମ କିସ୍ତି ପ୍ରଦାନ
ଲକ୍ଷ୍ମୀପୁର ୧୮/୦୬ .ଲକ୍ଷ୍ମୀପୁର କୃଷି କାର୍ଯ୍ୟାଳୟ ପରିସରରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ତମ କିସ୍ତି ପ୍ରଦାନ ଉତ୍ସବ ର ସିଧା ପ୍ରସାରଣ ଚାଷୀ ମାନେ ପ୍ରୋଜେକଟର ମାଧ୍ୟମରେ ଦେଖି ପାରିଥିଲେ। ଉତ୍ତର ପ୍ରଦେଶ ର ବାରଣାସୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି କୃଷକ ଙ୍କ ସକାଶେ ମୋଦି ସରକାର ସଂକଳ୍ପ ବୋଧ ବୋଲି ପ୍ରକାଶ କରିଥିବା ବେଳେ କାର୍ଯ୍ୟକ୍ରମ ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତର […] The post ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ତମ କିସ୍ତି ପ୍ରଦାନ appeared first on Odisha.News.
ଲକ୍ଷ୍ମୀପୁର ୧୮/୦୬ .ଲକ୍ଷ୍ମୀପୁର କୃଷି କାର୍ଯ୍ୟାଳୟ ପରିସରରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ତମ କିସ୍ତି ପ୍ରଦାନ ଉତ୍ସବ ର ସିଧା ପ୍ରସାରଣ ଚାଷୀ ମାନେ ପ୍ରୋଜେକଟର ମାଧ୍ୟମରେ ଦେଖି ପାରିଥିଲେ। ଉତ୍ତର ପ୍ରଦେଶ ର ବାରଣାସୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି କୃଷକ ଙ୍କ ସକାଶେ ମୋଦି ସରକାର ସଂକଳ୍ପ ବୋଧ ବୋଲି ପ୍ରକାଶ କରିଥିବା ବେଳେ କାର୍ଯ୍ୟକ୍ରମ ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ,ରାଜ୍ୟପାଳ ଆନନ୍ଦି ବେନ ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ରେ ବିଡ଼ିଓ ଗୁରଶ୍ୱେର ଭୋଇ, କୃଷି ଅଧିକାରୀ ସୂର୍ଯ୍ୟ କାନ୍ତ ନାହାକ , ନିଶାର ଫାର୍ମ ଅଧିକାରୀ ସୌରଭ ପାଣିଗ୍ରାହୀ, ଭିଏ ଏସ ମନୋଜ କୁମାର ବେହେରା ଙ୍କ ସମେତ କୃଷି ବିଭାଗ ର ସମସ୍ତ କର୍ମଚାରୀ ଓ ଅଞ୍ଚଳ ର କୃଷକ ମାନେ ଯୋଗ ଦେଇଥିଲେ। ପୂର୍ବରୁ ଯେଉଁ କାଳିଆ ଯୋଜନା ରହିଥିଲା ତାହାସହ ପିଏମ କିଷାନ ଯୋଜନା ଯୋଡି ହୋଇ ରହିଥିବା ବେଳେ ବ୍ଳକ ର ୭ହଜାର ରୁ ଉର୍ଧ୍ଵ ଚାଷୀ ପଞ୍ଜିକୃତ ହୋଇ ଏହି ଯୋଜନା ରେ ଉପକୃତ ହେଉଥିବା କୃଷି ଅଧିକାରୀ ଶ୍ରୀ ନାହାକ ପ୍ରକାଶ କରିଛନ୍ତି।ବର୍ଷକୁ ୩ଟି କିସ୍ତି ରେ କୃଷକ ମାନେ ୬ହଜ଼ାର ଟଙ୍କା ପାଇପାରିବେ ବୋଲି କୁହାଯାଇଥିଲା।କୃଷକ ଓଡିଶା ଓ ପିଏମ କିଷାନ ଜରିଆ ରେ ଆଧାର କାର୍ଡ, ମୋବାଇଲ ନମ୍ବର ଓ ଜମି ପଟା ସହ ନୂତନ ଭାବେ ପଞ୍ଜିକରଣ କରି ପାରିବେ ନୂତନ ଚାଷୀ ବୋଲି କୃଷି ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଏହି ୨ହଜ଼ାର ଟଙ୍କା ରେ ସାର ବିହନ ଭଳି ଅତ୍ୟାବଶ୍ୟକ କୃଷି ସାମଗ୍ରୀ କିଣି ଚାଷ କୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ କିଛି ଚାଷୀ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଜଙ୍ଗଲ ଜମି କିମ୍ବା ଘରବାରି ପଟା ମାଧ୍ୟମରେ ଏହି ଯୋଜନା ରେ ଚାଷୀ ଉପକୃତ ହୋଇ ପାରିବେନି ବୋଲି କୁହାଯାଇଥିଲା।
The post ପିଏମ କିଷାନ ସମ୍ମାନ ନିଧି ଯୋଜନା ର ୧୭ତମ କିସ୍ତି ପ୍ରଦାନ appeared first on Odisha.News.